Odisha news

ମିଟର ରିଡିଙ୍ଗ କର୍ମଚାରୀଙ୍କୁ ହତ୍ୟା ପ୍ରତିବାଦ ରେ କେଣ୍ଡେଲ ଶୋଭାଯାତ୍ରା

0
ସୋର,୮/୮ : ଗଞ୍ଜାମ ଜିଲ୍ଲା କୃପାଟି ଗ୍ରାମରେ ମିଟର ରିଡିଙ୍ଗ କର୍ମଚାରୀଙ୍କୁ ହତ୍ୟା ପ୍ରତିବାଦରେ ସୋର ପୌରପାଳିକା ଅନ୍ତର୍ଗତ ଷ୍ଟେସନ ଛକ ନିକଟରେ ଥିବା ମିଟର ରିଡିଙ୍ଗ ସଙ୍ଘ ପକ୍ଷରୁ ଏକ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗତକାଲି ଗଂଜାମ ଜିଲା ଭଞ୍ଜନଗର ତାରସିଂ ଥାନା କୃପାଟି ଗ୍ରାମକୁ ମିଟର ରିଡିଙ୍ଗ ପାଇଁ ଯାଇଥିବା ଲଷ୍ମୀନାରାୟଣ ତ୍ରିପାଠୀଙ୍କୁ ସେହି ଗ୍ରାମର ଗୋବିନ୍ଦ ସେଠୀ ଅଧିକ ବିଦ୍ୟୁତ ବିଲ ଆସିଥିବା ଅଭିଯୋଗରେ ପ୍ରଥମେ ବଚସା କରିବା ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବାରୁ ଘଟଣା ସ୍ଥଳରେ ଲଷ୍ମୀନାରାୟଣ ଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ବିରୋଧ କରି ସାରା ରାଜ୍ୟରେ ମିଟର ରିଡିଙ୍ଗ ସଙ୍ଘ ପକ୍ଷରୁ ପ୍ରତିବାଦ କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋର ମିଟର ରିଡିଙ୍ଗ ସଙ୍ଘ ପକ୍ଷରୁ ସଙ୍ଘ ସଂଯୋଜକ ଅଶେଷ କୁମାର ସେଠୀ ଏବଂ ସୁପରଭାଇଜର ପ୍ରହଲ୍ଲାଦ ଦାସଙ୍କ ନେତୃତ୍ୱରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ରଥ ମିଲସ୍ଥିତ ସଙ୍ଘ କାର୍ଯ୍ୟାଳୟରୁ ବାହାରି ଷ୍ଟେସନଛକ ସ୍ଥିତ ସବଡିଭିଜନ ଅଫିସ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଏକ ଶୋକସଭା ଆୟୋଜନ କରାଯାଇ ତାଙ୍କର ଆମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା। ଏହି ଅବସରରେ ସଙ୍ଘ ପକ୍ଷରୁ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବୀ କରାଯାଇଥିଲା । ଏଥିରେ ସୋର ସବ ଡିଭିଜନର ସମସ୍ତ ମିଟର ରିଡର ମାନେ ଉପସ୍ଥିତ ଥିଲେ।
Leave A Reply