ଶୋଇବା ଆମ ଶରୀର ପାଇଁ ଖୁବ ହିତକର l କାରଣ ନିଦ୍ରା ସମୟରେ ଆପଣଙ୍କ ମସଲ୍ସ ରିପେୟାର ହୋଇଥାଏ ଓ ଥକାପଣ ରୁ ଆରମ୍ ମିଳିଥାଏ l କିନ୍ତୁ ଶୋଇବା ଅଭ୍ୟାସ ସମସ୍ତଙ୍କର ଅଲଗା ଅଲଗା ହୋଇଥାଏ l କିଛି ଲୋକ ପେଟେଇ ହୋଇ ସୋଇ ଥାନ୍ତି ଆଉ କିଛି ଲୋକ ଚିତ ହୋଇ ଶୋଇବାକୁ ପସନ୍ଦ କରନ୍ତି l ଏପରି ମଧ୍ୟ କିଛି ଲୋକ ରହି ଥାଆନ୍ତି ଯେଉଁମାନେ ବସି ବସି ସୋଇ ଯାଆନ୍ତି l ଆପଣ ହୁଏତ ଜାଣି ନଥିବେ ବସି ବସି ଶୋଇବା ଲାଭ ଦାୟକ ମଧ୍ୟ ହୋଇଥାଏ ଓ କ୍ଷତି ମଧ୍ୟ l ବସି କି ଶୋଇବା ମୃତ୍ୟୁର କାରଣ ମଧ୍ୟ ହୋଇପାରେ l
* ଦୀର୍ଘ ସମୟ ଧରି ବସିକି ଶୋଇବା ବେଳେ ବେଳେ ଖୁବ କ୍ଷତି କାରକ ହୋଇଥାଏ , ଏହା ଡିପ୍ ଭେନ୍ ଥ୍ରୋମ୍ବୋଶିଶ ର କାରଣ ହୋଇପାରେ l ଗୋଟିଏ ତଥ୍ୟ ଆଧାରରେ ଦୀର୍ଘ ସମୟ ଧରି ବସିବା ଦ୍ୱାରା ଗୋଡ଼ର ଧମନୀ ଗୁଡିକ ରେ ଠିକ ଭାବରେ ରକ୍ତ ସଂଚାଳନ ହୋଇ ପାରି ନଥାଏ l ଏହା ଆମ ହୃଦ ସ୍ପନ୍ଦନ ରେ ଅସୁବିଧା କରାଇ ଥାଏ ଓ ମୃତ୍ୟୁର କାରଣ ମଧ୍ୟ ହୋଇପାରେ l
* ଦୀର୍ଘ ସମୟ ଧରି ବସିବା ଦ୍ୱାରା ଆପଣଙ୍କ ପିଠିର ମାଂସପେଶୀ ଅଟକି ଯାଇଥାଏ l ଯାହା ଅଣ୍ଟା ଓ ପିଠିରେ ପବନ ଅଟକିବାର କାରଣ ହୋଇପାରେ l
* ଅଧିକ ସମୟ ଧରି ବସିବା ଦ୍ୱାରା ଆଣ୍ଠୁ ଗଣ୍ଠି ସମସ୍ୟା ମଧ୍ୟ ଦେଖା ଦେଇଥାଏ l ଯେଉଁ କାରଣରୁ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦେଖାଦିଏ l
* ଅଧିକ ସମୟ ଧରି ବସି ରହିବା ଦ୍ୱାରା ଶରୀରର ରକ୍ତ ପ୍ରବାହ ଉପରେ ପ୍ରଭାବ ପଡିଥାଏ l
*ବସି ବସି ଶୋଇବା ଦ୍ୱାରା ମେରୁଦଣ୍ଡ ଉପରେ ମଧ୍ୟ ପ୍ରଭାବ ପଡିଥାଏ l ମେରୁଦଣ୍ଡରେ ଯନ୍ତ୍ରଣା ଅନୁଭୂତ ହେବା ସହିତ କାର୍ଡିଆକ ପ୍ରୋବ୍ଲେମ ମଧ୍ୟ ବାହାରିଥାଏ l ଗୋଡ଼ର ନର୍ଭ ଗୁଡିକ ମଧ୍ୟ ଦୁର୍ବଳ ହୋଇଥାଏ l
Comments are closed.