Odisha news

ଅବକାରୀ ଚଢ଼ାଉ, ଦେଶୀମଦ ସହ ଦୁଇ ଗିରଫ

0
ସୋର,୨୮/୪: ସୋର ଅବକାରୀ ବିଭାଗ ତରଫରୁ ଦୁର୍ଗାପୁର ଏବଂ କୋର୍ଟ ଛକରେ ଚଢ଼ାଉ କରି ଦେଶୀମଦ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସନ୍ତୋଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ପାଖର ପଞ୍ଚାୟତ ଦୁର୍ଗାପୁର ଗ୍ରାମରେ ଚଢ଼ାଉ କରି ପଦ୍ମଲୋଚନ ମହାପାତ୍ର ନିକଟରୁ ୩୨ଲିଟର ଦେଶୀମଦ ଜବତ କରିବା ସହିତ ପଦ୍ମଲୋଚନକୁ ଗିରଫ କରିଥିଲେ। ସେହିପରି  କୋର୍ଟଛକ ନିକଟରେ ଚଢ଼ାଉ କରି ଅଡ଼ଙ୍ଗବଜାର ଗ୍ରାମର ଜୟନ୍ତ ଧଡ଼ା ନିକଟରୁ ୨୦ ଲିଟର ଦେଶୀ ମଦ ଜବତ କରିବା ସହିତ  ଜୟନ୍ତକୁ ଗିରଫ କରିଥିଲେ।ସୋର ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏଏସଆଇ ମିନତୀ ଜେନା, କନେଷ୍ଟବଳ ଶଶୀକାନ୍ତ ସାହୁ, ରଜନୀକାନ୍ତ ସାହୁ ଏବଂ କାଜଲ ପ୍ରିୟଦର୍ଶିନୀ ସାମିଲ ହୋଇଥିଲେ।
Govt
Leave A Reply