Odisha news

ସାପକୁ ଶିବଙ୍କ ଅବତାର ଭାବି ଲୋକମାନେ କରୁଛନ୍ତି ପୂଜା : ଦର୍ଶନ ପାଇଁ ଜମୁଛି ଭିଡ଼

ନୂଆଦିଲ୍ଲୀ : ବିହାରର କେମୁରରୁ ଗୋଟିଏ ଅଦ୍ଭୁତ ଘଟଣା ଆଗକୁ ଆସିଛି l ଯେଉଁଠାରେ ଗୋଟିଏ ସାପକୁ ମହାଦେବଙ୍କ ଅବତାର ଭାବି ଲୋକମାନେ ପୂଜା କରିବାକୁ ଲାଗିଥିଲେ l ଏହି ଖବର ଯେତେବେଳେ ଚାରିଆଡେ ବ୍ୟାପିଗଲା ସେତେବେଳେ ଲୋକମାନଙ୍କର ବିଶ୍ୱାସ ଓ ଅନ୍ଧ ବିଶ୍ୱାସ ସହିତ ପୂଜା ଅର୍ଚନା କରିବା ପାଇଁ ଏକତ୍ରିତ ହୋଇଥିଲେ l ଏପରି ଘଟିଥିଲା ଯେ ଏହି ସାପକୁ ଅଗରବତୀ ଦ୍ୱାରା ଆଳତି କରିଥିଲେତ କେହି ଭଜନ କୀର୍ତନ କରିବାରେ ଲାଗି ଯାଇଥିଲେ l ଏପରି ଘଟାଇଥିଲକି ଲୋକମାନେ ୬୦ କିଲୋମିଟର ଦୂରରୁ ଆସି ଏକତ୍ରିତ ହୋଇଥିଲେ l ଲୋକମାନେ କହିଛନ୍ତି ଯେ ନିକଟରେ ଗୋଟିଏ ପାୱାର ଗ୍ରୀଡ଼କୁ ଠିକ କରିବାକୁ ମାଟି ଖୋଲା ହୋଇଥିବା ବେଳେ ବିଲ ଭିତରୁ ଏହି ସାପଟି ବାହାରି ଥିଲା l

ଏହି ନାଗ ଦେବତାଙ୍କୁ ଭୋଳନାଥଙ୍କର ଅବତାର କହି ଲୋକମାନେ ପୂଜାର୍ଚନା କଲେ l କିଛି ଲୋକ ସାପ କୁ ଛୁଇଁକି ପ୍ରଣାମ କରୁଥିଲେତ ଆଉ କେହି ତାଙ୍କ ଫଣା ଉପରେ କ୍ଷୀର ଢାଳିବାରେ ବେସ୍ତ ରହିବାର ଦେଖା ଯାଇଥିଲା l ଗ୍ରାମବାସୀ ମାନେ କହିଥିଲେ ଯେ ରାସ୍ତା କଡରେ ନାଗ ଦେବତା ଗୋଟିଏ ଗତ କରି ରହିଛନ୍ତି l ଯେଉଁ ଗାତରୁ ପ୍ରତିଦିନ ଦିନ ୧୨ ଟା  ବେଳେ ବାହାରି ଥାନ୍ତି l ଏହାପରେ ଲୋକମାନେ କ୍ଷୀର ଧୂପ ଦୀପ ନୈବେଦ୍ୟ ଦେଇ ପୂଜାର୍ଚନା କରିଥାନ୍ତି l ପୁଣି ଦିନ ୩ଟା ବେଳକୁ ସେ ଆଉଥରେ ଗାତ ଭିତରକୁ ଚାଲି ଯାଇଥାନ୍ତି l ନାଗ ଦେବତା ଆଜି ପର୍ଯ୍ୟନ୍ତ କାହାର କୌଣସି କ୍ଷତି କରିନାହାନ୍ତି l କିନ୍ତୁ ନିର୍ଦ୍ଧିଷ୍ଟ ସମୟରେ ଆସନ୍ତି ଏବଂ ଯାଇଥାନ୍ତି l

Comments are closed.