ସୋର : ସୋର ସ୍କୁଲ ଅଫ୍ ଇଞ୍ଚିନିୟରିଂ ତରଫରୁ ଚଳିତବର୍ଷ ମେଟି୍ରକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସ୍କୁଲ ଅଫ୍ ଇଞ୍ଜିନିୟରିଂର ଚେୟାରମ୍ୟାନ ନୀଳମାଧବ ପଣ୍ଡା ସୋର କୃଷ୍ଣଚନ୍ଦ୍ର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚିନ୍ମୟୀ ନାୟକ ଏବଂ ଅନନ୍ତପୁର ୟୁଏନ୍ ହାଇସ୍କୁଲର ପ୍ରତୁ୍ୟଷ କୁମାର ପରିଡ଼ା ୫୫୫ ନମ୍ବର ରଖିଥିବାରୁ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ଏବଂ ପ୍ରୋତ୍ସାହନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆ·ର୍ଯ୍ୟ ନରେନ୍ଦ୍ର କୁମାର ମହାନ୍ତି, ଶିକ୍ଷକ ସଂଜୟ କୁମାର ପତି, ମାନସ ରଂଜନ ଦାସ, ପ୍ରବୀର କୁମାର ଉପା୍ମାୟ, ୟୁ ଏନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ଗଣେଶ ପ୍ରସାଦ ସାହୁ, ପ୍ରତୁ୍ୟଷଙ୍କ ପିତା ନିର୍ମଳ ଚନ୍ଦ୍ର ପରିଡ଼ା, ମାତା ଗାୟତ୍ରୀ ପରିଡ଼ା, ଚିନ୍ମୟୀଙ୍କ ଅଭିଭାବକ ୁ‘ସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଏସ୍ଏସ୍ଇର ଦେବୀପ୍ରସନ୍ନ ନାୟକ ଏବଂ ସୁଧାର ନାୟକ ପରି·ଳନା କରିଥିବା ବେଳେ ମନୋଜ କୁମାର ବେହେରା ଓ ମହେଶ୍ୱର ଦାସ ସହଯୋଗ କରିଥିଲେ । ଏହି କଲେଜର ପ୍ରତିଷ୍ଠାତା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ଅ୍ମକ୍ଷ ଡ.ହେମନ୍ତ କୁମାର ରାଉତ ଦୁଇ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।