Odisha news

ଯୁବତୀଙ୍କୁ କଟୁରୀରେ ଆକ୍ରମଣ, ଥାନାରେ ଅଭିଯୋଗ

0
ସୋର,୧୭/୯ ସୋର ବ୍ଲକ ତଳନଗର ପଞ୍ଚାୟତ ହାବେଳୀ ଗଣ୍ଡତରା ଗ୍ରାମରେ ଜଣେ ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ଯୁବତୀ ଜଣଙ୍କ ଖସିବାକୁ ଉଦ୍ୟମ କରିବାରୁ ଯୁବକ ଜଣଙ୍କ ତାଙ୍କୁ ଏକ କଟୁରିରେ ଆକ୍ରମଣ କରି ଥିବା ନେଇ ଥନାରେ ଅଭିଯୋଗ ହୋଇଛି।ଅଭିଯୋଗ ଅନୁସାରେ ଏହି ଗ୍ରାମର ବିଷ୍ଣୁମୋହନ ରାଉତ ବିଦେଶରେ ରହୁଥିବା ବେଳେ ଆଜି ଘରକୁ ଫେରିଥିଲେ। ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ତାଙ୍କ ଦାଦା ଝିଅ ଭଉଣୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ।ସେ ଖସିବାକୁ ଉଦ୍ୟମ କରିବା ସମୟରେ ବିଷ୍ଣୁ ମୋହନ ଏକ କଟୁରିରେ ତାଙ୍କ ହାତକୁ ହାଣି ଫେରାର ହୋଇଯାଇଥିଲେ। ଫଳରେ ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇ ଚିତ୍କାର କରିଥିଲେ। ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତି କରିଥିଲେ। ସେଠାରୁ ଚିକିତ୍ସିତ ହୋଇ ଯୁବତୀ ଜଣଙ୍କ ଥନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Leave A Reply