Odisha news

ପ୍ରସିଦ୍ଧ ଗାୟକ ସଇଦ ସାବରୀଙ୍କର ହୃଦଘାତରେ ମୃତ୍ୟୁ

ନୂଆଦିଲ୍ଲୀ : ବଲିଉଡ୍ ର ପ୍ରସିଦ୍ଧ ଗାୟକ ସଇଦ ସାବରି ଙ୍କର ୮୫ବର୍ଷ ବୟସରେ ମୃତ୍ୟୁ ହୋଇ ଯାଇଛି । ସେ ବଲିଉଡ୍ ରେ ଅନେକ ସୁପରହିଟ ଗୀତ ଗାଇଛନ୍ତି । ଯେଉଁଥିରେ ସିର୍ଫ ତୁମ ଚଳଚ୍ଚିତ୍ରର ଏକ ମୁଲାକାତ ଜରୁରୀ ହେ ସାମିଲ ରହିଛି । ଚଳିତ ବର୍ଷ ତାଙ୍କ ପୁତ୍ର ଜଣାଶୁଣା ଗାୟକ ଫରିଦ୍ ଶାବରୀ ମୃତ୍ୟୁ ବରଣ କରିଥିଲେ ।ଗଣ ମାଧ୍ୟମ ସୂଚନାରୁ ଜଣା ପଡ଼ିଛି ଯେ ସଇଦ ଶାବରୀ ଦୀର୍ଘଦିନ ରୁ ଅସୁସ୍ଥ ଥିଲେ । ଏହି ସମ୍ବାଦ ବଲିଉଡର ଗୋଟିଏ ବଡ଼ କ୍ଷତି କରିଛି ।

Comments are closed.