ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାରର ପାରିବ ସହିତ ଶାଗ ମଧ୍ୟ ଦେଖିବାକୁ ମିଳିଥାଏ , ସେହିଭଳି ପୋଇ ମଧ୍ୟ ବଜାରରେ ଅନେକ ମାତ୍ରାରେ ଦେଖିବାକୁ ମିଳେ l କିନ୍ତୁ ପ୍ରାୟ ସମସ୍ତ ବାଡ଼ି ବଗିଚାରେ ଦେଖିବାକୁ ମିଳୁଥିବା ଏହି ପୋଇ ଅନେକ ଗୁଡିଏ ପୋଷାକ ତତ୍ତ୍ୱରେ ଭରପୁର ଅଟେ l ଏହାକୁ ଇଂରାଜୀ ରେ ମାଲାବାର ସ୍ଟିନାଚ କୁହାଯାଇଥାଏ l ଏହା ବିଶେଷ ଭାବରେ ଶ୍ରୀଲଙ୍କା, ଭାରତ ଓ ଇଣ୍ଡୋନେସିଆରେ ଦେଖିବାକୁ ମିଳିଥାଏ l
* ଏହା ଅନେକ ଗୁଡିଏ ଭୀତମୀନସ ର ସମଷ୍ଟି ଅଟେ l ଏହାଛଡା ଆଣ୍ଟିଅକ୍ସିଡାଣ୍ଟ, ଭୀତମୀନସ ର ମଧ୍ୟ ଗୋଟିଏ ବଡ଼ ସ୍ରୋତ ଅଟେ l ଯାହାକି ଆମକୁ ଅନେକ ପ୍ରକାର ରୋଗ ନିକଟରୁ ରକ୍ଷା କରିଥାଏ l ଆଜି ଆସନ୍ତୁ ଜାଣିବା ପୋଇ ଶାଗ ଖାଇବାର ଚମତ୍କାର ଲାଭ ବିଷୟରେ l
– ପୋଇ ରେ କ୍ୟାଲସିୟମ ଭରପୁର ମାତ୍ରାରେ ରହିଥାଏ, ଯାହାକି ଆମ ବୋନ କୁ ଷ୍ଟ୍ରଙ୍ଗ କରିଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ନିୟମିତ ପୋଇ ଶାଗ ସେବନ କରିବା ଦ୍ୱାରା ଅଷ୍ଟ୍ରିୟପରସିସ ରୋଗ ଠାରୁ ମୁକ୍ତି ମିଳିଥାଏ l ଏବଂ ଜଏଣ୍ଟ ପେନ ରୁ ମଧ୍ୟ ଆରାମ ମିଳିଥାଏ l
– ଯଦି ଆପଣ ନିଜ ହାର୍ଟ କୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ପୋଇ ଶାଗ ନିହାତି ସେବନ କରନ୍ତୁ l ଫାଇବର ରେ ଭରପୁର ପୋଇ ଆମ ଶରୀରରୁ ବ୍ୟାଡ଼ କୋଲେଷ୍ଟ୍ରଲ କୁ କମ କରି ଥାଏ l ନିୟମିତ ସେବନ ଦ୍ୱାରା ହାର୍ଟ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ l
– ଗ୍ରୀଷ୍ମ ଋତୁରେ ଆମେ ବିଭିନ୍ନ ରୋଗରେ ପୀଡିତ ହୋଇଥାଏ l ସେଥିପାଇଁ ପୋଇ କୁ ଗୋଟିଏ ଇମ୍ୟୁନିଟି ବୁଷ୍ଟର ଭାବରେ ଗ୍ରହଣ କରିପାରିବେ l ପୋଇ ରେ ମଗ୍ନେଶୀୟମ, କ୍ୟାଲସିୟମ ଓ ଜିଙ୍କ ଭଳି ପୋଷାକ ତତ୍ୱ ରହି ଥିବାରୁ ଇମ୍ୟୁନିଟି ବୁଷ୍ଟ କରିବାରେ ସାହାଯ୍ୟ କରିଥାଏ l ଏହାକୁ ନିୟମିତ ସେବନ ଦ୍ୱାରା ବିଭିନ୍ନ ସଂକ୍ରମିତ ରୋଗ ନିକଟରୁ ନିଜକୁ ରକ୍ଷା କରିହୁଏ l
– ପୋଇ ଶାଗ ଆମ ତ୍ୱଚା ପାଇଁ ଖୁବ ଲାଭଦାୟକ, ଏଥିରେ ଭିଟାମିନ ସି ଉଚ୍ଚ ମାତ୍ରାରେ ରହିଥାଏ l ଯାହାକି ତ୍ୱଚା ପାଇଁ ଖୁବ ଲାଭ ଦାୟକ l ଏହାଛଡା ଆମ ଶରୀରରେ କୋଲେଜନ କୁ ନିର୍ମାଣ କରିବାରେ ପୋଇ ଶାଗ ସାହାଯ୍ୟ କରିଥାଏ l ଏହାକୁ ନିୟମିତ ସେବନ ଦ୍ୱାରା ତ୍ୱଚା ରେ ଚମକ ଆସିଥାଏ l
– ଯଦି ଆପଣ ଅନିଦ୍ରା ସମସ୍ୟା ଦେଇ ଗତି କରୁଛନ୍ତି ତେବେ ନିଜ ଡାଏଟ ରେ ପୋଇ କୁ ଶାମିଲ କରନ୍ତୁ l ମଗ୍ନେଶୀୟମ ଭରପୁର ମାତ୍ରାରେ ରହିଥିବା କାରଣରୁ ପୋଇ ଶାଗ ଆମ ମସ୍ତିଷ୍କ କୁ ଶକ୍ତି ଯୋଗାଇ ଥାଏ l ଏହାଛଡା ଭଲ ନିଦ କରାଇଥାଏ ପୋଇ ଶାଗ l