ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଅନ୍ତର୍ଗତ କ୍ରୀମାଲୋଇ ଗ୍ରାମରେ ମା ବିରଯାଇଙ୍କ ପୂଜା ଅନୁଷ୍ଟିତ ହୋଇ ଯାଇଛି। ଏଥିରେ ତିର୍ଥବାସି ମୁଦୁଲି ପୂଜା ଅର୍ଚ୍ଚନା କରିଥିଲେ। ଏହି ପୂଜାରେ ବାମଣ୍ଡା ଅଞ୍ଚଳର ଜୟପୁରଗଡ, ଗୁଲୁଜିପାଲି, ବେଲୁଆମାଲ, କ୍ରିମାଲୋଇ ଗ୍ରାମର ଖଣ୍ଡାୟତ କ୍ଷତ୍ରିୟ ସମାଜର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ପ୍ରକାଶ ଥାଉକି ବହୁ ବର୍ଷ ପୂର୍ବରୁ ଯାଜପୁର ଅଞ୍ଚଳରୁ ବାମଣ୍ଡା ଅଞ୍ଚଳକୁ ଖଣ୍ଡାୟତ ସମାଜର କିଛି ବ୍ୟକ୍ତି ଆସି ବସବାସ କରୁଛନ୍ତି। ମା ବିରାଯାଇ ହେଉଛନ୍ତି ଖଣ୍ଡାୟତ କ୍ଷତ୍ରିୟ ସମାଜର ଅଧିଷ୍ଠାତ୍ରୀ ଦେବୀ, ତେଣୁ ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଚତୁର୍ଦ୍ଦଶୀରେ ମା ବୀରଜାଇଙ୍କ ପୂଜାର୍ଚ୍ଚନା କରାଯାଏ। ଏଥିରେ ବହୁ ଭକ୍ତ ଉପସ୍ଥିତ ଥିଲେ।
