କରୋନା ଭୂତାଣୁ ରୋଗ (କୋଭିଡ୍-୧୯) ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଓ ଲୋକସଂପର୍କ ବିଭାଗର ସାମ୍ବାଦିକ ସମ୍ମିଳନୀ
କରୋନା ଭୂତାଣୁ ରୋଗ (କୋଭିଡ୍-୧୯) ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ
ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଜି ଅପରାହ@ରେ ସୂଚନା ଓ ଲୋକସଂପର୍କ
ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଈକ୍ସVଔଉ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର
ଶ୍ରୀ ସୁବ୍ରତ ବାଗ୍ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା
କୋଭିଡ୍-୧୯ର ବ୍ୟାପକତାକୁ ଦେଖି ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ
ରାଜ୍ୟବାସୀଙ୍କୁ ଏହି ଅସାଧାରଣ ପରିସ୍ଥିତିର ମୁକାବିଲା ପାଇଁ ଆହ୍ୱାନ ଦେଇଛନ୍ତିା ମାନ୍ୟବର ମୁଖ୍ୟମନ୍ତ୍ରୀ
କହିଛନ୍ତି, “ଏହି ପରିସ୍ଥିତିର ମୁକାବିଲା ପାଇଁ ଆସନ୍ତା ୨୨ ତାରିଖରୁ ୨୯ ତାର ଖି ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ
ରାଜ୍ୟର ୫ଟି ଜିଲ୍ଲା ଯଥା ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା, ଅନୁଗୋଳ ଏବଂ ଏହା ସହିତ ୮ଟି ସହର
ଯଥା ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଯାଜପୁର ରୋଡ଼, ଯାଜପୁର ଟାଉନ୍ ଏବଂ
ଭଦ୍ରକରେ ସଂପୂର୍ଣ୍ଣ ତାଲାବନ୍ଦ(ଲକ୍ ଡାଉନ୍) କାର୍ଯ୍ୟକାରୀ ହେବା ଏହି ସମୟରେ ଏହି ସବୁ ସ୍ଥାନର
ଜନସାଧାରଣ ନିଜ ନିଜ ଘରେ ରହିବେ ଏବଂ କେବଳ ଅତି ଜରୁରୀ ଆବଶ୍ୟକତାରେ ବାହାରକୁ ବାହାରିବୋ
ଉକ୍ତ ସମୟ ମଧ୍ୟରେ ଔଷଧ ଦୋକାନ, ତେଜରାତି, ପରିବା, ମାଛ-ମାଂସ ଆଦି ଅତ୍ୟାବଶ୍ୟକ ସାମଗ୍ରୀ
ଦୋକାନ ସହିତ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍, ପେଟ୍ରୋଲ୍ ପମ୍ପ ଆଦି ଖୋଲା ରହିବା ପ୍ରଶାସନ, ପୋଲିସ୍,
ସ୍ୱାସ୍ଥ୍ୟ, ଅଗ୍ନିଶମ, ଓଡ୍ରାଫ୍, ବିଜୁଳି, ପାନୀୟ ଜଳ ଓ ପୌରାଞ୍ଚଳ ସେବା ଜାରି ରହିବା’ ଏହାର ଉଲ୍ଲଂଘନକାରୀଙ୍କ
ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଏହି ସମୟରେ ଜନସାଧାରଣ ଧୈର୍ଯ୍ୟର ସହ ସରକାରଙ୍କ
ପଦ କ୍ଷେପରେ ସହ ଯୋଗ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁରୋଧ କର ଛି ନ୍ତିା
ମହାମାରୀ ରୋଗ ଆଇନ-୧୮୯୭ର ଧାରା-୨ ଏବଂ ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ନିୟମାବଳୀର ବିଧି-
୧୭ ଅନୁସାରେ ଓଡ଼ିଶା ସରକାର କୋଭିଡ୍-୧୯ ସଂପର୍କିତ ମାର୍ଗଦର୍ଶିକା ଜାରି କରିଛନ୍ତିା
ଏହି ନିୟମାନୁସାରେ:
ଆକ୍ରାନ୍ତ ବ୍ୟକ୍ତି, ତାଙ୍କର ଆତ୍ମୀୟ, ଚିକିତ୍ସା କରୁଥିବା ଡାକ୍ତର, ସହଯୋଗୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା
ଏବଂ ନିରାପତ୍ତା ଦୃଷ୍ଟିରୁ ସେମାନଙ୍କ ସଂପର୍କିତ ତଥ୍ୟ ଗୋପନ ରଖାଯିବା
କୌଣସି ଗଣମାଧ୍ୟମ କୋଭିଡ୍-୧୯ରେ ସଂକ୍ରମିତ/ଆକ୍ରାନ୍ତ ବ୍ୟକ୍ତି, ତାଙ୍କର ସଂପର୍କୀୟ/ଆତ୍ମୀୟ,
ଚିକିତ୍ସକ, ସହଯୋଗୀ ସ୍ୱାସ୍ଥ୍ୟକର୍ମଚାରୀଙ୍କ ଠିକଣା ପ୍ରକାଶ କରିପାରିବେ ନାହିାଁ ସେହିପରି କୌଣସି
ରୋଗୀ, ତାଙ୍କର ପିତାମାତା, ଆତ୍ମୀୟ, ଚିକିତ୍ସକ, ସହଯୋଗୀ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସାକ୍ଷାତକାର
ନେଇପାରିବେ ନାହିାଁ
ଏହାର ଉଲ୍ଲଂଘନକୁ ଦଣ୍ଡନୀୟ ଅପରାଧ ଭାବରେ ବିବେଚନା କରାଯିବା ଏହା
ପ୍ରିଣ୍ଟ/ଇଲେକ୍ଟ୍ରୋନିକ୍ସ/େଓ୍ୱବ୍/ସୋସିଆଲ୍ ମିଡ଼ିଆ ପ୍ରତି ଲାଗୁ ହେବା
ଆଜି ଦିନ ୧୨ଟା ସୁଦ୍ଧା ଓଡ଼ିଶାରେ ୭୦ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସେଥିରୁ ୬୯ଟି ରିପୋର୍ଟ
ହସ୍ତଗତ ହୋଇଛିା ସେଥିରୁ ୨ଟି ପଜିଟିଭ୍ ଚିହ୍ନଟ ହୋଇଛିା ଗୋଟିଏ ରିପୋର୍ଟ ଏ ପର୍ଯ୍ୟନ୍ତ ହସ୍ତଗତ
ହୋଇନାହିାଁ
ଓଡ଼ିଶାରେ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣଙ୍କ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛିା
ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୬ ଜଣ ଆସିଥିବା ତଥ୍ୟ ମିଳିଛିା ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ସହ
ଯୋଗାଯୋଗ ହୋଇଛିା ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଚାଲିଛିା
୯ଟି ମନିଟରିଂ ଟିମ୍ ଏଥି ପାଇଁ କାର୍ଯ୍ୟ କରୁଛନ୍ତିା
ବର୍ତ୍ତମାନ ସୁଦ୍ଧା ୩୨୩୬ ଜଣ ପଞ୍ଜୀକରଣ କରିଛନ୍ତିା
କୋଭିଡ୍-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୨୩ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍ରେ
ରଖାଯାଇଛିା
କୋଭିଡ୍-୧୯ ସ୍ଥିତିରେ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ୫ ଲକ୍ଷ ଗରିବ, ଦୁସ୍ଥ ଓ ବଞ୍ଚିତ
ହିତାଧିକାରୀଙ୍କୁ ସାମିଲ କରି ଖାଦ୍ୟ ନିରାପତ୍ତା ଯୋଗାଇ ଦେବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତିା ଏହି
ହିତାଧିକାରୀମାନେ ମାସିକ କିଲୋଗ୍ରାମ ପ୍ରତି ୧ ଟଙ୍କା ମୂଲ୍ୟରେ ମୁଣ୍ଡପିଛା ୫ କିଲୋଗ୍ରାମ ଲେଖାଏଁ ଚାଉଳ
ପାଇବୋ ଆସନ୍ତା ତିନିମାସ ଅପ୍ରେଲ, ମଇ ଓ ଜୁନ୍ ନିମନ୍ତେ ଆସନ୍ତା ମାର୍ଚ୍ଚ ୨୪ ତାରିଖଠାରୁ
ହିତାଧିକାରୀମାନଙ୍କୁ ବଣ୍ଟନ କରାଯିବା
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ଛାତ୍ରାବାସ ବନ୍ଦ ରହିବା କିନ୍ତୁ ଯେ ପର୍ଯ୍ୟନ୍ତ
ଛାତ୍ରଛାତ୍ରୀମାନଙ୍କର ପିତାମାତା ବା ଅଭିଭାବକମାନେ ସେମାନଙ୍କୁ ଛାତ୍ରାବାସରୁ ନେଇ ନାହାନ୍ତି, ସେ ପର୍ଯ୍ୟନ୍ତ
ସେମାନେ ଛାତ୍ରାବାସରେ ରହିପାରିବୋ
ମଧ୍ୟାହ୍ନ ଭୋଜନ ବାବଦକୁ ଛାତ୍ରଛାତ୍ରୀମାନଙ୍କୁ ଏକକାଳୀନ ଆଗୁଆ ୩ ମାସର ଶୁଖିଲା ରାସନ୍ ଦିଆଯିବା ପ୍ରଧାନ
ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ପିତାମାତାଙ୍କୁ କୁପନ୍ ଦେବୋ ଏହି କୁପନକୁ ଦେଖାଇ ସେମାନେ ସ୍କୁଲ
ଅନୁବନ୍ଧିତ ହୋଇଥିବା ନିକ ଟସ୍ଥ ସାଧାର ଣ ବ ଣ୍ଟନ କେନ୍ଦ୍ରରୁ ଏହି ଆଗୁଆ ରାସନ୍ ଉଠାଇ ପାରିବୋ ଏଥିପାଇଁ
ସଂପୃକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ
ନେବାକୁ ନିର୍ଦ୍ଦେଶ ଦିଆଯାଇଛିା
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ଓ ଥେରାପି ସେଣ୍ଟରର
ହଷ୍ଟେଲ୍ଗୁଡ଼ିକୁ ଆସନ୍ତା ଜୁନ୍ ମାସ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛିା ପ୍ରତି ଅନ୍ତେବାସୀଙ୍କୁ ମାସିକ
୧୨୦୦ ଟଙ୍କା ହିସାବରେ ତିନିମାସ ନିମନ୍ତେ ଖାଦ୍ୟପେୟ ଓ ଅନ୍ୟାନ୍ୟ ବାବଦକୁ ସହାୟତା ଅଗ୍ରୀମ ପ୍ରଦାନ
କରାଯିବା ଏହା ବ୍ୟତୀତ, ଅନ୍ତେବସୀଙ୍କୁ ଜଣେ ସହଯୋଗୀ/ସାହାଯ୍ୟକାରୀଙ୍କ ସହିତ ଘରକୁ ଫେରିବା ସକାଶେ
ଯାତାୟତ ଖର୍ଚ୍ଚ ବାବଦକୁ ସର୍ବୋଚ୍ଚ ୫୦୦ ଟଙ୍କା ପ୍ରଦାନ କରାଯିବା
ଗ୍ରାମାଞ୍ଚଳରେ କୋଭିଡ୍-୧୯ ସଂପର୍କିତ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ୧୯ ତାରିଖରୁ ଆରମ୍ଭ ହୋଇଥିବା
ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନଙ୍କ ସଚେତନତା ବୈଠକର ତୃତୀୟ ଦିନରେ ଆଜି ରାଜ୍ୟରେ ଜିଲ୍ଲା ପରିଷଦ
ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛିା
ପୌରାଞ୍ଚଳ ତରଫରୁ ନିଜ ଅଞ୍ଚଳକୁ ସ୍ୱଚ୍ଛ ରଖିବା ନିମନ୍ତେ ସ୍ୱଚ୍ଛସାଥିମାନଙ୍କୁ ସଚେତନତା କାର୍ଯ୍ୟକ୍ରମର ଦାୟିତ୍ୱ
ଅର୍ପଣ କରାଯାଇଛିା