ସୋର : ସୋର ସବ୍ ରେଜିଷ୍ଟ୍ରି ଅଫିସର ଜଣେ କର୍ମଚାରୀଙ୍କ ବାଇକ୍ ସ୍ପିଡୋମିଟର ତଳେ ଏକ ୬ଫୁଟ ଲମ୍ବର ବିରାଟକାୟ ନାଗକୁ ବାହାର କରାଯାଇଛି । ଏହି କାର୍ଯ୍ୟାଳୟର ଡାଟା ଏଣ୍ଟି୍ର ଅପରେଟର ପପୁ ବିଶ୍ୱାଳ ବାଲେଶ୍ୱରରୁ ପ୍ରତିଦିନ ବାଇକ୍ରେ ସୋରକୁ ଆସି କାର୍ଯ୍ୟାଳୟ ପରିସରରେ ଥିବା ଏକ ଗଛମୂଳେ ବାଇକ୍ ରଖିଥାଆନ୍ତି ।
ଗତ ଦୁଇ ଦିନ ତଳେ ସେ ସଂଧ୍ୟାରେ ବାଇକ୍ ନେଇ ବାଲେଶ୍ୱର ଫେରୁଥିବା ବେଳେ ଆଗ ଭାଇଜରରେ ଥିବା ସ୍ପିଡୋମିଟର ତଳେ ଏହି ନାଗ ରହିଥିବା ଜାଣିନପାରି ନଥିଲେ । ସେ ବାଇକ୍ରେ ଫେରୁଥିବା ବେଳେ ଖନ୍ତାପଡା ନିକଟରେ ହଠାତ୍ ବ୍ରେକ୍ ଦେବାରୁ ଚେକା ବାନ୍ଧି ରହିଥିବା ଏହି ନାଗର ଲାଞ୍ଜ ତଳକୁ ଖସିଥିଲା । ରାସ୍ତା ପାଶ୍ୱର୍ରେ ଥିବା ଲୋକେ ବାଇକ୍ ଅଟକାଇ ଏହି ନାଗକୁ ବାହାର କରିବା ପରେ ନାଗଟି ନିକଟସ୍ଥ ବୁଦା ମୂଳକୁ ଚାଲିଯାଇଥିଲା ।