Odisha news

ଏହିଦିନ ଠାରୁ ଲାଗୁ ହେବ ଫାଷ୍ଟଟ୍ୟାଗ ର ନୂଆ ନିୟମ, ଜାଣନ୍ତୁ କଣ ରହିଛି ନିୟମ

0

ଆଜିର ସମୟ ରେ ଅଧିକାଂଶ ଲୋକଙ୍କ ଙ୍କ ଗାଡି ରେ ଫାଷ୍ଟଟ୍ୟାଗ ଲାଗିଛି, ତେବେ ଆପଣଙ୍କୁ ବର୍ତମାନ ନେସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ପକ୍ଷରୁ ନୂଆ ଫାଷ୍ଟଟ୍ୟାଗ ବାଲାନ୍ସ ବେଲିଡେସନ ନିୟମ ବିଷୟ ରେ ଜାଣିବା ଜରୁରୀ l ଏହି ନୂଆ ନିୟମ ୧୭ ଫେବୃଆରୀ ୨୦୨୫ ରୁ ଲାଗୁ ହେବାକୁ ଯାଉଛି l ଆପଣଙ୍କ ର ଫାଷ୍ଟଟ୍ୟାଗ ର ଅଧିକ ଚାର୍ଜ କଟୁ , ଏହା ପୂର୍ବରୁ ଆପଣ ମଧ୍ୟ ନୂଆ ନିୟମ ବିଷୟ ରେ ଜାଣି ରଖିବା ଜରୁରୀ l

ଫାଷ୍ଟଟ୍ୟାଗ କେଉଁଠି କାମ କରିଥାଏ –
ଯେତେବେଳେ ଆପଣ ହାଇୱେ ଉପରେ ଯାଉ ଥାଆନ୍ତି ଓ ଗୋଟିଏ ରାଜ୍ୟ ରୁ ଅନ୍ୟ ରାଜ୍ୟ କିମ୍ବା ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲା କୁ ଯାତ୍ରା କରିଥାଉ ସେତେବେଳେ ଆମକୁ କିଛି ରୋଡ଼ ଟ୍ୟାକ୍ସ ଦେବାକୁ ପଡିଥାଏ, କିନ୍ତୁ ବର୍ତମାନ ୧୭ ଫେବୃଆରୀ ଦିନ ଫାଷ୍ଟଟ୍ୟାଗ ବାଲାନ୍ସ ବେଲିଡେସନ ନିୟମ ଲାଗୁ ହେବା ପରେ ଆପଣଙ୍କ ପକେଟ ଉପରେ ଏହାର ପ୍ରଭାବ ପଡିବ l ଆଜି ଆମେ ଜାଣିବା ଫାଷ୍ଟଟ୍ୟାଗ ର ଏହି ନୂଆ ନିୟମ ଦ୍ୱାରା କିପରି ଆମେ ଅଧିକ ପଇସା ଦେବାରୁ ବନ୍ଧିତ ହୋଇପାରିବା l

FASTag  ର ନୂଆ ନିୟମ କଣ ରହିଛି –
କହି ରଖୁଛୁ ଯେ ନେସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ୨୮ ଜାନୁଆରୀ ୨୦୨୫ ରୁ ଯଦି ଆପଣ ନିଜ ଗାଡି କୁ ନେଇ ଟୋଲ ଗେଟ ରେ ପହଂଚୁଛନ୍ତି ଓ ସେଠାରେ ଟ୍ୟାଗ ରୀଡ କରିବା ଦ୍ୱାରା ୬୦ ମିନିଟ ରୁ ଅଧିକ ଟ୍ୟାଗ ବ୍ଲକ ଲିଷ୍ଟ ରହିଥିଲେ ପେମେଣ୍ଟ ହୋଇପାରିବ ନାହିଁ l କେବଳ ଏତିକି ନୁହେଁ ଯଦି ଟ୍ୟାଗ ରୀଡ କରିବା ପାଇଁ ପାଖାପାଖି ୧୦ ମିନିଟ ପୂର୍ବରୁ ବ୍ଲକ ଲିଷ୍ଟ ରହିଥାଏ, ତେବେ ମଧ୍ୟ ପେମେଣ୍ଟ ହୋଇପାରିବ ନାହିଁ l ନୂଆ ନିୟମ ଅନୁସାରେ ୟୁଜର୍ସ ଙ୍କୁ ନିଜ ଫାଷ୍ଟଟ୍ୟାଗ ସ୍ଟାଟସ ରେ ସୁଧାର ପାଇଁ ୭୦ ମିନିଟ ର ବିଣ୍ଡ ମିଳିବ l

କେବଳ ଏତିକି ନୁହେଁ ଯଦି ଆପଣଙ୍କ ଫାଷ୍ଟଟ୍ୟାଗ ବ୍ଲକ ଲିଷ୍ଟ ରେ ଅଛି, ତେବେ ଆମେ ଟୋଲ କ୍ରସ କରି ଯାଇଥାଉ, ତେବେ ଆମକୁ ଡବଲ ଚାର୍ଜ ଦେବାକୁ ପଡିଥାଏ, ବିଶେଷ ଭାବରେ ଏହି ସମୟ ରେ ଆପଣଙ୍କ ଟ୍ୟାଗ ରୀଡ ହେବାପରେ ୧୦ ମିନିଟ ରେ ରିଚାର୍ଜ କରି ନେଇଥାଉ, ତେବେ ଆପଣ ପେନାଲଟି ରିଫଣ୍ଡ ପାଇଁ ରୀକୁଏସ୍ଟ କରିପାରିବେ l ଏହାଦ୍ୱାରା ଆପଣଙ୍କ ପଇସା ବଞ୍ଚିଯିବି l ଏବଂ ଆପଣଙ୍କୁ କିଛି ଅଧିକ ପଇସା ମଧ୍ୟ ଦେବାକୁ ପଡିବ ନାହିଁ l ଯଦି ଆପଣ ଅନ୍ୟ ଜିଲ୍ଲା କୁ ଯାଉଛନ୍ତି ତେବେ ତାର ଗୋଟିଏ ଘଣ୍ଟା ପୂର୍ବରୁ ରିଚାର୍ଜ କରିପାରିବେ l

ଏହିଭଳି ଚେକ ହେବ ବ୍ଲକ ଲିଷ୍ଟ ସ୍ଟାଟସ –
ଯଦି ଆପଣ ଙ୍କ ବ୍ଳକ ଲିଷ୍ଟ ସ୍ଟାଟସ  ଆସୁଛି, ତେବେ ପରିବହନ ବିଭାଗ ର ଅଫିସିଆଲ ୱେବସାଇଡ କୁ ଯାଇପାରିବେ, ଏବଂ ସେଠାରେ ‘Check E -Challan Status ‘ କିମ୍ବା ଯାହା ଆପ୍ସନ ଥିବ କ୍ଲିକ କରିବାକୁ ପଡିବ l ଏବଂ ଏହାପରେ ଆପଣ ନିଜର ହୁଇକଳ ରେଜିଷ୍ଟ୍ରେସନ  ନମ୍ବର ଦର୍ଜ କରନ୍ତୁ, ଏହାପରେ ଆପଣ ଜାଣିପାରିବେ ଯେ ଆପଣଙ୍କ ବାହାନ ବ୍ଲକ ଲିସ୍ଟେଡ଼ ଅଛି କି ନାହିଁ l

Leave A Reply