ସୋର,୨୮/୮:ସୋର ବ୍ଲକ ପରିସରରେ ଥିବା ମିଶନ ଶକ୍ତି ଗୃହ ପରିସରରେ ଆଜି ପୂର୍ବାହ୍ନରେ ବାଲେଶ୍ୱର ଜିଲ୍ଲାପାଳ ଏବଂ ଏସପି ଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି. ଏହି ଅବସରରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଏବଂ ଏସପି ସାଗରୀକା ନାଥ ଉପସ୍ଥିତ ରହି 142 ଟି ଅଭିଯୋଗର ଶୁଣାଣି କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ, ପିଡି ବିଶ୍ୱରଂଜନ ନାୟକ, ସୋର ତହସିଲଦାର ବସନ୍ତ କୁମାର ସାହାଣୀ, ବାଲେଶ୍ୱର ଜିଲ୍ଲା ଚିକିତ୍ସାଧିକାରୀ ଦୁଲାଳସେନ ଜଗଦେବ ଉପସ୍ଥିତ ଥିଲେ. ଏହି ଜନ ଶୁଣାଣୀ ଶିବିରକୁ ସୋର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାଥ ନାୟକ ପରିଚାଳନା କରିଥିଲେ. ଏଥିରେ ମୋଟ 142 ଟି ଅଭିଯୋଗ ମଧ୍ୟରୁ ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା, ଏମବିକେ ସିଆରପି ନିଯୁକ୍ତି ସହ ଅନ୍ୟ ଅଭିଯୋଗ ଉପରେ ଶୁଣାଣି କରି ସାତ ଦିନ ମଧ୍ୟରେ ଏହାର ସମାଧାନ କରିବାକୁ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ସିନ୍ଧେ ନିର୍ଦେଶ ଦେଇଥିଲେ. ଏହି ଶିବିରରେ ବ୍ଲକରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମକୁ ସୋର ବ୍ଲକ ଜିପିଓ ସୁଧୀର କୁମାର ସାହୁଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ.