କଣ ରହିଛି ବୈଶାଖ ମାସ ରବିବାରରେ ସୂର୍ଯ୍ୟଯନ୍ତ୍ର ସ୍ଥାପନା କରିବାର ମହତ୍ୱ, ମିଳିଥାଏ ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ସଫଳତା
ବୈଶାଖ ମାସଟି ଧର୍ମର ମାସ ଅଟେ, ଏହି ମାସରେ ସୂର୍ଯ୍ୟଦେବ ଙ୍କ ରୌଦ୍ରତାପ ଖୁବ ଉତେଜିତ ହୋଇଥାଏ l ଏବଂ ଏହି ମାସରେ ସୂର୍ଯ୍ୟ ଦେବଙ୍କୁ ପୂଜା କରିବାର ବିଶେଷ ବିଧାନ ରହିଥାଏ l ବିଶେଷ ମାସରେ ବୈଶାଖ ମାସ ରବିବାର ରେ ସୂର୍ଯ୍ୟଯନ୍ତ୍ର ଘରେ ସ୍ଥାପନା କରିବାର ବିଶେଷ ପ୍ରଭାବ ଜୀବନ ଉପରେ ପଡିଥାଏ l ଏହାଦ୍ୱାରା ଚାକିରୀ, ବ୍ୟବସାୟ କ୍ଷେତ୍ରରେ ବିଶେଷ ଲାଭ ମିଳିଥାଏ l ଆଜି ଆସନ୍ତୁ ଜାଣିବା ସୂର୍ଯ୍ୟ ଯନ୍ତ୍ରର ମହତ୍ୱ ଏବଂ ଏହାକୁ ବୈଶାଖମାସ ରବିବାର ରେ ଲଗାଇବାର ଲାଭ l
ସୂର୍ଯ୍ୟ ଯନ୍ତ୍ରର ମହତ୍ୱ –
ବ୍ରହ୍ମାଣ୍ଡ ର ସୂର୍ଯ୍ୟ ଦେବ ହେଉଛନ୍ତି ଏଭଳି ଜଣେ ଭଗବାନ ଯାହାଙ୍କ ଚତୁର୍ପାର୍ଶ୍ୱରେ ସମସ୍ତ ଗ୍ରହ ନକ୍ଷତ୍ର ଘୁରି ଥାଆନ୍ତି l ପୃଥିବୀ ର ସମସ୍ତ ଜଡ଼ ଚେତନ ଏହାଙ୍କ ରଶ୍ମିର ପ୍ରଭାବ ରହିଥାଏ l ସୂର୍ଯ୍ୟ ଯନ୍ତ୍ର କୁ ବିଶେଷ ଭାବରେ ଗୃହ ର ଶୁଭ ଓ ମଙ୍ଗଳ ପାଇଁ ସ୍ଥାପନା କରାଯାଇ ଥାଏ l ଏହି ଯନ୍ତ୍ରକୁ ଦର୍ଶନ କରିବା ମାତ୍ରକେ ଜୀବନ ରେ ଲାଭ ମିଳିଥାଏ , ଯଦି ଜାତକ ରେ ସୂର୍ଯ୍ୟ ଙ୍କ ସ୍ଥିତି ଭୁଲ ସ୍ଥାନରେ ରହିଥାଏ ତେବେ ସୂର୍ଯ୍ୟ ଯନ୍ତ୍ରର ସ୍ଥାପନା କରାଯାଇ ଥାଏ l
ସୂର୍ଯ୍ୟ ଯନ୍ତ୍ର ଘରେ ରଖିବା ଦ୍ୱାରା ମଜବୁତ ହୋଇଥାଏ ଭାଗ୍ୟ –
ଯଦି ଆପଣ କୌଣସି କାର୍ଯ୍ୟରେ କଠିନ ପରିଶ୍ରମ କରି ସଫଳ ହେଉ ନାହାନ୍ତି କିମ୍ବା ପରିଶ୍ରମ ମୁତାବକ ଫଳ ଲାଭ କରୁ ନାହାନ୍ତି ତେବେ ନିଜ ଘରେ ନିହାତି ସୂର୍ଯ୍ୟ ଯନ୍ତ୍ର ସ୍ଥାପନା କରନ୍ତୁ l ସୂର୍ଯ୍ୟ ଯନ୍ତ୍ର ଘରେ ସ୍ଥାପନା କରିବା ଦ୍ୱାରା ଭାଗ୍ୟ ରେ ଉନ୍ନତି ଆସିଥାଏ l
ସୂର୍ଯ୍ୟ ଯନ୍ତ୍ର ଚାକିରୀ ଓ ବ୍ୟବସାୟ ରେ ଦେଇଥାଏ ସଫଳତା –
ଯଦି ଆଵାପନ ଜଣେ ଚାକିରିଆ ବ୍ୟକ୍ତି ତେବେ ନିଜ ଠାକୁର ଙ୍କ ପୂଜା ସ୍ଥାନରେ ସୂର୍ଯ୍ୟ ଯନ୍ତ୍ର ନିହାତି ରଖନ୍ତୁ, ଏବଂ ଯେତେବେଳେ ଅଫିସ ଯାଉଛନ୍ତି ମୁଣ୍ଡିଆ ଟିଏ ମାରି ଯାଆନ୍ତୁ l ନିୟମିତ ସକାଳୁ ଅଫିସ ଯିବା ପୂର୍ବରୁ ନିହାତି ସୂର୍ଯ୍ୟ ଯନ୍ତ୍ର ପୂଜା କରନ୍ତୁ l ଏବଂ ବ୍ୟବସାୟୀ ମାନେ ନିଜ ବ୍ୟବସାୟ ପ୍ରତିଷ୍ଠାନ ରେ ନିହାତି ସୂର୍ଯ୍ୟଯନ୍ତ୍ର ରଖିବା ଆବଶ୍ୟକ l ସକାଳୁ କାମ ଆରମ୍ଭ କରିବା ମାତ୍ରକେ ସୂର୍ଯ୍ୟ ଯନ୍ତ୍ର ନିହାତି ପୂଜା କରିବା ଆବଶ୍ୟକ l
ଘରର ବାସ୍ତୁଦୋଷ ଦୂର କରିବା ପାଇଁ –
ଘରର ସମସ୍ତ ବାସ୍ତୁଦୋଷ କୁ ଦୂର କରିବା ପାଇଁ ଆପଣ ଗୋଟିଏ ତମ୍ବା ପତ୍ର ରେ ସୂର୍ଯ୍ୟ ଯନ୍ତ୍ର ଲଗାଇ ରଖନ୍ତୁ, ଏହାକୁ ସ୍ଥାପନା କରି ନିୟମିତ ପୂଜା କରନ୍ତୁ l ଏହାଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ ଓ ସକାରାତ୍ମକ ଉର୍ଜାର ବାସ ହୋଇଥାଏ, ଏବଂ ବ୍ୟକ୍ତିର ଜୀବନ ରୁ ଭୟ, ଚିନ୍ତା ଓ ଶଙ୍କା ଦୂର ହୋଇଥାଏ l
