Odisha news

ମାଣତ୍ରୀରେ ଭାସିଲା ୧୫୧ ଫୁଟର ବୋଇ

0
ସୋର,୨୭/୧୧ : ସୋର ବ୍ଲକ ମାଣତ୍ରୀ ପଂଚାୟତ ମାଣତ୍ରୀ ଗ୍ରାମରେ ବୋଇତ ବନ୍ଦାଣ ଉତ୍ସବ ପ୍ରତିବର୍ଷ ପରି ଏ ବର୍ଷ ମହା ସମାରୋହରେ ପାଳିତ ହୋଇଥିବା ବେଳେ ଏକ ବିରାଟ ବୋଇତ ଗ୍ରାମର ପଣ୍ଡିଆଣି ପୋଖରୀରେ ଭସଯାଇଥିଲା। ଡଙ୍ଗାଟିର ଲମ୍ବ ୧୫୧ ଫୁଟ ଥିବା ବେଳେ ଏହାକୁ ନିର୍ମାଣରେ ପ୍ରାୟ ୫୦ହଜାର ଟଙ୍କା ଖର୍ଚ୍ଚ ହୋଇଛି। ସ୍ଥାନୀୟ ବାସିନ୍ଦା ଉମେଶ ଚନ୍ଦ୍ର ସ୍ୱାଇଁ ୧୫ ଦିନରେ ଏହାକୁ ନିର୍ମାଣ କରିଥିଲେ। ଗ୍ରାମର ମଦନମୋହନ ଜୀଉ ଯୁବକ ସଙ୍ଘ ପ୍ରତି ବର୍ଷ ବିଭିନ୍ନ ବିଷୟ ବସ୍ତୁକୁ ନେଇ ବୋଇତ ନିର୍ମାଣ କରାଯାଉଥିବା ବେଳେ ଏ ବର୍ଷ ବୋଇତରେ ନୀଳଗିରି ପର୍ବତ ତିଆରି କରାଯାଇ ଗୁମ୍ଫା ମଧ୍ୟରେ ନିଳମାଧବଙ୍କୁ ସ୍ଥାନିତ କରାଯିବା ସହିତ ପାଦଦେଶରେ ବିଶ୍ୱାବସୁଙ୍କୁ ସ୍ଥାନିତ କରାଯାଇଛି। ଯାହାକି ଦର୍ଶକ ମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହାକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ମଦନମୋହନ ଜୀଉ ଯୁବକ ସଂଘର ସଭାପତି ଆଶିଷ ରାଉତ ,ସମ୍ପାଦକ ସଞ୍ଜୟ ରାଉତଙ୍କ ସମେତ ଚାନ୍ଦ ପାଢ଼ୀ, ମଣ୍ଟୁ ଜେନା, ପ୍ରଭାକର ଶଙ୍ଖୁଆ, ତନୁଜ କୁମାର ସାହୁ ଜଡ଼ା ଜେନା ପ୍ରମୁଖ ପରିଚାଳନା କରିଥିଲେ। ରାତିରେ ଏହି ଉତ୍ସବ ଅବସରରେ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଭଜନ, କୀର୍ତ୍ତନ ଗ୍ରାମ ପରିକ୍ରମା କରିଥିବା ବେଳେ ଗ୍ରାମରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇଥିଲା।
Leave A Reply