ସୋର, ୨୮/୪: ଆଜି ଅପରାହଣ ୪ଟା ସମୟରେ ସୋର- କୁପାରି ରାସ୍ତା ଆଟପୁର ପଞ୍ଚାୟତ ପିତା କାଳିଆ ହରିଡ଼ାପଦା ନିକଟର କାଳ ବୈଶାଖୀ ପ୍ରଭାବରେ ରାସ୍ତା ଉପରେ ବିରାଟ ବିରାଟ ୨୦୦ ବର୍ଷର ବରଗଛ ଉପୁଡ଼ି ପଡିବା ଫଳରେ ରାସ୍ତା ଅବରୋଧ ହୋଇ ପଡିଛି। ଗାଁ କମିଟି ସଭାପତି ଈଶ୍ବର ଚ଼ନ୍ଦ୍ର ବେହେରାଙ୍କ ଉଦ୍ୟମରେ ଯଦୁନାଥ ବେହେରା, ମୋହନ ସାମଲ, ସଂଜୟ ସାମଲ, ଏହାକୁ କାଟିବା ପରେ ଦେଢ଼ ଘଣ୍ଟା ପରେ ରାସ୍ତାରେ ଗାଡ଼ିମଟର ଚଳାଚଳ ଆରମ୍ଭ କରିଥିଲା। ଏହି ଗଛ ଉପୁଡି ପଡିବା ସମୟରେ ସେହି ରାସ୍ତାରେ ଆସୁଥିବା ଆଶୀର୍ବାଦ ବସର ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଛନ୍ତି।