Odisha news

ସ୍ୱଦେଶୀ ଜ୍ଞାନକୌଶଳରେ ଭାରତ ନିର୍ମାଣ କରୁଛି ସ୍ମାର୍ଟ ବମ୍‌, ଲଢୁଆ ଯୁଦ୍ଧଯାନ

0

ନାଗପୁର : ସୁରକ୍ଷା କ୍ଷେତ୍ରରେ ଭାରତ ପ୍ରତି ଉଭୟ ଚୀନ ଓ ପାକିସ୍ତାନ ପଟୁ ବିପଦ ବଢୁଛି । ଏହି କାରଣରୁ ଭାରତ ଭବିଷ୍ୟତର ଆହ୍ଵାନର ମୁକାବିଲା କରିବା ପାଇଁ ଦ୍ରୁତ ଗତିରେ ନିଜର ସାମରିକ ବାହିନୀର ଆଧୁନୀକିକରଣ କରୁଛି । ଭାରତ ଋଷିଆଠାରୁ ଏସ-୪୦୦, ଯୁଦ୍ଧପୋତ, ଟ୍ୟାଙ୍କ ଆଦି ଖରିଦ କରୁଥିବାବେଳେ ଫ୍ରାନ୍ସର ରାଫେଲ, ଆମେରିକାଠାରୁ ଚିନୁକ ଓ ଆପାଚେ ହେଲିକାପ୍ଟର ଖରିଦ କରୁଛି ।

ତେବେ କେବଳ ବିଦେଶୀ ଶକ୍ତିଙ୍କ ଉପରେ ନିର୍ଭର ନକରି ସ୍ୱଦେଶୀ ଜ୍ଞାନକୌଶଳରେ ମଧ୍ୟ କେତେକ ଟେକନଲୋଜୀର ବିକାଶ କରି ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁଛି । ଭାରତ ସ୍ୱଦେଶୀ ଜ୍ଞାନକୌଶଳରେ ଅଗ୍ନୀ ପରି ମିସାଇଲ, ଏଲସିଏ ବିମାନ ନିର୍ମାଣ କରିଥିବାବେଳେ ଆଗାମୀ ଦିନରେ ସ୍ମାର୍ଟ ବୋମା ଓ ଫ୍ୟୁଚର ଇନଫାଣ୍ଟ୍ରି କମ୍ବାଟ ଭେହିକ୍ଲ ( ଏଫଆଇସିଭି ବା ଭବିଷ୍ୟତର ଲଢୁଆ ଯୁଦ୍ଧଯାନ) ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି । ଏ ସଂପର୍କରେ ଅର୍ଡିନାନ୍ସ ଫାକ୍ଟରୀ ବୋର୍ଡର ମହାନିର୍ଦ୍ଦେଶକ ହରି ମୋହନ କହିଛନ୍ତି ଯେ ଏଗୁଡ଼ିକର ନିର୍ମାଣ କାର୍ଯ୍ୟରେ ଅନେକ ଅଗ୍ରଗତି ହୋଇଛି । ଖୁବଶୀଘ୍ର ଏଗୁଡ଼ିକର ପରୀକ୍ଷଣ ଆରମ୍ଭ ହେବ ।

ଏଫଆଇସିଭି ବା ଭବିଷ୍ୟତର ଲଢୁଆ ଯୁଦ୍ଧଯାନଗୁଡ଼ିକ ଯୁଦ୍ଧକ୍ଷେତ୍ରକୁ ସୈନିକମାନଙ୍କୁ ସୁରକ୍ଷିତଭାବେ ନେଇଯାଇଥାଏ । ଏଥିରେ ଆଣ୍ଟି-ଟ୍ୟାଙ୍କ ମିସାଇଲ, ହେଭି ମେସିନ ଗନ ଆଦି ରହିଥାଏ । ସେହିପରି ସ୍ମାର୍ଟ ବୋମା ବା ଗାଇଡେଡ େଓ୍ଵପନ ନିର୍ଭୁଲଭାବେ ଶତ୍ରୁର ଲକ୍ଷ୍ୟଭେଦ କରିଥାଏ । ଏଗୁଡ଼ିକୁ ଏବେ ଭାରତ ଆମଦାନୀ କରୁଛି ।

Leave A Reply