Odisha news

ଷ୍ଟ୍ରବେରି ଚାଷ ବୁଲି ଦେଖିଲେ ପଞ୍ଚାୟତ ପ୍ରତିନିଧି

0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ମାଣିକେଶ୍ୱର ପଞ୍ଚାୟତ ପରିଦର୍ଶନରେ ଆସି ବରେପଙ୍ଗାରେ ହୋଇଥିବା ଷ୍ଟ୍ରବେରି ଚାଷ ବୁଲି ଦେଖିଛନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଷ୍ଟ୍ରବେରି ଚାଷ କରି ସଫଳତା ଲାଭ କରିଥିବାରୁ ସେ ସମ୍ପର୍କରେ ଲୋକ ପ୍ରତିନିଧିମାନେ ପଚାରି ବୁଝିଥିଲେ। ଏହାକୁ ଅନ୍ୟ ପଞ୍ଚାୟତରେ କିପରି ଚାଷ କରାଯାଇ ପାରିବ ସେନେଇ ବିଡିଓ ଶରତ ପାତ୍ର ଏବଂ ଓଡ଼ିଶା ଜୀବିକା ମିଶନର ବିପିଏମ୍‌ ଜୟଦେବ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ। ପରେ ମାଣିକେଶ୍ୱର ଯୋଗେଶ୍ୱର ହାଇସ୍କୁଲର ୫-ଟି ରୂପାନ୍ତରଣ କାର୍ଯ୍ୟ ଦେଖିଥିଲେ। ଏଥିରେ ବିଡିଓଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ପ୍ରୀତମ ପ୍ରଧାନ, ଉପାଧ୍ୟକ୍ଷା ରିନା ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ।

Nalco
Leave A Reply