ଭାରତୀୟ ସେନାର ବାହାଦୁରି ,ସମର୍ପଣ ଓ ମାତୃଭୂମି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାର ସୁଦୀର୍ଘ ପରମ୍ପରାକୁ ଆଗକୁ ବଢାଇବା ପାଇଁ ରାଜସ୍ଥାନ ଅଗ୍ରଣୀ ଅଟେ l ସେଥିପାଇଁ ରାଜସ୍ଥାନକୁ ବୀର ଶପୁତ ମାନଙ୍କର ଭୂମି ବୋଲି କୁହାଯାଏ l ରାଜସ୍ଥାନ ରାଜ୍ୟର ଝୁଂଝୁଂନ ଜିଲ୍ଲାରେ ଏପରି ଗୋଟିଏ ଗାଁ ଅଛି ପ୍ରତ୍ୟକାଟି ଘରେ ଗୋଟିଏ ଲେଖାଏ ଫୌଜୀ ଅଛନ୍ତି l କେବଳ ଏତିକି ନୁହେଁ ଏହି ଗାଁର ସର୍ବାଧିକ ଫୌଜୀ ସହିଦ ହେବାର ମଧ୍ୟ ଗୌରବ ଅର୍ଜନ କରିଛନ୍ତି l
ଏହି ଗାଁଟିର ନାମ ଧନୁରୀ l ସାରା ଭାରତରେ ଏହା ସହିଦ ମାନଙ୍କ ଗାଁ ଭାବରେ ପରିଚିତ ,ମାତୃଭୂମି ପାଇଁ ନିଜକୁ ବଳିଦାନ ଦେବାକୁ ଏହି ଗାଁର ଯୁବକ ମାନେ ସବୁବେଳେ ଆଗକୁ ଆସିଥାନ୍ତି l ଗାଁର ୧୭ ଜଣ ମୁସଲମାନ ଯବାନ ଭାରତମାତା ପାଇଁ ସହିଦ ହୋଇ ଯାଇଛନ୍ତି l ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏହି ଧନୁରୀ ଗାଁର ୬ ଜଣ ଓ ଦୁତୀୟା ବିଶ୍ୱଯୁଦ୍ଧ ସମୟରେ ୪ ଜଣ ଯବାନ ମାତୃଭୂମି ପାଇଁ ସହିଦ ହୋଇଛନ୍ତି l ୧୯୭୧ ମସିହା ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଧନୁରୀ ଗାଁର ମେଜର ଏମ.ଏଚ ଖାଁନ ସର୍ଜିକାଲଷ୍ଟ୍ରାଇକ ଭଳି ରେଡ ଷ୍ଟ୍ରାଇକରେ ସାମିଲ ହୋଇ ସହିଦ ହୋଇ ଯାଇଥିଲେ l ମରଣପ୍ରାନ୍ତ ତାଙ୍କୁ ବୀରଚକ୍ରରେ ସମ୍ମାନିତ କର ଯାଇଥିଲା l
ଆଜି ମଧ୍ୟ ରାଜସ୍ଥାନର ଏହି ମୁସଲମାନ ବହୁଳ ଗାଁର ନାଁ ଶୁଣିଲେ ପାକିସ୍ତାନ ଥରିଉଠେ l ଧନୁରୀ ଗାଁକୁ ଭାରତୀୟ ସେନାରେ ଫୌଜୀ ସପ୍ଲାଇର ଗାଁ ବୋଲି କୁହାଯାଏ ,କାରଣ ଭାରତୀୟ ସୈନ୍ୟ ବାହିନୀରେ ଯୋଗ ଦେବା ପାଇଁ ଅନେକ ସୈନ୍ୟ ଏହି ଗାଁରୁ ଯାଇଥାନ୍ତି l ୧ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ୨୭0 ଜଣ ସୈନ୍ୟ ବାହିନୀରେ ବର୍ତ୍ତମାନ କାର୍ଯ୍ୟରତ l ଗାଁର ଯୁବକ ମାନଙ୍କ ଭିତରେ ସେନାରେ ଭର୍ତି ହେବାପାଇଁ ସବୁବେଳେ ଇଛା ରହିଛି ,ଏବେ ସୁଦ୍ଧା ସକାଳ ୪ଟା ରୁ ଉଠି ଶହଶହ ଯୁବକ ବିଭିନ୍ନ ପ୍ରକାର ବ୍ୟୟାମ କରିବା ସହିତ ଦୌଡ଼ିବାକୁ ଲାଗିଥାନ୍ତି l ଅବସର ପ୍ରାପ୍ତ ଯବାନ ମାନେ ତାଙ୍କୁ ସେନା ବାହିନୀରେ ଯୋଗ ଦେବା ପାଇଁ ପ୍ରସ୍ତୁତି କରିବା ସହିତ ମନବଳ ବଢାଇ ଥାନ୍ତି l ସେନାବାହିନୀରେ ଭର୍ତି ହେବାପାଇଁ ରାଜସ୍ଥାନର ଯେଉଁ ସ୍ଥାନରେବି ମନନୟନର ପ୍ରକ୍ରିୟା ଚାଲିଥାଏ ସେଠାରେ ଧନୁରୀ ଗାଁର ଯୁବକ ମାନେ ପହଁଚି ଯାଆନ୍ତି l