Odisha news

ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି ଯଦି, ଏହି ୫ଟି କଥାକୁ ଗଣ୍ଠି ପକାଇ ରଖନ୍ତୁ

0

ପ୍ରତେକ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିବା ପାଇଁ ଚାହିଁ ଥାଆନ୍ତି l ସେଥିପାଇଁ କିଛିଟା କଥାକୁ ଧ୍ୟାନରେ ରଖିବା ଆବଶ୍ୟକ l କୌଣସି ବ୍ୟକ୍ତି ଗୋଟିଏ ରାତିରେ ସଫଳତା ଲାଭ କରିନଥାଏ l ସେଥିପାଇଁ କଠୋର ପରିଶ୍ରମ କରିବାକୁ ପଡିଥାଏ l ଏଥିପାଇଁ ଆମକୁ ୪ଟି କଥାକୁ ଧ୍ୟାନରେ ରଖିବା ଆବଶ୍ୟକ l

* ଜୀବନରେ ଅଧିକାଂଶ ସମୟ ଅସୁବିଧା ପରିସ୍ଥିତିରେ ଆମେ ପଡିଥାଉ l ଅସୁବିଧା ସମୟକୁ ସାହସର ସହିତ ସାମ୍ନା କରନ୍ତୁ l ଅସୁବିଧା ସମୟ ବ୍ୟକ୍ତିକୁ ମଜବୁତ କରିଥାଏ l କଠିନ ସମୟରେ ମଧ୍ୟ ନିଜର ଲକ୍ଷରୁ ଦୁରେଇ ଯାଆନ୍ତୁ ନାହିଁ l

* ଏହି କଥାକୁ ଗଣ୍ଠି ପକାଇ ରଖନ୍ତୁ ଯେ ଦୁନିଆରେ ଅସମ୍ଭବ କିଛି ନାହିଁ l ଯାହା ଆପଣ ଚିନ୍ତା କରିବେ ତାହା ଆପଣ କରିବେ l କୌଣସି କାର୍ଯ୍ୟରେ ଅସଫଳ ହେବା ପରେ ଭାବନ୍ତୁ ନାହିଁ ଯେ ମୁଁ ଏହି କାର୍ଯ୍ୟକୁ କରିପାରିବି ନାହିଁ l ଆପଣ ସେହି କାର୍ଯ୍ୟକୁ କରିବା ପାଇଁ ପରିଶ୍ରମ କରନ୍ତୁ ସଫଳତା ଆପଣଙ୍କୁ ନିଶ୍ଚିନ୍ତ ମିଳିବ l

* ଜୀବନରେ ସଫଳତା ଲାଭ କରିବା ପାଇଁ ଆତ୍ମବିଶ୍ୱାସ ରହିବା ଉଚିତ l ଯେ କୌଣସି କାର୍ଯ୍ୟକୁ କରୁଛନ୍ତି ଆତ୍ମବିଶ୍ୱାସର ସହିତ କରନ୍ତୁ l ଆତ୍ମବିଶ୍ୱାସ ଦ୍ୱାରା ବିଚାରରେ ସ୍ୱାଧୀନତା ପ୍ରାପ୍ତ ହୋଇଥାଏ l ଆତ୍ମବିଶ୍ୱାସ ଦ୍ୱାରା କଠିନ ରୁ କଠିନ କାମ ସରଳ ହୋଇ ଯାଇଥାଏ l

* ଏହି କଥାକୁ ଗଣ୍ଠି ପକାଇ ନିଅନ୍ତୁ ଯେ ନିଜର ଭୁଲକୁ ସବୁବେଳେ ସ୍ୱୀକାର କରିବା ଆବଶ୍ୟକ l ଯିଏ ନିଜ ଭୁଲକୁ ସ୍ୱୀକାର କରି ନଥାଏ ସେ ଆହୁରି ଅଧିକ ଭୁଲ କରିବସେ l ମଣିଷ ନିଜ ଭୁଲ ରୁ ବହୁତ କିଛି ଶିଖିବାକୁ ପାଇଥାଏ l

* ସମୟ ସବୁଠୁ ମୂଲ୍ୟବାନ ଅଟେ l ସଫଳ ବ୍ୟକ୍ତି ସମୟର ସଦୁପଯୋଗ କରିବା ଜାଣିଥାଏ l ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି ତେବେ ସମୟକୁ ନଷ୍ଟ କରନ୍ତୁ ନାହିଁ ,ତାର ସଦୁପଯୋଗ କରନ୍ତୁ l

Leave A Reply