Odisha news

ବିନା ମୋବାଇଲ ନେଟୱର୍କ ରେ ଯେ କୌଣସି ସ୍ଥାନକୁ କରିପାରିବେ କଲ୍, ନିଜ ସ୍ମାର୍ଟ ଫୋନ ରେ ଅନ୍ କରି ନିଅନ୍ତୁ ଏହି ସେଟିଙ୍ଗ

0

ନୂଆଦିଲ୍ଲୀ : ଆମେ ସାଧାରଣ ଭାବରେ ଭାବିଥାଉ ଯେ ମୋବାଇଲ ରେ କଲ କରିବା ପାଇଁ ସିମ୍ ରେ ନେଟୱର୍କ ଥିବା ଆବଶ୍ୟକ, କିନ୍ତୁ ବର୍ତମାନ ଏହା ବିନା ନେଟୱର୍କ ରେ ମଧ୍ୟ ହୋଇ ପାରିବ l ସ୍ମାର୍ଟଫୋନ ରେ ଗୋଟିଏ ବିଶେଷ ଫିଚର ଦ୍ୱାରା ଏହା ସମ୍ଭବ ହୋଇ ପାରିବ l

ଯେଉଁ ଫିଚର ସାହାଯ୍ୟରେ ଆପଣ କଲ କରିପାରିବେ ତାହାକୁ କୁହାଯାଇ ଥାଏ WiFi Calling l ଏହା ଅଧିକାଂଶ ସ୍ମାର୍ଟ ଫୋନ୍ ରେ ଉପଲବ୍ଧ ରହିଥାଏ l ଏହାକୁ ଆକ୍ଟିଭ କରିବା ପରେ ଆପଣ ଖୁବ ସହଜରେ ବିନା ନେଟୱର୍କ ରେ ନିଜ ଆତ୍ମୀୟସ୍ୱଜନ ଙ୍କ ସହିତ କଥା ହୋଇ ପାରିବେ l ବିଶେଷ ଭାବରେ ଏହି ଫିଚର ପାଇଁ ଆପଣଙ୍କୁ WiFi ଥିବା ସ୍ଥାନରେ ଉପଲବ୍ଧ ହେବାକୁ ପଡିବ l ଏହି ଫିଚର ୱାଇଫାଇ ଥିବା ସ୍ଥାନରେ ବିଶେଷ ଭାବରେ କାମ କରିଥାଏ l

ଆଇଫୋନ୍ ୟୁଜର କିପରି କରିବେ ସେଟିଙ୍ଗ –

ଯଦି ଆପଣ ଜଣେ iPhone ୟୁଜର ଅଟନ୍ତି ଓ ଏହି ଫିଚର କୁ ଆକ୍ଟିଭେଟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସର୍ବ ପ୍ରଥମେ ସେଟିଙ୍ଗ କୁ ଯିବାକୁ ପଡିବ l ଏଠାରେ ଆପଣ ମୋବାଇଲ ଡାଟା ବିକଳ୍ପ କୁ ବାଛିବେ l ଏଥିରେ ଆପଣ ୱାଇଫାଇ କଳିଙ୍ଗ କୁ ବାଛିବେ l ଏହାପରେ ଆପଣଙ୍କ ଫୋନ ରେ ଫିଚର ଆରମ୍ଭ ହୋଇ ଯିବ l ଏହାପରେ ଆପଣ ବିନା ନେଟୱର୍କ ରେ ମଧ୍ୟ ସହଜରେ କଥା ହୋଇଯିବେ l

ଏଣ୍ଡ୍ରୋଏଡ ୟୁଜର କିପରି କରିବେ ବ୍ୟବହାର –
ୱାଇଫାଇ ର ଏହି ଫିଚର ଏଣ୍ଡ୍ରୋଏଡ ଫୋନ ରେ ମଧ୍ୟ କାର୍ଯ୍ୟ କରିବ l ସେଥିପାଇଁ ଆପଣଙ୍କୁ ସର୍ବ ପ୍ରଥମେ ସେଟିଙ୍ଗ କୁ ଯିବାକୁ ପଡିବ l ସେଠାରେ WiFi ଅପସନ କୁ ବାଛିବାକୁ ପଡିବ l ଏହାକୁ କ୍ଲିକ କରିବା ପରେ ଆପଣଙ୍କ ସାମ୍ନାକୁ ୱାଇଫାଇ କଳିଙ୍ଗ ବିକଳ୍ପ ଆସିବ l ଏହାକୁ ଆପଣ ଅନ କରି ବିନା ନେଟୱର୍କ ରେ ମଧ୍ୟ କଥା ହୋଇପାରିବେ l

Nalco
Leave A Reply