ଭାରତ ରେ ଦିନକୁ ମଧୁମେହ ସମସ୍ୟା ବଢିବାରେ ଲାଗିଛି , ଏହାକୁ ଆକ୍ଷୀ ଆଗରେ ରଖି ବିଭିନ୍ନ କମ୍ପାନୀ ସୁଗାର ଫ୍ରି ଖାଦ୍ୟ ସାମଗ୍ରୀ ବଜାରକୁ ଛାଡ଼ୁଛନ୍ତି l ଯାହାର ଚାହିଦା ବଜାରରେ ଖୁବ ଦେଖିବକୁ ମିଳୁଛି l ଯେପରିକି ଜାମ, ପ୍ୟାକେଜ ସୁଗାର ଫ୍ରି ଜୁସ , ସୋଢା ଇତ୍ୟାଦି l ଯାହାକୁ ସୁଗାର ଫ୍ରି କହି ବଜାରରେ ଖୁବ ବିକ୍ରି କରାଯାଉଛି l ବର୍ତମାନ ବିଭିନ୍ନ ମଲ ରେ ଓ ଦୋକାନ ରେ ସୁଗାର ଫ୍ରି ପ୍ରଡ଼କ୍ଟ ପ୍ରଚୁର ଦେଖିବାକୁ ମିଳୁଛି l ଏପରିକି ମିଠା ଦୋକାନ ଗୁଡିକ ରେ ସୁଗାର ଫ୍ରି ମିଠା ମଧ୍ୟ ବିକ୍ରି ହେଉଛି l
କିନ୍ତୁ ନିକଟରେ ହୋଇଥିବା ଅଧ୍ୟୟନ ଆପଣଙ୍କ ର ଏହି ସୁଗାର ଫ୍ରି କଂସେପ୍ଟ କୁ ସମ୍ପୂର୍ଣ ଦୋହଲାଇ ରଖି ଦେବ l ନିକଟରେ ହୋଇଥିବା ଅଧ୍ୟୟନ ଅନୁସାରେ ସୁଗାର ଫ୍ରି କୋଲଡ଼ ଡ୍ରିଂକ୍ସ , ସ୍ନାକ୍ସ , ଜୁସ ଓ ସୋଢା ସାଧାରଣ ଚିନି ଠାରୁ ୫୦୦ ଗୁଣ ଅଧିକ ମିଠା ଓ କ୍ଷତିକାରକ l ଯାହାକି ଶରୀର ପାଇଁ କୌଣସି ବିଷ ଠାରୁ କମ ନୁହେଁ l
କଣ କହୁଛି ରିସର୍ଚ୍ଚ ?-:
= : ସାଧାରଣ ଭାବରେ କୁହାଯାଇ ଥାଏ ଯେ ସୁଗାର ଫ୍ରି କ୍ୟାଲୋରି ମୁକ୍ତ ଅଟେ , କିନ୍ତୁ ଏହା ସାଧାରଣ ଚିନି ଠାରୁ ଅଧିକ ମିଠା ହୋଇଥଏ l ଏହା ଆମ ଶରୀର ରେ କ୍ୟାଲୋରି ବୃଦ୍ଧି ସହିତ କ୍ଷତି କାରକ ମଧ୍ୟ ଅଟେ l ବଜାରରେ ମିଳୁଥିବା ବିଭିନ୍ନ ସୁଗାର ଫ୍ରି କେମିକାଲ ଯେପରିକି ଏସ୍ପାର୍ଟମ ଘରୋଇ ଚିନି ତୁଳନା ରେ ୨୦୦ ଗୁଣା ଅଧିକ ମିଠା ଅଟେ ଓ ଶୁକ୍ରାଲୋଜ ୫୦୦ ଗୁଣ ଅଧିକ ମିଠା ହୋଇଥାଏ l ଏହାକୁ ଲୋକେ ସୁଗାର କହି ବିଭିନ୍ନ କେକ , ସୋଡ଼ା ଓ ମିଠା ଜିନିଷ ରେ ପ୍ରୟୋଗ କରି ଥାଆନ୍ତି ଓ ଏହାକୁ ଆନନ୍ଦ ସହକାରେ ମଧ୍ୟ ଖାଇ ଥାଆନ୍ତି l ଯାହାକି ଶରୀର ପାଇଁ ଜହର ସଦୃଶ ହୋଇଥାଏ l
=: ବୈଜ୍ଞାନିକ ମାନେ ଅନେକ ସମୟରେ ମିଠା କୁ ନେଇ ବିଭିନ୍ନ ଗବେଷଣା କରି ଥାଆନ୍ତି l ମିଠା କୁ ସ୍ୱାସ୍ଥ୍ୟ ପାଇଁ ବିଷ ସଦୃଶ ବୋଲି କୁହାଯାଇ ଥାଏ l ଜୁଲାଇ ୨୦୨୩ ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ସୁଗାର ଫ୍ରି ନାମରେ ବ୍ୟବହାର ହେଉଥିବା ସ୍ୱିଟ ନର ଏସ୍ପାର୍ଟମ କ୍ୟାଂସାର ର କାରଣ ଅଟେ ବୋଲି କୁହାଯାଇଛି l
= : ଏହି ଅଧ୍ୟୟନ ରେ କିଛି ମୂଷାଙ୍କୁ ଏହିସବୁ ସ୍ୱିଟ ନର ଦିଆଯାଇ ଥିଲା l ଯେଉଁଥିରେ କିଛଡିନ ପରେ ଦେଖିବାକୁ ମିଳିଥିଲା ଯେ ସେମାନଙ୍କ ମୂତ୍ରାଶୟ ରେ କ୍ୟାନ୍ସର ହୋଇ ଯାଇଛି l
= : ଏହାର ଅର୍ଥ ଏହା ନୁହେଁ ଯେ ସୁଗାର ଫ୍ରି ର ସାଇଡ ଇଫେକ୍ଟ ଜାଣିବା ପରେ ଆପଣ ଅତ୍ୟଧିକ ଚିନି ସେବନ କରିବେ l ଏହାର ଅର୍ଥ ଆପଣ ମିଠା ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିବେ l କାହିଁକି ନା ଉଭୟ ଜିନିଷ ମୋଟାପା, ଟାଇପ 2 ମଧୁମେହ , ଉଚ୍ଚ ରକ୍ତଚାପ, ନର୍ଭ ଉପରର ପ୍ରଭାବ ର କାରଣ ହୋଇଥାଏ l
