ସୋର : ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଉତ୍ତରେଶ୍ୱର ମାର୍କେଟରେ ଥିବା ହୋଟେଲ ନିରୁପମାରୁ ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି । ଏହି ହୋଟେଲ କରୋନା ପାଇଁ କିଛି ଦିନ ବନ୍ଦ ଥିବା ବେଳେ ଆଜି ସକାଳେ ମାଲିକ କମଳଲୋଚନ ମହାନ୍ତି ହୋଟେଲ ଖୋଲି ପଛ ଦ୍ୱାର ଭଙ୍ଗା ଯାଇ ହୋଟେଲରେ ଥିବା ମାଇକ୍ରୋ ଓଭାନ୍, ଗ୍ରାଇଣ୍ଡର, ଫ୍ୟାନ୍, ଗ୍ୟାସ୍ ସିଲିଣ୍ଡର ସହ ସବୁ ବାସନ କୁସନ ଚୋରି ହୋଇଥିବା ଜାଣି ସୋର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ କରୁଛି ।
