Odisha news

ଅନେକ ଦିନପରେ ଖୋଲିଲା ଶିରିଡ଼ିର ସାଇବାବା ମନ୍ଦିର : ଜାଣନ୍ତୁ ନିୟମାବଳୀ

0

ମୁମ୍ବାଇ : କରୋନା ମହାମାରୀ କାରଣରୁ ଶିରିଡ଼ିର ସାଇବାବାଙ୍କ ମନ୍ଦିର ବନ୍ଦ କରାଯାଇଥିଲା l ମହାରାଷ୍ଟ୍ର ସରକାର ନିଷ୍ପତି ନେବା ପରେ ମହାରାଷ୍ଟ୍ରର ସମସ୍ତ ଧାର୍ମିକ ସ୍ଥଳକୁ ଆଉଥରେ ଖୋଲିବା ପାଇଁ ଅନୁମତି ଦିଆ ଯାଇଛି l ସରକାର ସ୍ପଷ୍ଟ କରି ଦେଇଛନ୍ତି ଯେ ମନ୍ଦିର ଗୁଡିକ ଖୋଲିଲେ ମଧ୍ୟ କଡାକଡି ଭାବରେ କରୋନା ନିୟମକୁ ପାଳନ କରାଯିବ l

ସରକାର କହିଛନ୍ତି ଆମକୁ ଏହା ଭୁଲିବା ଉଚିତ ନୁହେଁ ଯେ ବର୍ତ୍ତମନ ମଧ୍ୟ କରୋନା ଭୁତାଣୁ ଭାରତ ବର୍ଷରେ ରହିଛି l ଲୋକମାନେ ସାମାଜିକ ଦୂରତାର ପାଳନ କରିବା ନିତ୍ୟାନ୍ତ ଜରୁରୀ l ଯେପରି ଭାବରେ ମହାରାଷ୍ଟ୍ରର ଜନସାଧାରଣ ଗଣେଷ ଚହାତୁର୍ଥୀ ,ନବରାତ୍ରି ଓ ଅନ୍ୟ ପର୍ବ ପର୍ବାଣିକୁ ଅନୁଶାସନ ସହିତ ପାଳନ କରିଛନ୍ତି l

ସୂଚନା ଅନୁସାରେ ସରକାର ନିର୍ଦେଶ ଦେଇଛନ୍ତି ଯେ ଶିରିଡ଼ିର ସାଇବାବାଙ୍କ ମନ୍ଦିରକୁ ଗୋଟିଏ ଦିନରେ ମାତ୍ର ୬ ହଜାର ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ଯାଇ ପାରିବେ l ଭକ୍ତ ମାନେ ଦର୍ଶନ କରିବା ପାଇଁ ଅନଲାଇନରେ ପଞ୍ଜିକୃତ କରିବେ କିମ୍ବା ଶିରିଡ଼ିର କାଉଂଟରରୁ ଟିକେଟ ମଧ୍ୟ ନେଇ ପାରିବେ l ୬୫ ବର୍ଷରୁ ଉର୍ଦ୍ଧ ଓ ୧୦ ବର୍ଷରୁ କମ ବ୍ୟକ୍ତି ମାନଙ୍କ ପାଇଁ ଶିରିଡ଼ିର ମନ୍ଦିରକୁ ପ୍ରବେଶ ନିଷେଧ ଅଟେ l ଲୋକମାନେ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ପିନ୍ଧିବା ଅନିରବର୍ଜ୍ୟ ଅଟେ l l

Leave A Reply