* ଜର୍ମାନୀର ଶାସକ ହିଟଲର ଛୋଟବେଳେ ପାଦ୍ରୀ ହେବାକୁ ଚାହୁଁଥିଲେ l ଯୋଉ ଲୋକର ଭୟରେ ସାରା ବିଶ୍ୱ ପ୍ରକମ୍ପିତ ହେଉଥିଲା ତାଙ୍କୁ ବିଲେଇ କୁ ଡର ଲାଗୁଥିଲା l
* ପ୍ରିନ୍ସ ଚାର୍ଲସ ଓ ପ୍ରିନ୍ସ ଉଇଲିଅମ ଯେତେବେଳେ କୁଆଡେ ଯାଆନ୍ତି ଅଲଗା ଅଲଗା ବିମାନ ବ୍ୟବହାର କରନ୍ତି l ଏହାର ଗୋଟିଏ କାରଣ ଅଛି ଯଦି ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଯାଅ ତେବେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଜୀବିତ ରହିବେ l
* ଦୁନିଆର ସବୁଠାରୁ ବଡ ପରିବାର ଭାରତରେ ରୁହନ୍ତି l ଜଣେ ବ୍ୟକ୍ତି ଙ୍କର ୩୯ ଜଣ ସ୍ତ୍ରୀ ଓ ୯୪ ଟି ଛୁଆ ଅଛନ୍ତି l ଏମାନେ ସମସ୍ତେ ଏକ ୪ ମହଲା ବିଶିଷ୍ଟ ୧00 ବଖରା ଘରେ ଏକ ସାଙ୍ଗରେ ରୁହନ୍ତି l
* ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଇରାକ୍ ର ଏକ ଛତ୍ରବାଦୀ ଦୁର୍ଦାନ୍ତ ଶାସକ ସଦାମ୍ ହୁସେନ୍ ଜଣେ ଭଲ ଲେଖକ ଥିଲେ l ସଦାମ୍ ହୁସେନ୍ “ଜବିବା ଆଣ୍ଡ ଦି କିଙ୍ଗ “ନାମକ ପୁସ୍ତକ ଲେଖି ଥିଲେ ,ଯାହା ୨000 ମସିହାରେ ପ୍ରକାଶ ପାଇଥିଲା l
* ସାଓ ପାଲୋ ନାମକ ଏକ ଆଇଲାଣ୍ଡ ଅଛି ଯାହାର ଦର୍ଘ୍ୟ ୧୧0 ଏକର l ଏଠାରେ୪000 ପ୍ରଜାତିର ବିଷଧର ସାପ ରୁହନ୍ତି l ଏହାକୁ ବିଶ୍ୱର ସବୁଠାରୁ ଭୟଙ୍କର ଆଇଲାଣ୍ଡ କୁହ ଯାଏ l
* ଆର୍ଜେଣ୍ଟିନା ରେ ଜଣେ ବ୍ୟକ୍ତି ୭000 ଗଛକୁ ଏପରି ଲଗାଇଛନ୍ତି ଦେଖିଲେ ଲାଗିବ ଏକ ଗୀଟାର୍ ପରି ଲାଗୁଛି l ସେ ଏହାକୁ ତାଙ୍କ ସ୍ତ୍ରୀ ଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି l
* ହଲିଉଡ଼ ତାରକା ବ୍ରାଡ଼ ପିଟ ଚଳଚିତ୍ର “ସେଭେନ୍ ଇଅର ଇନ୍ ତିବତ” ରେ କାମ କରୁଥିବା ବେଳେ ତାଙ୍କୁ ଚୀନ ଯିବା ପାଇଁ ପାବନ୍ଦୀ ଲଗାଯାଇଥିଲା l
* ଜିଓଲୋଜିଷ୍ଟ ଚାର୍ଲସ ଡାର୍ବୀନ ସେହି ଯିବା ମାନଙ୍କୁ ଖାଉଥିଲେ ଯେଉଁ ମାନଙ୍କୁ ଜଙ୍ଗଲରୁ ଖୋଜି ବାହାର କରୁଥିଲେ l
*ସମୟ ଗୋଟିଏ ଏପରି ଜିନିଷ ଯାହାର ନିର୍ଦେଶରେ ଆମେ ସମସ୍ତ କାମ କରି ଥାଉ ,ଶୌଚ ହେବା ଠାରୁ ନେଇ ଶୋଇବା ପରଜ୍ୟାନ୍ତ l ଏହି ନିୟମକୁ ଭାଙ୍ଗି ଲସବେଗାଶ ର ଏକ କସିନୋ ମାଲିକ ତାଙ୍କ ଜୀବନରେ ଆଦୌ ଘଡି ଦେଖି କୌଣସି କାମ କରି ନାହାନ୍ତି l ତାଙ୍କର କଥା ମୁତାବକ ଆପଣ ଜୀବନରେ ସୁଖର ମୁହୂର୍ତକୁ ଅନୁଭବ କରିବା ପାଇଁ “ସମୟ “କୌଣସି ପ୍ରକାରର ବାଧକ ସଜୀବ ଉଚିତ ନୁହେଁ l ଯଦି କୌଣସି ବ୍ୟକ୍ତି ହାତରେ ଘଣ୍ଟା ପିନ୍ଧିଥିବେ ତେବେ ତାଙ୍କର କସିନୋ ଭିତରକୁ ଯାଇ ପାରିବେ ନାହିଁ l
* ତାଇୱାନ ରେ ଏପରି ଗୋଟିଏ ହୋଟେଲ ଅଛି ଯେଉଁଠି ଗ୍ରାହକ ମାନଙ୍କୁ ଟଏଲେଟ ଭଳି ତିଆରି ହୋଇଥିବା ଏକ ଷ୍ଟାଣ୍ଡ ଉପରେ ଖାଦ୍ୟ ପରିବେଷଣ କରାଯାଏ l