ସଫଳତାର ପୁଞ୍ଜି : ମାର ଗର୍ଭରେ ହିଁ ସନ୍ତାନର ଭାଗ୍ୟର ଏହି ୫ଟି ଜିନିଷ ନିର୍ଧାରଣ ହୋଇଥାଏ, ଯାହାକୁ କେହି ବଦଳାଇ ପାରନ୍ତି ନାହିଁ
ସନ୍ତାନ ଟିଏ ଜନ୍ମ ହେବା ପୂର୍ବରୁ ଗୋଟିଏ ମାଆର ନିଜ ସନ୍ତାନ ପାଇଁ ଅହେତୁକ ଆଦର ଓ ସ୍ନେହ ଭରି ରହିଥାଏ l ସବୁବେଳେ ଜଣେ ମା ନିଜ ସନ୍ତାନର ସୁଖ ସମୃଦ୍ଧି ଓ ଉଜ୍ଜଳ ଭବିଷ୍ୟତର କାମନା କରିଥାଏ l ଭଗବାନ ଶ୍ରୀକୃଷ୍ନ ମଧ୍ୟ ଏହି ବିଷୟରେ ଅର୍ଜୁନଙ୍କୁ କହିଛନ୍ତି ଜନ୍ମ ନେବା ପୂର୍ବରୁ ଜଣେ ମଣିଷର ଭାଗ୍ୟ ନିର୍ଧାରଣ ମାର ଗର୍ଭରୁ ହୋଇଥାଏ l
” ଆୟୁ କର୍ମ ବିତ୍ତବ ବିଦ୍ୟା ନିଧନମେବ ଚ , ପଶ୍ଚାତନ୍ତି ହି ସୄଯ୍ୟନ୍ତେ ଗର୍ଭସ୍ଥସୟେବ ଦେହୀନହ l ”
* ଯେବେ କୌଣସି ମନୁଷ୍ୟ ନିଜ ମାର ଗର୍ଭରେ ଗୋଟିଏ ଭୃଣ ହୋଇ ରହିଥାଏ ସେତେବେଳେ ତାର ଭାଗ୍ୟ ନିର୍ଧାରଣ ହୁଏ l ଜନ୍ମ ପୂର୍ବରୁ ତାର ଆୟୁ ଭଗବାନ ନିର୍ଧାରଣ କରି ଏହି ଧରା ପୃଷ୍ଠକୁ ପଠାଇ ଥାଆନ୍ତି l ତାର ଜନ୍ମ ଓ ମୃତ୍ୟୁ ଉଭୟକୁ ବିଧାତା ସ୍ଥିର କରନ୍ତି l
* କଥାରେ ଅଛି କର୍ମ ତୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ l ପ୍ରତିଟି ମଣିଷ ନିଜର କର୍ମକୁ ନେଇ ଜନ୍ମ ଗ୍ରହଣ କରନ୍ତି l ନିଜ କର୍ମର ଫଳ ମଧ୍ୟ ଏହିଠାରେ ଭୋଗ କରନ୍ତି l ଖରାପ କର୍ମର ଫଳ ଖରାପ ଓ ଭଲ କର୍ମର ଫଳ ଭଲ ମିଳିଥାଏ l ତେଣୁ ସେଥିପ୍ରତି ମଣିଷ ସତର୍କ ରହିବା ଉଚିତ l
* ବିତ ବା ଧନ ଲାଭର ସୁଯୋଗ ସମସ୍ତଙ୍କ ଭାଗ୍ୟରେ ନଥାଏ କିମ୍ବା ଜୀବନରେ ସବୁ ବ୍ୟକ୍ତି ରାଜକୀୟ ସୁଖକୁ ଲାଭ କରି ପାରି ନଥାଆନ୍ତି l ତେଣୁ ସବୁବେଳେ ମଣିଷ ନିଜର ଜୀବିକା ଅନୁସାରେ ଧନ ଲାଭ କରିଥାଏ l ତେଣୁ ଯାହା ବି ମିଳୁଛି ସେତିକିରେ ସନ୍ତୁଷ୍ଟ ରହିବା ଉଚିତ l
* ସବୁଠୁ ମହତ୍ୱ ପୁର୍ଣ ଜିନିଷ ହେଲା ଜୀବନରେ ବିଦ୍ୟା ଅର୍ଥାତ ଜ୍ଞାନ l ଜ୍ଞାନ ଠାରୁ ମହତ୍ୱ ପୁର୍ଣ କିଛି ନଥାଏ l ଜଣେ ଜ୍ଞାନୀ ବ୍ୟକ୍ତିକୁ ସର୍ବଦା ଓ ସବୁଠି ପ୍ରଶଂସା, ସମ୍ମାନ, ଆଦର ସତ୍କାର ମିଳିଥାଏ l
* ମୃତ୍ୟୁ ଗୋଟିଏ ଏପରି ଜିନିଷ ଯାହା ସବୁଠୁ ବଡ ସତ୍ୟ ଅଟେ l ପ୍ରତିଟି ଆତ୍ମାର ଦିନେ ନା ଦିନେ ମୃତ୍ୟୁ ହୋଇଥାଏ l ଏହାକୁ ଆମକୁ ମାନିବାକୁ ପଡିବ ଯେ ଜନ୍ମ ମାତ୍ରକେ ମୃତ୍ୟୁ ସୁନିଶ୍ଚିତ l