Odisha news

ଭୁଲ୍ ରେ ମଧ୍ୟ ମୋବାଇଲ ରେ ଡାଉନ୍ ଲୋଡ୍ କରନ୍ତୁ ନାହିଁ ସ୍ପାଇଡର୍ ମ୍ୟାନ ର ନୂଆ ମୁଭି, ହୋଇପାରେ ଆକାଉଣ୍ଟ ଖାଲି

0
ନୂଆଦିଲ୍ଲୀ : ମାର୍ବଲ୍ ସିନେମେଟିକ ର ନୂଆ ଚଳଚ୍ଚିତ୍ର Spider – Man : No way home ସିନେମା ହଲ ରେ ରିଲିଜ୍ ହୋଇ ଯାଇଛି । ଏହି ଚଳଚ୍ଚିତ୍ର ଟି ରିଲିଜ୍ ହେବା ମାତ୍ରକେ ରେକର୍ଡ ସୃଷ୍ଟି କରିଛି । ଏହି ଚଳଚ୍ଚିତ୍ରର ଚାହିଦା ଦୃତ ଗତିରେ ଲୋକ ମାନଙ୍କ ମଧ୍ୟରେ ଦେଖା ଯାଇଚି । ଏହାର ସୁଯୋଗ ନେଇ ସାଇବର ଠକେଇ କରୁଛନ୍ତି ଠକ ମାନେ ।
ସାଇବର ଶିକ୍ୟୁରିଟି ରିସର୍ଚର ଶୁକ୍ରବାର ଦିନ ଲୋକ ମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଠକ ମାନେ ସ୍ପାଇଡର୍ ମ୍ୟାନ ନୋ ୱେ ହୋମ୍ କୁ ନେଇ ଆଧାରିତ ଫିଶିଂ ଲିଙ୍କ୍ କୁ ବ୍ୟବହାର କରି ଲୋକଙ୍କୁ ଠକୁ ଥିବାର ପ୍ରୟାସ ଜାରୀ ରଖିଛନ୍ତି o ସେମାନଙ୍କ ବ୍ୟାଙ୍କ୍ ଡିଟେଲ୍ସ ଚୋରି କରୁଛନ୍ତି ।
ପ୍ରିମିୟର ପୂର୍ବରୁ ସୁପର୍ ହିରୋ ଚଳଚ୍ଚିତ୍ର ରେ ଦେଖିବା ପାଇଁ ଲୋକମାନେ ଭିଡ ଲଗାଇ ଥିଲେ । ଲୋକ ମାନଙ୍କୁ ରେଜିଷ୍ଟର କରିବା ପାଇଁ କ୍ରେଡିଟ କାର୍ଡ ଓ ଅନ୍ୟାନ୍ୟ ତଥ୍ୟ ଦେବାକୁ କୁହା ଯାଇଥିଲା । ଏହାପରେ ସେମାନଙ୍କ କାର୍ଡ ରୁ ପଇସା ଡେବିଟ୍ ହୋଇଥିଲା ଓ ଲୋକ ମାନଙ୍କୁ ଚଳଚ୍ଚିତ୍ର ଦେଖିବାର ସୁଯୋଗ ମଧ୍ୟ ମିଳି ନଥିଲା ।
ଜନସାଧାରଣ ଙ୍କୁ କୁହା ଯାଇଛି ଯେ କୌଣସି ୱେବସାଇଟ ରୁ ଡାଉନଲୋଡ୍ ନ କରିବା ପାଇଁ କୁହାଯାଇଛି । ତା ସହିତ ଡାଉନଲୋଡ୍ କରିବା ଦ୍ୱାରା ଭାଇରସ ମଧ୍ୟ ଅଟକ ହୋଇ ହ୍ୟାକ୍ ହୋଇ ଯାଉଛି ।
Leave A Reply