ସୋର, ୨୬/୫- ସୋର ବ୍ଲକ ୪୪ ନମ୍ବର ଜିଲାପରିଷଦ ଜୋନ୍ରେ କଂଗ୍ରେସ ତରଫରୁ ଏକ ବିରାଟ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ଣରେ କଂଗ୍ରେସ ପ୍ରାର୍ଥୀ ସୁବ୍ରତ ଧଡ଼ାଙ୍କ ନେତୃତ୍ୱରେ ଏହି ରାଲି ତଳନଗରଠାରୁ ବାହାରି ସବିରା, ମଧୁସୂଦନପୁର, ନିଶ୍ଚିନ୍ତପୁର, ନଦୀଗାଁ ଏବଂ ସରଶଂଖ ପଞ୍ଚାୟତରେ ପହଞ୍ଚô ଭୋଟରମାନଙ୍କୁ କଂଗ୍ରେସ ସପକ୍ଷରେ ଭୋଟ ଦେବା ପାଇଁ ସଚେତନ କରାଇଥିଲେ । ଏହି ବାଇକ୍ ଶୋଭାଯାତ୍ରାରେ ସୋର ବ୍ଲକର କଂଗ୍ରେସ ସଭାପତି ଶ୍ରୀକାନ୍ତ ଜେନା, ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ମହାନ୍ତି, ସତ୍ୟନାରାୟଣ ମହାପାତ୍ର, ଯୁବ ନେତା ଅଭିଳାଷ ବାରିକ ଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ଏଥିରେ ଯୋଗଦେଇଥିଲେ ।