Odisha news

ବୈଜ୍ଞାନିକଙ୍କ ବଡ଼ ସଫଳତା : ସୂର୍ଯ୍ୟଙ୍କ ନିକଟରେ ପହଁଚିଲା NASAର ଯାନ ଦି ପାର୍କର ସୋଲାର ପ୍ରବ

0

ଆମେରିକା ଅନ୍ତରୀକ୍ଷ ଏଜେନ୍ସି NASA ର ସ୍ପେସକ୍ରାଫ୍ଟ ପାର୍କର ସୋଲାର ପ୍ରବ କ୍ରିସମାଶ ର ପୂର୍ବ ସନ୍ଧ୍ୟା ରେ ଇତିହାସ ରଚିଲା NASA , ସୂର୍ଯ୍ୟ ଙ୍କ ସବୁଠୁ ନିକଟତର ଯିବାର ରେକର୍ଡ କରିଛି, ଗୋଟିଏ ଛୋଟ କାର ଆକାରର ଏହି ଯାନ ସୂର୍ଯ୍ୟ ମଣ୍ଡଳ ୬୧ ଲକ୍ଷ କିଲୋମିଟର ଦୂରରେ ଅତିବାହିତ କରିଛି l ଯେଉଁ ସମୟ ରେ ଏହି ଯାନ ସୂର୍ଯ୍ୟଙ୍କ ନିକଟ ଦେଇ ଯାଇଥିଲା ତାର ଗତି ୬.୯୦ ଲକ୍ଷ କିଲୋମିଟର ପ୍ରତି ଘଣ୍ଟା ଥିଲା l ଏହା ଦୁନିଆର ପ୍ରଥମ ଏଭଳି ମଣିଷ ଦ୍ୱାରା ନିର୍ମିତ ବସ୍ତୁ ଅଟେ, ଯାହାକି ନିଜ ଗତି ଓ ସୂର୍ଯ୍ୟ ଙ୍କ ନିକଟତର ପହଂଚିବାର ରେକର୍ଡ ଭାଙ୍ଗିଲା l କିନ୍ତୁ ବୈଜ୍ଞାନିକ ଙ୍କ ଏହି ଚିନ୍ତା ହେଉଛି ଯେ ଏହି ଯାନ ଟି ଠିକ ଥିବ ଟି, ଯଦି ଏହା ସୁରକ୍ଷିତ ଥିବ ତେବେ ସୂର୍ଯ୍ୟ ଙ୍କ ଅନ୍ୟ ପାର୍ଶ୍ୱରୁ ସିଗନାଲ ପଠାଇବ , ଯଦି ନପଠାଇଲା ତେବେ ଏହାର କାହାଣୀ ଏଠାରେ ସମାପ୍ତ l

ନାସା ସାଇନ୍ସ ମିଶନ ଡେରେକ୍ଟୋରି ର ଆସୋସିଏଟ ଆଡ୍ମିନିସ୍ଟ୍ରେଟର ନିକୋଲା ଫାକ୍ସ କହିଛନ୍ତି ପାର୍କର ତାହା ହାସଲ କରି ସାରିଛି ଯେଉଁଥିପାଇଁ ତାକୁ ପଠାଯାଇ ଥିଲା, ଯଦି ସବୁକିଛି ଠିକ ରହିବ ତେବେ ଆମର ସିଗନାଲ ତା ନିକଟରେ ୨୭ ଡିସେମ୍ବର ମଧ୍ୟରେ ମିଳିବ , ଏହାପରେ ତାର ସିଗନାଲ ଆସିବ, ଯଦି ସିଗନାଲ ଆସିଲା ତେବେ ନାସା ଜାଣିବ ପାର୍କର ଜୀବନ୍ତ l ନାସା ପକ୍ଷରୁ କୁହାଯାଇଛି ଯେ ପାର୍କର ସୂର୍ଯ୍ୟ ଙ୍କ ନିକଟ ଦେଇ ଯାଇଥିବା ସମୟ ଯେଉଁ ଫଟୋ ନେଇଛି ତାହା ଆସନ୍ତା ବର୍ଷ ଜାନୁଆରୀ ରେ ମିଳିବ ନାସା କୁ l ଏହାପରେ ସମସ୍ତ ଡାଟା ମଧ୍ୟ ନାସା ର ହସ୍ତଗତ ହେବ l ବର୍ତମାନ ନାସା ପକ୍ଷରୁ ପାର୍କର କୁ ଅପେକ୍ଷା ରହିଛି l

Leave A Reply