Odisha news

ବିନା ଦୋକାନିରେ ଦୋକାନ ଚାଲିଛି

0

suvendra pattanaik: ଆମ ଭାରତରେ ଏମିତି ଗୋଟିଏ ଜାଗା ଅଛି ଯେଉଁଠି ବିନା ଦୋକାନିରେ ଦୋକାନ ଚାଲିଥାଏ l ଏ କଥା ମଧ୍ୟ ଆପଣମାନେ ବିଶ୍ୱାସ କରିବେ ନାହିଁ l ମିଜୋରାମ ରେ ଗୋଟିଏ ଏମିତି ଜାଗା ଅଛି ଯାହାର ପରମ୍ପରାକୁ ଦେଖିଲେ ହୁଏତ ଆଖିକୁ ବିଶ୍ୱାସ ହେବ ନାହିଁ l  କିନ୍ତୁ ଏ କଥାଟି ସତ୍ୟ ଅଟେ l ମିଜୋରାମର ରାଜଧାନୀ ଆଇଜୋଲ ଠାରୁ ମାତ୍ର ଅଳ୍ପ କିଛି ଦୂରରେ ସ୍ଥିତ ସେଲିଙ୍ଗ ସହର l ସେଠାରେ ଥିବା ସ୍ଥାନୀୟ ସମୁଦାୟରେ ଏକ ଅଦ୍ଭୁତ ପରମ୍ପରା ପାଳନ କରିଥାନ୍ତି l  ଯେଉଁଠାରେ ବିନା ଡ଼କାନିରେ ଦୋକାନ ଚାଲିଥାଏ l

କଥାଟି ହେଉଛି ଏହିପରି କିଛି ଦିନ ତଳେ ” ମାଇଁ ହାଉସ ଇଣ୍ଡିଆ ” ନାମକ ଟ୍ୱିଟର ଆକାଉଣ୍ଟରେ ଗୋଟିଏ ଫୋଟୋ ସେୟାର ହେଇଥିଲା , ଓ ଲେଖା ଯାଇଥିଲାଯେ ” ଏଠାରେ ଦୋକାନୀ ଦୋକାନ ଖୋଲିଥାନ୍ତି ଓ ପଇସା ପାଇଁ ଡବା ରଖି ଚାଲି ଯାଇଥାନ୍ତି ” l ଯିଏ ଯାହାବି ଜିନିଷ ନିଅନ୍ତି ସେଇ ଡବାରେ ପଇସା ରଖି ଚାଲି ଯାଆନ୍ତି l ଏହି ଦୋକାନ ବିଶ୍ୱାସର ସିଦ୍ଧାନ୍ତକୁ ନେଇ ଚାଲିଛି l

ଏହାକୁ ” ନାଗହା ଲୋ ଡାବର ସଂସ୍କୃତି ” କୁହାଯାଏ l ଏହି ପରମ୍ପରା ସହିତ ବିନା ଦୋକାନନିରେ ଦୋକାନ ଚାଲେ l ସୋସିଆଲ ମିଡ଼ିଆରେ ଅନେକଥର ଏହି ପରମ୍ପରା ର ଭିଡ଼ିଓ ଓ ଫୋଟୋ ଦେଖିବାକୁ ମିଳିଥାଏ l ସେଥିପାଇଁ ହୁଏତ ଭାରତକୁ ବିଭିଧତାରେ ଏକତାର ଦେଶ ବୋଲି କୁହାଯାଏ l

 

 

Leave A Reply