Odisha news

ଘରୁ ବାହାରିଲା ଏକୋଇଶଟି ନାଗ ସାପ ଓ ଷୋହଳ ଗୋଟି ଅଣ୍ଡା

ନୂଆପଡା- ୩/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ ) ଜିଲ୍ଲା ସଦର ମହକୁମା ଦୁଇ କିମି ଦୁରେ ଗଡ଼ତୋର ସାହି ର ମନିରାମ ପଟେଲଙ୍କ ଘରୁ ଏକୋଇଶ ଗୋଟି ନାଗ ସାପ ବାହାରିଛି। ଗତକାଲି ରାତିରେ ଘର ଭିତରେ ଏକ ନାଗ ସାପ ବାହାରିଥିଲା। ତାକୁ ପରିବାର ଲୋକେ ମାରିଦେଇଥିଲେ। ପରେ ଏକ ଗାତରୁ ବାହାରିଥିବା ଅନୁମାନ କରିଥିଲେ। ରାତିରେ ସେହି ଗାତକୁ ଖୋଲିବାରୁ ଷୋହଳ ଗୋଟି ନାଗ ସାପ ଛୁଆ ଓ ଷୋହଳ ଟି ନାଗ ସାପ ଅଣ୍ଡା ବାହାର କରିଥିଲା ।ରାତ୍ରି ସାରା ଭୟରେ ପରିବାର ଲୋକ ଶୋଇ ପାରି ନଥିଲେ। ଆଜି ସକାଳେ ଗାତକୁ ଆହୁରି ତଳକୁ ଖୋଲିବାରୁ ପାଞ୍ଚ ଗୋଟି ନାଗ ସାପ ବାହାରିଥିଲା। ଏହା ପରେ ଗଡ଼ତୋର ସାହି ରେ ଭୟର ବାତାବରଣ ଦେଖାଦେଇଛି।

Nalco

Comments are closed.