Odisha news

ପୂର୍ବ ଶତ୍ରୁତାକୁ ନେଇ ସମିତିସଭ୍ୟ ଓ ପଂଚାୟତ ଭାଜପା ସଭାପତିଙ୍କ ମଧ୍ୟରେ ଗଣ୍ଡଗୋଳ : ଥାନାରେ ୨ଗୋଟି  ମାମଲା

0

ଡେରାବିଶ :  ଡେରାବିଶ ବ୍ଲକ ନହଙ୍ଗ ପଂଚାୟତର ସମିତିସଭ୍ୟ ଓ ପଂଚାୟତ ଭାଜପା ସଭାପତିଙ୍କ ମଧ୍ୟରେ ରହିଥିବା ପୁର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ଘଟିଥିବା ବେଳେ ଜଣେ ଆହାତ ହୋଇଛନ୍ତି । ଏ ନେଇ ନିକିରାଇ ଥାନାରେ ଉଭୟ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ୨ଗୋଟି ମାମାଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି । ଅପରପକ୍ଷରେ ଏହି ଘଟଣାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ  ଛକାପଞ୍ଝା ଲାଗି ରହିଛି । ଘଟଣାରୁ ପ୍ରକାଶଯେ ଉକ୍ତ ପଂଚାୟତ ଭାଜପାର ସଭାପତି ରହିଥିବା ଜଗନ୍ନାଥପୁର ଗ୍ରାମର ସୁବାଷ ଚନ୍ଦ୍ର ରାଉତଙ୍କ ଏତଲା ଅନୁଯାଇ ସେ ଗତକାଲି ଦିନ ୧୨ଟା ସମୟରେ ନିକିରାଇ ଥାନାରୁ ନିଜ ବାଇକରେ ଫେରୁଥିବା  ସମୟରେ ଥାନା ପାଖ ବଜାରରେ ଏହି ପଂଚାୟତର ସମିତିସଭ୍ୟ ସନ୍ଥପୁରା ଗ୍ରାମର କ୍ଷେତ୍ରବାସୀ ନାୟକ ତାଙ୍କୁ ହଠାତ ଅଟକାଇ ଅସ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ କେତେକ ପଂଚାୟତବାସୀଙ୍କ ଠାରୁ ଆଦାୟ କରାଯାଇଥିବା ଆବାସ ଯୋଜନା ଟଙ୍କା ସମ୍ପର୍କରେ ହ୍ୱାଟସ ଆପରେ କାହିଁକି ଲେଖିଥିଲୁ ବୋଲି ଧମକଚମକ ଦେଇଥିଲେ । ଏଥିସହିତ ସମିତିସଭ୍ୟ ଶ୍ରୀ ନାୟକ ଏକ ଠେଙ୍ଗାରେ ସୁବାଷଙ୍କୁ ଆକ୍ରମଣ କରିଥିବା ତାଙ୍କ ଏତଲାରେ ଦର୍ଶାଇଛନ୍ତି । ଏପରିକି ସୁବାଷ ମାଡ଼ଖାଇ ଖସିଆସିବା ପରେ ବଡ଼ସାରଦେଇପୁର ରାସ୍ତାର ଏକ ନିଛାଟିଆ ସ୍ଥାନରେ ପୁର୍ବରୁ ଛକି ରହିଥିବା ସମିତିସଭ୍ୟ  କ୍ଷେତ୍ରବାସୀ ନାୟକଙ୍କ ଦୁଇ ପୁଅ ଅନ୍ୟ ଚାରି ପାଂଚ ଜଣ ଅସାମାଜିକ ଯୁବକ ତାଙ୍କୁ ଅଟକାଇ ଲୁହା ରଡରେ ନିସ୍ତୁକ ମାଡ଼ ମାରିବା ସହିତ ତାଙ୍କ ମୁଣ୍ଡରେ ଏକ ବନ୍ଧୁକ  ଲଗାଇ ଜୀବନରୁ ମାରି ଦେବା ପାଇଁ ଉଦ୍ୟମ କରିଥିଲେ । ହେଲେ ସୁବାଷ  ନିଜକୁ ବଂଚାଇବା ପାଇଁ  ଜୋରରେ ଡାକ ପକାଇ ସେଠାରୁ ଦୌଡି ପଳାଇବାକୁ ଉଦ୍ୟମ କରିବା ସମୟରେ ସମିତିସଭ୍ୟଙ୍କ ପୁଅ ଓ ଅସମାଜିକ ଯୁବକମାନେ ସେ  ବେକରେ ପିନ୍ଧିଥିବା ୩୫ଗ୍ରାମର ଚେନ୍ ଓ ପକେଟରେ ଥିବା ଚାଳିଶ ହଜାର ଟଙ୍କା ଛଡ଼ାଇ ନେଇଯାଇଥିବା ନେଇ ସୁବାଷ ନିକିରାଇ ଥାନାରେ ଅଭିଯୋଗ କରିଛନ୍ତି । ସେ ଜଣେ ହୃଦ୍ରୋଗୀ ହୋଇଥିବା ବେଳେ ଏହି ମରଣାନ୍ତକ ଆକ୍ରମଣ ଫଳରେ ତାଙ୍କ ଛାତିର ଯନ୍ତ୍ରଣା ହେଉଥିବାଯୋଗୁ ସେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମଧ୍ୟ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।

ଅପର ପକ୍ଷରେ ଏହି ପଂଚାୟତର ସମିତିସଭ୍ୟ ଥିବା କ୍ଷେତ୍ରବାସୀ ନାୟକ ନିଜ ଏତଲାରେ ଦର୍ଶାଇଛନ୍ତି ଯେ ସେ ଏକ ଆଲୋଚନା ସାରି ନିକିରାଇ ଥାନାରୁ ବାହାରି ମାତ୍ର ଅଳ୍ପ ବାଟ ଯାଇଥିବା ବେଳେ ସୁବାଷ ଓ ତାଙ୍କ ସହିତ ରହିଥିବା ଅନ୍ୟ କେତେକ ଅସମାଜିକ ଯୁବକ ତାଙ୍କୁ ଅଟକାଇ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିଥିଲେ । ସେ ଏହାର ବିରୋଧ କରିବାରୁ ସରକାରୀ ଜମିକୁ ଜବରଦଖଲ କରି ସନ୍ତୋଷ କରିଥିବା ଦୋକାନ ଘର ବିରୁଦ୍ଧରେ କାହିଁକି ଅଭିଯୋଗ କରିଛ ଏବଂ ଏକ ସରକାରୀ ଠିକା କାମରେ ମିଥ୍ୟା ବିଲ୍ କରିଥିବା ନେଇ ସୂଚନା ଅଧିକାର ଆଇନ୍ରେ କାହିଁକି ତଥ୍ୟ ମାଗିଛ ବୋଲି କହି ସୁବାସ ଓ ତାଙ୍କ ସାଙ୍ଗମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ÿ ବନ୍ଧୁକ ଦେଖାଇ ତାଙ୍କ ନିକଟରେ ଥିବା ୧୦ହଜାର ଟଙ୍କା ଓ ସୁନା ଚେନ୍ ଛଡ଼ାଇ ନେଇଯାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଏପରିକି ସୁବାଷଙ୍କ ସହିତ ୬ଜଣ ଅଚିହ୍ନା ଯୁବକ ତାଙ୍କୁ ଆକ୍ରମଣ କରିଥିବା ମଧ୍ୟ ଏତଲାରେ ଦର୍ଶାଇଛନ୍ତି । ଅଭିଯୋଗ ପାଇ ପୁଲିସ ସୁବାଷଙ୍କ ଏତଲାକୁ ଭିତି କରି କେସ୍ ନଂ – ୮୮/୨୦୨୦ ଓ କ୍ଷେତ୍ରବାସୀଙ୍କ ଏତଲାକୁ ଭିତି କରି ୮୯/୨୦୨୦ ଅନୁସାରେ ପୃଥକ ପୃଥକ ଦୁଇଗୋଟି ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ କାବୁଲି ବାରିକ୍ ପ୍ରକାଶ କରିଛନ୍ତି ।

 

Nalco

Leave A Reply