Odisha news

ଜୀବନରେ ଯଦି ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ କରନ୍ତୁ ଏହିସବୁ କାର୍ଯ୍ୟ, ଚମକି ଉଠିବ ଆପଣଙ୍କ ଭାଗ୍ୟ

0
ପ୍ରତିଦିନ ଆମର ସୁଖ ଓ ସମୃଦ୍ଧି ପ୍ରାପ୍ତ ହେଉ ବୋଲି ଆମେ ପ୍ରାୟ ଅଧିକାଂଶ ଉପାୟ ଅବଲମ୍ବନ କରିଥାଉ । କିନ୍ତୁ ଅଧିକାଂଶ ସମୟ ଆମର ଭାଗ୍ୟ ମଧ୍ୟ ଆମ ସାଥୀ ହୋଇ ନଥାଏ । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ର ପ୍ରତ୍ୟେକ ଦିନ ସୁଖ ସମୃଦ୍ଧି ରେ ଅତି ବାହିତ ହୋଇ ଥାଉ ତେବେ ପ୍ରତିଦିନ ଏହି କିଛିଟା ଉପାୟକୁ ପ୍ରତିଦିନ ଆପଣାଇ ବା ଦ୍ଵାରା ଜୀବନର ସମସ୍ତ କାର୍ଯ୍ୟ ସୁରୁଖୁରୁ ରେ ହୋଇଥାଏ ।
* ପ୍ରତିଦିନ ସକାଳୁ ଉଠିବା ମାତ୍ରକେ ସର୍ବ ପ୍ରଥମେ ଭଗବାନ୍ ଙ୍କ ର ଧନ୍ୟବାଦ୍ ଜାଣନ୍ତୁ । ଏବଂ ଆପଣଙ୍କ ଦିନଟି କିପରି ଭଲରେ କରିବ ସେଥିପାଇଁ ପ୍ରାର୍ଥନା କରନ୍ତୁ ।
* ଜୀବନରେ ସଫଳତା ଓ ଶକ୍ତି ଦେବାର କାରକ ହେଉଛନ୍ତି ସୂର୍ୟଦେବ । ପ୍ରତିଦିନ ସକାଳୁ ଗାଧୋଇ ସାରି ସୂର୍ଯ୍ୟ ଦେବଙ୍କୁ ଅକ୍ଷତ ସିନ୍ଦୂର ଓ ନାଲି ମନ୍ଦାର ଅର୍ପଣ କରନ୍ତୁ । କାରଣ ଏପରି କରିବା ଦ୍ବାରା ଜୀବନରେ ଯଶ ଶକ୍ତି ଓ ସଫଳତା ବୃଦ୍ଧି ହୋଇଥାଏ ।
* ଯେତେବେଳେ ମଧ୍ୟ ଆପଣ ସକାଳୁ କୌଣସି କାର୍ଯ୍ୟ ରେ ବାହାରକୁ ଯାଉଛନ୍ତି ସେହି ସମୟରେ କେଶର ଓ ହଳଦୀର ଟିକା ମୁଣ୍ଡରେ ଲଗାଇ ଯାଆନ୍ତୁ । ଏହାଦ୍ବାରା ଆପଣଙ୍କ ଉପରେ ଗୁରୁ ବୃହସ୍ପତି ଙ୍କ କୃପା ରହିବ । କାରଣ ଜୀବନରେ ଉନ୍ନତି ଓ ସଫଳତା ପାଇଁ ବୃହସ୍ପତି ଙ୍କ କୃପା ନିହାତି ଆବଶ୍ୟକ ।
* ଶନି ଓ ରାହୁ ଦୁଇଟି ଏପରି ଗ୍ରହ ଯାହା ଗୋଟିଏ ସୁଖଦ ଜୀବନକୁ ମଧ୍ୟ ନଷ୍ଟ କରି ଦେଇ ଥାଆନ୍ତି । ତେଣୁ ପ୍ରତିଦିନ ସକାଳୁ ଗାଧୋଇ ସାରି ଓସ୍ତ ବୃକ୍ଷ ମୂଳରେ ଜଳ ଦାନ କରିବା ଦ୍ୱାରା ଏହିସବୁ ସଙ୍କଟ ରୁ ଦୂରେଇ ହୋଇ ରହି ହୁଏ ।
* ଦୁର୍ଗା ସପ୍ତଶତୀ, ହନୁମାନ ଚାଳିଶା, ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ । ଜୀବନରେ ସମସ୍ତ ଅସୁବିଧା ଦୂର ହୋଇଥାଏ ।
Leave A Reply