ଅଧିକାଂଶ ଲୋକ ଶୋଇବା ସମୟରେ ଘୁଙ୍ଗୁଡ଼ି ମାରି ଥାଆନ୍ତି । ଏହି ଘୁଙ୍ଗୁଡ଼ି ଯୋଗୁଁ ଅନ୍ୟ ମାନଙ୍କ ନିଦ ମଧ୍ୟ ପ୍ରଭାବିତ ହୋଇଥାଏ । ଘୁଙ୍ଗୁଡ଼ି ମାରୁଥିବା ଲୋକ ନିକଟରେ କେହି ଶୋଇବାକୁ ମଧ୍ୟ ପସନ୍ଦ କରି ନ ଥାଆନ୍ତି । ତେଣୁ ପ୍ରତି ବ୍ୟକ୍ତିଙ୍କ ପାଇଁ ଘୁଙ୍ଗୁଡ଼ି ଖୁବ୍ ଅସୁବିଧା ଦେଖାଇ ଥାଏ । ନିଜେ ମଧ୍ୟ ଘୁଙ୍ଗୁଡ଼ି ମାରୁଥିବା ବ୍ୟକ୍ତିର ନିଦ ମଧ୍ୟ ପ୍ରଭାବିତ ହୋଇଥାଏ ।
ଘୁଙ୍ଗୁଡ଼ି ରୁ ରକ୍ଷା ପାଇବା ପାଇଁ ଘରୋଇ ଉପାୟ :-
* ମନକୁ ସର୍ବଦା ଶାନ୍ତ ରଖନ୍ତୁ –
ଯଦି ଆପଣଙ୍କ ର ରାତିରେ ଶୋଇବା ସମୟରେ ଘୁଙ୍ଗୁଡ଼ି ମାରିବାର ଅଭ୍ୟାସ ରହିଛି ତେବେ ଶୋଇବା ପୁର୍ବରୁ ନିହାତି ମନକୁ ଶାନ୍ତ ରଖନ୍ତୁ । କୌଣସି ଭାରି ଚିନ୍ତା ଦ୍ଵାରା ମନକୁ ଅସ୍ଥିର ରଖନ୍ତୁ ନାହିଁ ।
* ଦେଶୀ ଘିଅ –
ଦେଶୀ ଘିଅରେ ଅନେକ ଔଷଧୀୟ ଗୁଣ ରହିଛି । ଏହାକୁ ସେବନ କରିବା ଦ୍ୱାରା ଘୁଙ୍ଗୁଡ଼ି ସମସ୍ୟା ଦୂର ହୋଇଥାଏ । ଘୁଙ୍ଗୁଡ଼ି ରୁ ରକ୍ଷା ପାଇବା ପାଇଁ ଆପଣ ଦେଶୀ ଘିଅ କୁ ସାମାନ୍ୟ ଉଷୁମ୍ କରି ନିଜ ନାକ ପୁଡ଼ାରେ ପକାନ୍ତୁ । ପ୍ରତିଦିନ ରାତିରେ ଏପରି କରିବା ଦ୍ବାରା ଧୀରେ ଧୀରେ ଘୁଙ୍ଗୁଡ଼ି ମାରିବା କମି ଯିବ ।
* ପାଣି ପିଅନ୍ତୁ –
ଯଦି ଆପଣଙ୍କ ଶରୀରରେ ପାଣି କମିବା ଦେଖା ଯାଇଥାଏ ତେବେ ଏହି କାରଣରୁ ଘୁଙ୍ଗୁଡ଼ି ହୋଇଥାଏ । ଯେତେବେଳେ ଶରୀରରେ ପାଣି କମି ଯାଇଥାଏ ସେତେବେଳେ ନାକ ର ରାସ୍ତା ଶୁଖି ଯାଇଥାଏ । ଏପରି ସ୍ଥିତି ରେ ସାଇନସ୍ ବାୟୁ ଗତି କୁ ଶ୍ୱାସ ତନ୍ତ୍ର ରେ ପହଞ୍ଚିବା ମଧ୍ୟରେ ସହଯୋଗ କରି ନଥାଏ ଓ ନିଶ୍ଵାସ ନେବାକୁ କଷ୍ଟ ହୋଇଥାଏ । ଏପରି ସ୍ଥିତି ରେ ଘୁଙ୍ଗୁଡ଼ି ହୋଇଥାଏ ।