କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଗଣମାଧ୍ୟମକୁ ସୂଚନା
ଭୁବନେଶ୍ୱର : ୦୮ ମଇ,୨୦୨୦ : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ବିଶ୍ୱ ରେଡ୍କ୍ରସ ଦିବସ ଅବସରରେ ଏକ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ ସାରା ବିଶ୍ୱରେ ଲକ୍ଷ ଲକ୍ଷ ସେ୍ୱଚ୍ଛାସେବୀ କୋଭିଡ୍-୧୯ ମହାମାରୀ ବିରୋଧରେ ଚାଲିଥିବା ସଂଗ୍ରାମରେ ଅହୋରାତ୍ର କାର୍ଯ୍ୟ କରୁଛନ୍ତି ଓ ଅପରିସୀମ ତ୍ୟାଗ ସ୍ୱୀକାର କରୁଛନ୍ତିା ଏହି କଠିନ ସମୟରେ ମାନବ ଜୀବନକୁ ସୁରକ୍ଷିତ ରଖିବା ପାଇଁ ଏକ ସହାନୁଭୂତିଶୀଳ ସମାଜର ଅଂଶ ଭାବରେ ଆମେ ସମସ୍ତେ ନିଜର ଭୂମିକା ନିର୍ବାହ କରିବାକୁ ପ୍ରତିଜ୍ଞାବଦ୍ଧ ହେବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତିା
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ବିଶ୍ୱ ଥାଲାସେମିଆ ଦିବସ ଅବସରରେ କହିଛନ୍ତି ଯେ ବିଭିନ୍ନ ରୋଗରେ ଆକ୍ରାନ୍ତ ଲୋକମାନଙ୍କ ନିମନ୍ତେ ରକ୍ତଭଣ୍ଡାରଗୁଡ଼ିକରେ ଯଥେଷ୍ଟ ପରିମାଣର ରକ୍ତ ମହଜୁଦ ରହିବା ଆବଶ୍ୟକା ମାନ୍ୟବର ମୁଖ୍ୟମନ୍ତ୍ରୀ କୋଭିଡ୍-୧୯ ଲକ୍ ଡାଉନ୍ ତଥା ସାମାଜିକ ଦୂରତ୍ୱର ନିୟମାବଳୀ ଅନୁପାଳନପୂର୍ବକ ରକ୍ତଦାନ କରି ସ୍ୱାସ୍ଥ୍ୟସେବାର ଏହି ଆବଶ୍ୟକତା ପୂରଣ କରିବା ପାଇଁ ସର୍ବସାଧାରଣଙ୍କୁ ଅନୁରୋଧ କରିଛନ୍ତିା
ରାଜ୍ୟ ସରକାର ଆଜି ୩ ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ କୋଭିଡ୍-୧୯ ପରିଚାଳନାରେ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ଏକ ମାସ ପାଇଁ ନିୟୋଜିତ କରିଛନ୍ତିା ଓଡ଼ିଶା ଖଣି ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି. ଅନେ୍ୱଷା ରେzୀ, ଗ୍ରୀଡ଼୍କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପାଟିଲ୍ ଆଶିଷ ଈଶ୍ୱର ଏବଂ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ହେମକାନ୍ତ ସାଏଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛିା
କେତେକ ଶିଳ୍ପ ସଂସ୍ଥା ଓ ଶିଳ୍ପ ସଂଘର ଆବେଦନକୁ ବିଚାର କରି ଓଡ଼ିଶା ସରକାର ୨୦ ଅପ୍ରେଲ୍ ୨୦୨୦ରୁ ଶିଳ୍ପ ଓ ବାଣିଜି୍ୟକ କାର୍ଯ୍ୟକଳାପ ନିମନ୍ତେ ରହିଥିବା କଟକଣାକୁ କିଛି ମାତ୍ରାରେ କୋହଳ କରିଛନ୍ତିା
. କୌଣସି ସାବାଳକ ଶ୍ରମିକଙ୍କୁ କାରଖାନାରେ ଦୈନିକ ୧୨ ଘଣ୍ଟାରୁ ଅଧିକ କି ସପ୍ତାହକୁ ୭୨ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇ ପାରିବ ନାହିାଁ କୌଣସି ସାବାଳକ ଶ୍ରମିକଙ୍କୁ ଏକକାଳୀନ ୬ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ଦିଆଯିବ ନାହିଁ, ଅତିକମ୍ରେ ଅଧଘଣ୍ଟା ପାଇଁ ବିଶ୍ରାମ ସମୟ ଦେବାକୁ ହେବା ସମୁଦାୟ ୧୩ ଘଣ୍ଟାରୁ ଅଧିକ ସମୟ କାରଖାନାରେ ରହିହେବ ନାହିାଁ
. ସରକାରଙ୍କ ସ୍ୱତନ୍ତ୍ର ଅନୁମତି ବିନା କୌଣସି ମହିଳା ଶ୍ରମିକଙ୍କୁ କାରଖାନାରେ ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଦିଆଯିବ ନାହିାଁ
. କାରଖାନା ଆଇନର ଧାରା ୫୯ ଅନୁସାରେ ଜଣେ ଶ୍ରମିକ ସପ୍ତାହକୁ ସର୍ବାଧିକ ୨୪ ଘଣ୍ଟା ଓଭର ଟାଇମ୍ କରିପାରିବେ ଏବଂ ତାଙ୍କୁ ଦୈନିକ ଅତିରିକ୍ତ ୪ ଘଣ୍ଟା ଓଭର ଟାଇମ୍ ମଜୁରୀ ପ୍ରଦାନ କରାଯିବା
. କୋଭିଡ୍-୧୯ ସଂପର୍କିତ ଅନ୍ୟାନ୍ୟ ସମସ୍ତ ମାର୍ଗଦର୍ଶିକାକୁ କଡ଼ାକଡ଼ି ଅନୁପାଳନ କରାଯିବା
କୋଭିଡ୍-୧୯ରୁ ମୁକାବିଲା ନିମନ୍ତେ ଓଡ଼ିଶାରେ ତାଲିମପ୍ରାପ୍ତ ଡାକ୍ତର, ନର୍ସ ଏବଂ ଚିକିତ୍ସା ସହାୟକମାନଙ୍କୁ ପ୍ରସ୍ତୁତ ରଖାଯାଇଛିା ସ୍ୱତନ୍ତ୍ର ଭାବେ ଗଠିତ ତାଲିମ ଓ ଦକ୍ଷତା ବିକାଶ ଟିମ୍ଙ୍କ ପ୍ରଚେଷ୍ଟାରେ ବର୍ତ୍ତମାନ ସୁଦ୍ଧା ୮୦୨୩ ଡାକ୍ତର, ୮୨୯୬ ଷ୍ଟାଫ୍ ନର୍ସ, ୪୧୦୫ ଲାବୋରେଟୋରୀ ଟେକ୍ନିସିଆନ୍, ୪୧୧୪ ଆୟୁଷ ଡାକ୍ତର, ୪୯୦୫ ଆମ୍ବୁଲନ୍ସ ଡ୍ରାଇଭର, ୧,୩୫,୮୨୦ ଏଏନ୍ଏମ୍, ଆଶା/ଅଙ୍ଗନବାଡ଼ି କର୍ମୀ ଏବଂ ୭୨୩୬ ସଫେଇ କର୍ମଚାରୀଙ୍କୁ କୋଭିଡ୍-୧୯ ଯୋଦ୍ଧା ଭାବେ ତାଲିକାଭୁକ୍ତ କରାଯାଇଛିା
ଖରିଫ୍-୨୦୨୦ରେ ୯୬ ଲକ୍ଷ ମେଟି୍ରକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଫସଲ ବିବିଧକରଣ ଉପରେ ଗୁରୁତ୍ୱ ଦେଇଛନ୍ତିା କୃଷକମାନଙ୍କୁ ଲାଭାନ୍ୱିତ କରିବା ଉଦ୍ଦେଶ୍ୟରେ ଫାର୍ମ ପଣ୍ଡ ଖନନ ଓ ଫସଲ ଋଣ ପ୍ରଦାନ ଆଦି ପଦକ୍ଷେପ ଗ୍ରହଣ କରାଯାଇଛିା
ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତିା ଆଜି ୬୬୧୮ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତିା ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୪୬,୩୮୩ ଜଣ ଫେରିଛନ୍ତିା ସେମାନେ ବସ୍, ଟ୍ରେନ୍ ଓ ଅନ୍ୟ ଯାନବାହନରେ ଆସୁଛନ୍ତିା
କୋଭିଡ୍-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୩,୬୮୫ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛିା ଏଥିରେ ମୋଟ ୫,୪୮,୧୬୧ ଶଯ୍ୟାର ବ୍ୟବସ୍ଥା କରାଯାଇଛିା
ଆଜି ରାଜ୍ୟର ୪୯୪୮ ଗ୍ରାମ ପଞ୍ଚାୟତରେ ୩,୧୯,୧୪୦ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୪ ଟି ପୌରାଞ୍ଚଳରେ ୩୫,୩୩୯ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୭ରୁ ମଇ ୮ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୨ଟି ମାମଲା ଦାୟର କରାଯାଇଛିା ସେଥିରୁ ୧୮ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୩ଟି ହୋମ୍ କ୍ୱାରାଣ୍ଟାଇନ୍ ଉଲ୍ଲଂଘନ ପାଇଁ ଏବଂ ୧ଟି ଅନ୍ୟାନ୍ୟ କାରଣ ପାଇଁ ଅଟୋ ବିଭିନ୍ନ ଅଭିଯୋଗରେ ୫୩ ଜଣଙ୍କୁ ଗିରଫ କରାଯାଇଛି ।
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୫୨,୯୭୪ ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛିା
ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୭୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା
୬୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତିା
୨ ଜଣ କୋଭିଡ୍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା
ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୨୦୬ ରହିଛିା
୨୯୮ ଜଣ ହସ୍ପିଟାଲ୍ ଆଇସୋଲେସନ୍ରେ ଅଛନ୍ତିା