Odisha news

ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ପାଇଁ ବିଡ଼ିଓଙ୍କ ନିଦ୍ଧେଶ

ନୂଆପଡା- ୩/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଲର୍କା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲର୍କା, ଅନକାପୁର, ପଳେନବସା ଏବଂ ରୋକାଲ ଗ୍ରାମପଞ୍ଚାୟତ ର ସମସ୍ତ ହିତାଧିକାରୀଙ୍କୁ ଏଯାଏ ଭତ୍ତା ମିଳି ନଥିବା ଅଭିଯୋଗ ଆସିଥିଲା । ଖବର ଶୁଣି ତୁରନ୍ତ ଭତ୍ତା ପ୍ରଦାନ ପାଇଁ ବିଡ଼ିଓ ପୁର୍ଣ୍ଣଚନ୍ଦ୍ର ଭୋଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ପହଞ୍ଚି ଭତ୍ତା ବଣ୍ଟନ କରିଛନ୍ତି। ଭତ୍ତା ପାଇବା ପରେ ପଞ୍ଚାୟତ ବାସୀ ଖୁସି ହେବା ସହ ଗୋଷ୍ଟି ଉନ୍ନୟନ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ଭୋଇ ଙ୍କୁ ଧନ୍ୟବାଦ ଦେବା ସହ ପଞ୍ଚାୟତ ଅଧିକାରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।

Nalco

Comments are closed.