Odisha news

ରେଳ ଷ୍ଟେସନରେ ପୁଅ ମରିବାର ୨ ମାସ ବିତିଲା: ନ୍ୟାୟ ପାଇଁ ପୁଲିସରେ ଦ୍ୱାରସ୍ତ ହେଲେ ମାଆ : ଜିଆର୍‌ପି କହୁଛି ପୁଲିସ୍ ପାଖକୁ ଯାଆ (ଫଟୋ)

0
ସୋର, ୧୯/୯- ଗତ ଜୁଲାଇ ୬ ତାରିଖରେ ସୋର ରେଳ ଷ୍ଟେସନରେ ଟେନ୍ ଲାଇନ୍‌ରେ କଟି ମୃତ୍ୟୁବରଣ କରିଥିବା ଯୁବକର ମାଆ ଏହାକୁ କେବେ ଆତ୍ମହତ୍ୟା ବୋଲି ସ୍ୱୀକାର କରିବାକୁ ନାରାଜ । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ବାଲେଶ୍ୱର ଜିଆରପି, ବାଲେଶ୍ୱର ଏସ୍‌ପି, ସୋର ଥାନା ଡିଜିପି, ଏଜିପି କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ ସୁଦ୍ଧା ତାଙ୍କୁ କୌଣସି ନ୍ୟାୟ ମିଳୁ ନଥିବା ଅଭିଯୋଗ କରିଛନ୍ତି । ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆଗାଁ ଗ୍ରାମର ଗଂଗାଧର ପାଣ୍ଡବ କ୍ଷେତ୍ରମଣି ପାଣ୍ଡବଙ୍କ ଏକମାତ୍ର ରୋଜଗାରିଆ ପୁଅ ହରେକୃଷ୍ଣ ପାଣ୍ଡବ(ପୁଅ) ସୋରର ଏକ ମିଠା ଦୋକାନରେ କାମ କରୁଥିବା ବେଳେ ଗତ ଜୁଲାଇ ୬ ତାରିଖ ଦିନ ରାତି ୯ଟା ବେଳେ ସୋର ରେଳ ଷ୍ଟେସନରେ ପୁରୀ -ଜଗନ୍ନାଇ ଏକ୍ସପ୍ରେସ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜିଆରପି ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ କରିଥିଲା । ଏହି ଘଟଣାରେ ମାର୍ମାହତ ହୋଇ କିଛିଦିନ ସଜ୍ଞାହୀନ ଅବସ୍ଥାରୁ ସୁଧୁରିବା ପରେ ତାଙ୍କର ପୁଅ ଆତ୍ମହତ୍ୟା କରି ନଥିବା ବେଳେ ତାକୁ କେହି ମାରି ଦେଇଥିବା ବାଲେଶ୍ୱର ଜିଆରପିରେ ଅଭିଯୋଗ କରିଥିଲେ । ମାତ୍ର ଜିଆର୍‌ପି ତାଙ୍କୁ ଥାନାରେ ଅଭିଯୋଗ କରିବା ପାଇଁ କହି ଫେରାଇ ଦେଇଥିଲେ । କ୍ଷେତ୍ରମଣି ନିରୁପାୟ ସୋର ଥାନାରେ ୨୨.୮.୨୩ରିଖରେ ଅଭିଯୋଗ କରିବା ସହିତ ବାଲେଶ୍ୱର ଏସ୍‌ପି, ଆଇଜି, ଡିଜିପି ପ୍ରଭୃତିଙ୍କୁ ଜଣାଇଥିଲେ । ଏହା ପରେ ଏକମାସ ବିତି ଯାଇଥିଲେ ସୁଦ୍ଧା ତାଙ୍କ କଥା ହେି ଶୁଣୁ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି କ୍ଷେତ୍ରମଣି । ଏଣେ ପୁଅ ଏକ ବୁଲେଟ୍ ବାଇକ୍ ଏବଂ ଏକ ଦାମୀ କ୍ୟାମେରା ଋଣରେ କରି ଆଣିଥିବା ବେଳେ ଏହାକୁ ଆଦାୟ ପାଇଁ ଘର ଉପରେ ଜୁଲମ କରିଚାଲିଛନ୍ତି । ଏହି ବାଇକ୍ ଏବଂ କ୍ୟାମେରା ତାଙ୍କ ପାଖରେ ନଥିବା ବେଳେ ଋଣ କମ୍ପାନୀ କିଛି ବୁଝିବାକୁ ନାରାଜ । ଏହି ବାଇକ୍ ଏବଂ କାହାପାଖରେ ରହିଛି ଏବଂ ପୁଅକୁ ମୃତ୍ୟୁର ନିରପେକ୍ଷ ତଦନ୍ତ ପାଇଁଁ କ୍ଷେତ୍ରମଣି ଅଭିଯୋଗ କରିଛନ୍ତି ।

Leave A Reply