ବାଲିତୁଠ ୫/୯ ଅଭୟ ଚାନ୍ଦ ପୁର ଥାନା ଅଧିନ ଢ଼ିଙ୍କିଆ ପଞ୍ଚାୟତ ଗୋବିନ୍ଦପୁର ମଙ୍ଗଳା ପଡ଼ା ରୁ ବିଷାକ୍ତ ନାଗୁଣି ସାପ ଉଦ୍ଧାର ।ଗୋବିନ୍ଦପୁର ଗ୍ରାମ ମଙ୍ଗଳା ପଡ଼ା ର ପ୍ରଫୁଲ୍ଲ ଦଳାଇ ଙ୍କ ଘର ମଧ୍ୟରେ ଏକ ସାପ ପଶିଥିବା ଘରର ଲୋକ ଦେଖିବାକୁ ପାଇଥିଲେ ।ପରେ ଏହି ସାପଟି ଘର ଆଗରେ ଥିବା ଅଳିଆ ଗଦା ମଧ୍ୟରେ ପଶି ଯାଇଥିଲା ।ବିଷାକ୍ତ ସାପ ଭାବି ସାପ ଧରାଳି ଙ୍କୁ ଖବର ଦିଆଯାଇଥିଲା ।ଘଟଣା ସ୍ଥଳରେ ସାପ ଧରାଳି ପହଞ୍ଚି ବିଷାକ୍ତ ନାଗୁଣି ସାପ କୁ ଉଦ୍ଧାର କରିଥିଲେ ।ଏହି ବିଷାକ୍ତ ନାଗୁଣି ସାପ ଏକ ମିଟର ହୋଇଥିବା ବେଳେ ନିକଟରେ ନାଗ ସାପ ରହିଥିବା ସନ୍ଦେହ କରାଯାଉଛି ।
