୬୦ ବର୍ଷ ପରେ ମହାଶିବରାତ୍ରି ରେ ଘଟୁଛି ଅଦ୍ଭୁତ ସଂଯୋଗ, ରୁଦ୍ରାଭିଷେକ ରେ ଏହି ବସ୍ତୁ ଅର୍ପଣ କରିବ ଦ୍ୱାରା ମିଳିବ ପୁଣ୍ୟ ଫଳ
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟେକ ବର୍ଷ ଫାଲଗୁନ ମାସ ରେ କୃଷ୍ଣପକ୍ଷ ର ଚତୁର୍ଦଶୀ ତିଥି କୁ ମହାଶିବରାତ୍ରି ପର୍ବ ପାଳନ କରାଯାଇ ଥାଏ l ମାନ୍ୟତା ରହିଛି ଯେ ଏହିଦିନ ମହେଶ୍ୱର ମହାଦେବ ଓ ମାତା ପାର୍ବତୀ ଙ୍କୁ ପୂଜାର୍ଚନା କରାଯାଇଥାଏ l ମାନ୍ୟତା ରହିଛି ଯେ ଏହିଦିନ ମହାଦେବ ଓ ମାତା ପାର୍ବତୀ ଙ୍କର ବିବାହ ଅନୁଷ୍ଠିତ ହୋଇଥିଲା l ସେଥିପାଇଁ ଏହିଦିନ ଟି ଶିବ ଭକ୍ତ ମାନେ ଖୁବ ଧୂମଧାମ ରେ ପାଳନ କରି ଥାଆନ୍ତି l
– ମହାଶିବରାତ୍ରି ଦିନ ଶିବ ଭକ୍ତ ଶିବ-ଗୌରୀ ଙ୍କର ବିଧି ବିଧାନ ଭାବରେ ପାଳନ କରି ଥାଆନ୍ତି l ମାନ୍ୟତା ଅନୁସାରେ କୁହାଯାଏ ଯେ ମହାଶିବରାତ୍ରି ଦିନ ମହାଦେବ ପୃଥିବୀ ପୃଷ୍ଠର ସମସ୍ତ ଶିବ ଲିଙ୍ଗ ଉପରେ ବିରାଜମାନ କରିଥାଆନ୍ତି l ତେଣୁ ଏହିଦିନ ଉପାସନା କରିବା ଦ୍ୱାରା ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ l
– ଚଳିତ ଥର ମହାଶିବରାତ୍ରି ଦିନ ୨୬ ଫେବୃଆରୀ ରେ ପାଳିତ ହେବ, ଏବଂ ଚଳିତ ଥର ଯେଉଁ ଗ୍ରହ ଯୋଗ ଘଟୁଛି ୬୦ ବର୍ଷ ତଳେ ୧୯୬୫ ରେ ଏହି ଯୋଗ ସଂଗଠିତ ହୋଇଥିଲା l ପଞ୍ଚାଙ୍ଗ ଅନୁସାରେ ଫାଲଗୁନ ମାସ କୃଷ୍ଣ ପକ୍ଷ ର ମହାଶିବରାତ୍ରି ଦିନ ଘନିଷ୍ଠା ନକ୍ଷତ୍ର, ପରିଘ ଯୋଗ, ଶକୁନି କରଣ ଓ ମକର ରାଶି ରେ ଚନ୍ଦ୍ରମା ଙ୍କ ଉପସ୍ଥିତି ରେ ଘଟୁଛି l ଏହିଦିନ ୪ ପ୍ରହର ର ସାଧନା ରୁ ଶିବ ଙ୍କ କୃପା ପ୍ରାପ୍ତି ହୋଇଥାଏ l
– ଶୁଭ ସଂଯୋଗ ରେ ଶିବ ଭକ୍ତ ମହାଦେବ ଙ୍କୁ ଆରାଧନା କରିବା ଦ୍ୱାରା ଭକ୍ତ ମାନଙ୍କର ସମସ୍ତ ଇଛା ପୁର୍ଣ ହୋଇଥାଏ l ୧୯୬୫ ରେ ଯେତେବେଳେ ମହାଶିବରାତ୍ରି ଆସିଥିଲା ସେତେବେଳେ ସୂର୍ଯ୍ୟ, ବୁଧ ଓ ଶନି କୁମ୍ଭ ରାଶିରେ ଗୋଚର କରିଥିଲେ l ଏବଂ ଚଳିତ ଥର ମହାଶିବରାତ୍ରି ରେ ଏହି ୩ଟି ଗ୍ରହ ଚନ୍ଦ୍ରମା ଙ୍କ ଉପସ୍ଥିତି ରେ ଏକାଠି ହେବେ l
– ସୂର୍ଯ୍ୟ ଓ ଶନି ଦେବ ପିତାପୁତ୍ର ଅଟନ୍ତି, ଓ ସୂର୍ଯ୍ୟ ଶନି ଙ୍କ ରାଶି କୁମ୍ଭ ରେ ରହିବେ, ଏହା ଗୋଟିଏ ବିଶେଷ ସଂଯୋଗ, ଯାହାକି ଗୋଟିଏ ଶତାବ୍ଦୀ ରେ ମାତ୍ର ଥର ଟିଏ ଆସିଥାଏ, ଏହି ସମୟ ରେ ସାଧନା ଦ୍ୱାରା ଆଧ୍ୟାତ୍ମିକ ଓ ଧାର୍ମିକ ଉନ୍ନତି ପ୍ରଦାନ ହୋଇଥାଏ l
– ପରାକ୍ରମ ଓ ପ୍ରତିଷ୍ଠା କୁ ବଢାଇବା ପାଇଁ ସୂର୍ଯ୍ୟ-ବୁଧ ଙ୍କ କେନ୍ଦ୍ର ତ୍ରିକୋଣ ଯୋଗ ର ବଡ଼ ଲାଭ ମିଳିବ, ଏହି ଯୋଗରେ ବିଶେଷ ପ୍ରକାର ସାଧନା ଓ ଉପାସନା କରାଯିବା ଜରୁରୀ l ଏହିଦିନ ରୁଦ୍ରାଭିଷେକ କରିବା ଖୁବ ଜରୁରୀ, ଏହାଦ୍ୱାରା ସମସ୍ତ ଦୁଃଖ ଓ କଷ୍ଟ ରୁ ମୁକ୍ତି ମିଳିଥାଏ l
– କୃଷ୍ଣପକ୍ଷ ଚତୁର୍ଦଶୀ ତିଥି ୨୬ ଫେବୃଆରୀ ୧୧ ଟା ୮ ଟା ମିନିଟ ରେ ଆରମ୍ଭ ହେବ, ଶିବରାତ୍ରି ଦିନ ମହାଦେବ ଙ୍କୁ ନିଶା ବା ରାତ୍ରି ସମୟ ରେ ପୂଜା କରାଯାଇ ଥାଏ l ଏହିଦିନ ଶିବ ରାତ୍ରି ଦିନ ପଞ୍ଚାମୃତ ରେ ମହାଦେବ ଙ୍କୁ ପୂଜାର୍ଚନା କରାଯାଇଥାଏ l ମହାଶିବରାତ୍ରି ରେ ମହାଦେବ ଙ୍କ ନିକଟରେ ଉଜାଗର ରହି ଦୀପ ଦାନ କରାଯାଇଥାଏ l ଶିବରାତ୍ରି ଦିନ ମହାଦେବ ଙ୍କୁ ବେଲପତ୍ର ସହିତ ଆଖୁ ରସ, ଜାଇଫଳ, ପଦ୍ମ ନାଡ଼ ମିଠା ପାନ ଓ କେଶର ଯୁକ୍ତ ଦୁଗ୍ଧ ଅର୍ପଣ କରନ୍ତୁ l