Odisha news

ଶ୍ରୀଲଙ୍କା ଓ ପାକିସ୍ତାନ ର ଅବସ୍ଥା ଦେଖି କଣ ପାଇଁ ଚୁପ ରହିଛି ଚୀନ

0
ନୂଆଦିଲ୍ଲୀ : ଗତ କିଛିବର୍ଷ ମଧ୍ୟରେ ଆମେରିକା ଚୀନ ଉପରେ ଆରୋପ ଲଗାଇଛି ଯେ ବେଜିଙ୍ଗ ଋଣ କୂଟନୀତି ଜରିଆରେ ବିକାଶଶୀଳ ଦେଶ ଗୁଡିକ ଚୀନ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି l ଗତ କିଛି ବର୍ଷ ମଧ୍ୟରେ ଚୀନ ବିଶ୍ୱର ସବୁଠୁ ବଡ଼ ସରକାରୀ ଳେଣଦେଣ ସ୍ଥାନ ହୋଇ ଯାଇଛି l ଚୀନ ର ସରକାରୀ ବ୍ୟାଙ୍କ କିଛିବର୍ଷ ମଧ୍ୟରେ ବିଶ୍ୱ ବ୍ୟାଙ୍କ ଓ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ତୁଳନାରେ ବିକାଶଶୀଳ ଦେଶ ଗୁଡିକୁ ଅଧିକ ଋଣ ଦେଇଛି l କିନ୍ତୁ ଚୀନ ର ଋଣ ଦେବାର ପ୍ରକ୍ରିୟାକୁ ନେଇ ସାରା ବିଶ୍ୱରେ ଚର୍ଚା ହେଉଛି l

ଶ୍ରୀଲଙ୍କା ଓ ପାକିସ୍ତାନ ର ଆର୍ଥିକ ସ୍ଥିତିକୁ ଦେଖିବା ପରେ ଚୀନ ଏହିସବୁ ଦେଶକୁ ସାହାଯ୍ୟ କରିବାକୁ ପଛାଇ ଯାଇଛି l ଚୀନ ବର୍ତମାନ ସୁଧା ପାକିସ୍ତାନ କୁ ୪ ବିଲିୟନ ଡଲାର ଋଣକୁ ଜାରି କରିନାହିଁ l ଶ୍ରୀଲଙ୍କା ୨ . ୫ ବିଲିୟନ ଡଲାର ସାହାଯ୍ୟ ମାଗିଥିବା ବେଳେ ଚୀନ କୌଣସି ପ୍ରତିକ୍ରିୟା ନଦେଇ ଚୁପ ରହିଛି l କିନ୍ତୁ ବେଜିଙ୍ଗ ରେ ଶ୍ରୀଲଙ୍କା ର ଟପ ଅଧିକାରୀ କହିଛନ୍ତି ଆଶା ରହିଛି ଚୀନ ଋଣ ଆକାରରେ କିଛିଟା ସାହାଯ୍ୟ କରିବ l

ଚୀନ ବର୍ତମାନ ଉଭୟ ଦେଶର ଘରୋଇ ହିଂସା ଓ ରାଜନୈତିକ ଅଶାନ୍ତିକୁ ନେଇ ଚୁପ ରହିଛି l ଚୀନ ର ବ୍ୟାଙ୍କ ଗୁଡିକ ବର୍ତମାନ ଜାଣି ସାରିଲେଣି ଯେ ଯେଉଁ ଦେଶ ଗୁଡିକ ତାଙ୍କ ନିକଟରୁ ଋଣ ନେଉଛନ୍ତି ସେମାନେ ଋଣ ଶୁଝିବା ପାଇଁ ସମ୍ବଳ ନୁହନ୍ତି l ତେଣୁ ବର୍ତମାନ ଚୀନ ଏହାକୁ ନେଇ ଚିନ୍ତିତ ରହିଛି l ଚୀନ ର ଅର୍ଥନୈତିକ ମାନେ ମତ ଦେଇଛନ୍ତି ଯେ ବର୍ତମାନ ସ୍ଥିତି ରେ ଚୀନ ସର୍ବ ପ୍ରଥମେ ନିଜ କଥା ଚିନ୍ତା କରିବା ଆବଶ୍ୟକ ଯାହା ଦେଶ ପାଇଁ ଜରୁରୀ l

Leave A Reply