Odisha news

ସୌଦିଆରବ ନ୍ୟାୟାଳୟଙ୍କ ଫଇସଲା : ଗୋଡ ବଦଳରେ ଗୋଡ ଦିଅ ନହେଲେ ୧୦ ଲକ୍ଷ ଟଙ୍କା ଦିଅ

ନୂଆଦିଲ୍ଲୀ : ମଣିଷ ଯେତେ ଯାହା ଚାହିଁଲେ ମଧ୍ୟ ଭଗବାନଙ୍କ ଇଛା ବିନା କିଛିବି ହୋଇପାରିବ ନାହିଁ l ଏହିଭଳି ଗୋଟିଏ କଥାକୁ ସତ୍ୟ ପ୍ରମାଣିତ ହୋଇଥିବାର ଦେଖା ଯାଇଛି l ପଞ୍ଜାବ ରାଜ୍ୟର ମୋଗା ଜିଲ୍ଲାର ଧଲେକେ ଗାଁରୁ ଜଣେ ଯୁବକ ସନ୍ଦୀପ ସିଂହଙ୍କ ଘଟଣା ଏହିଭଳି କିଛି କଥାକୁ ସୂଚାଇ ଦେଉଛି l ସନ୍ଦୀପ ସିଂହ ନିଜ ଘରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ୨୦୧୭ ରେ ସୌଦିଆରବ ଯାଇଥିଲେ ,କିନ୍ତୁ ସେଠାକୁ ଯିବାର ଏକ ମାସ ପରେ ତାଙ୍କର ଜମ୍ମୁକାଶ୍ମୀରର ଗୋଟିଏ ଯୁବକଙ୍କ ସହିତ ଦୁର୍ଘଟଣା ଘଟି ଗଲା l

ଏହି ଦୁର୍ଘଟଣାରେ ଜମ୍ମୁକାଶ୍ମୀରର ଯୁବକଙ୍କର ଦୁଇଟି ଯାକ ଗୋଡ ଚାଲିଗଲା ,ଏହାପରେ ସେ ଗତ ଚାରି ବର୍ଷ ହେଲାଣି ସନ୍ଦୀପ ସିଂହ ଜେଲରେ ବନ୍ଦ ଅଛନ୍ତି l ଅଦାଲତ କିଛିଦିନ ପୂର୍ବରୁ ଗୋଟିଏ ଫଇସଲା ଶୁଣାଇ ଥିଲେ ତାହା ହେଲା “ସନ୍ଦୀପ ସିଂହ ଗୋଡ ବଦଳରେ ଗୋଡ ଦିଅନ୍ତୁ ନଚେତ ୫୦ ହଜାର ସୌଦିରୟାଲ ଦିଅନ୍ତୁ l” ତେବେ ଯାଇ ସେ ଜେଲରୁ ବାହାରି ପାରିବେ l ଏହା ଚାଲିଥିବା ସମୟରେ ସନ୍ଦୀପ ସିଂହ ନିଜ ପରିବାର ସଦସ୍ୟ ଓ ପ୍ରବାସୀ ଭାରତୀୟଙ୍କ ସହଯୋଗରେ ୧୦ ଲକ୍ଷ ଟଙ୍କାର ଚେକ୍ ଜମ୍ମୁକାଶ୍ମୀରର ପିଡୀତଙ୍କ ପରିଜନଙ୍କୁ ପଠାଇ ଦେଇଥିଲେ l

ବର୍ତ୍ତମାନ ସନ୍ଦୀପଙ୍କ ପରିବାର ଲୋକ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି l ତାଙ୍କ ମା କହିଛନ୍ତି ମୋ ପୁଅ ଗତ ଚାରି ବର୍ଷ ତଳେ ବିଦେଶ ଯାଇଥିଲା ପେଟ ପୋଷିବା ପାଇଁ l କିନ୍ତୁ ଏପରି ଅଭାବନୀୟ ପରିସ୍ଥିତି ତାଙ୍କୁ ମର୍ମାହତ କରିଛି l ଗ୍ରାମବାସୀ ମାନଙ୍କର ସହାୟତା ଓ ପ୍ରବାସୀ ଭାରତୀୟ ମାନଙ୍କର ସହାୟତା ଯୋଗୁ ତାଙ୍କ ପୁଅର ଆସିବାର ବାଟ ଫିଟାଇଛି ବୋଲି ଆଶା ରଖିଛନ୍ତି l ତାଙ୍କ ମା କହିଛନ୍ତି ଯେତେବେଳେ ଆମେ ସୌଦିଆରବର ନିଯ୍ୟାଳୟଙ୍କ ବିଚାର ଶୁଣିଥିଲୁ ଭୟବିତ୍ତ ହୋଇଯାଇଥିଲୁ l କିନ୍ତୁ ବର୍ତ୍ତମାନ ଅଶ୍ୱସ୍ଥ ଅଛୁ l

Nalco

Comments are closed.