ରାଜସ୍ଥାନର ଧୌଲପୁରରେ ଥିବା ଅଚଳେଶ୍ୱର ମହାଦେବ ମନ୍ଦିରର ଶିବଲିଙ୍ଗ ଦିନକରେ ତିନି ଥର ରଙ୍ଗ ବଦଳାଉଛନ୍ତି । ଏଠାରେ ଶିବ ପୂଜାର ବିଶେଷ ମହତ୍ତ୍ୱ ଅଛି । ସକାଳେ ଶିବଲିଙ୍ଗ ନାଲି, ଦ୍ୱିପହରରେ କମଳା ଓ ରାତିରେ ଶ୍ୟାମଳ ରଙ୍ଗ ଧାରଣ କରନ୍ତି । ରଙ୍ଗ ପରିବର୍ତ୍ତନ ପଛର କାରଣ ସମ୍ପର୍କରେ ଏବେ ଯାଏଁ କିଛି ଜଣାପଡ଼ି ନାହିଁ । ଅନେକ ଥର ବୈଜ୍ଞାନିକମାନେ ମଧ୍ୟ ଏହାର ରହସ୍ୟ
ଜାଣିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ଏ ମନ୍ଦିର ହଜାରେ ବର୍ଷ ପୁରୁଣା । ମାନ୍ୟତା ଅଛି ଅବିବାହିତ ଲୋକ ମାନସିକ କଲେ ବିବାହ ଶୀଘ୍ର ହୁଏ । ଶ୍ରାବଣ ମାସରେ ମନ୍ଦିରରେ ଭକ୍ତଙ୍କ ଭିଡ଼ ଅଧିକ ହୁଏ । ଏ ବର୍ଷ କି;ୁ କରୋନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ନାହିଁ ।
Next Post