ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ ଶୁଭାନ୍ସୁ ଓ ଏବଂ ଅନ୍ୟ ତିନିଜଣ ଅନ୍ତରୀକ୍ଷ ଯାତ୍ରୀ ସ୍ପେସ ଷ୍ଟେସନ କୁ ଐତିହାସିକ ଯାତ୍ରା Axiom -4 ଯାତ୍ରା ଆଉ ଥରେ ଘୁଞ୍ଚି ଯାଇଛି, ଏହି ମିଶନ ରେ ଏହି ଚାରି ଅନ୍ତରୀକ୍ଷ ଯାତ୍ରୀ ସ୍ପେସ ଷ୍ଟେସନ ଯାତ୍ରା କରିଥାଆନ୍ତେ, SpaceX କମ୍ପାନୀ ପକ୍ଷରୁ ଏହାର ସୂଚନା ଦିଆଯାଇଥିଲା, କମ୍ପାନୀ ପକ୍ଷରୁ ବର୍ତମାନ ସୂଚନା ଦିଆଯାଇଛି ଯେ ରକେଟ ର ଗୋଟିଏ ଭାଗ ରେ ଲୀକୁଇଡ଼ ଅକ୍ସିଜେନ ଦେଖିବାକୁ ମିଳିଥିଲା, ଏବଂ ବର୍ତମାନ ଏହାକୁ ଠିକ କରିବାର କାର୍ଯ୍ୟ ଜାରି ରହିଛି, ଏବଂ ବର୍ତମାନ ମହାକାଶ ଯାତ୍ରା ସ୍ଥଗିତ ରହିଛି, ଏବଂ କମ୍ପାନୀ ପାଖ୍ୟାରୁ କୁହାଯାଇଛି ଯେ ଯେତେଦିନ ପର୍ଯ୍ୟନ୍ତ ଯାତ୍ରା ପାଇଁ ସମ୍ପୂର୍ଣ କାର୍ଯ୍ୟ ଠିକ ହୋଇନାହିଁ କୌଣସି ନିର୍ଦ୍ଧିଷ୍ଟ ତାରିଖ ର ସୂଚନା ଦିଆଯିବ ନାହିଁ l
ଏଥି ସହିତ ଜଳବାୟୁ ରେ ଅଚାନକ ପରିବର୍ତ୍ତନ ମଧ୍ୟ ଚିନ୍ତାର କାରଣ ଅଟେ, ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ ୧୧ ଓ ୧୨ ଜୁନ ରେ ବର୍ଷା ଓ ପବନ ର ସମ୍ଭାବନା ରହିଛି, ତେଣୁ ତାରିଖ ନିର୍ଦ୍ଧିଷ୍ଟ ହୋଇନାହିଁ l ଶୁଭାନ୍ସୁ ଶୁକ୍ଳା ଏହି ମିଶନ ରେ ପାଇଲଟ ଅଛନ୍ତି, ସେ ଇଣ୍ଟରନେଶନାଲ ସ୍ପେସ ଷ୍ଟେସନ କୁ ଯିବାର ପ୍ରଥମ ଭାରତୀୟ ହେବେ ଓ ରାକେଶ ଶର୍ମା ପରେ ଅନ୍ତରୀକ୍ଷ କୁ ଯିବାର ଦ୍ଵିତୀୟ ଭାରତୀୟ ହେବେ, ତାଙ୍କ ସହିତ ମିଶନ ରେ ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀ ର ମହାକାଶ ଯାତ୍ରୀ ସାମିଲ ରହିଛନ୍ତି, ଏହି ମିଶନ ପାଖାପାଖି ୨ରୁ ୩ ସପ୍ତାହ ପର୍ଯ୍ୟନ୍ତ ଚାଲିବ, ଏବଂ ଅନ୍ତରୀକ୍ଷ ଷ୍ଟେସନ ରେ ବୈଜ୍ଞାନିକ ପ୍ରୟୋଗ କରାଯିବ l