Odisha news

ଆଜି ହେଉଛି ଆଶ୍ୱିନ ମାସର ଷୋମବାର ଏବଂ ଚନ୍ଦ୍ର ଗ୍ରହଣ ର ପରଦିନ : ଦେବାଳୟ ରେ କରନ୍ତୁ ଏହି କାର୍ଯ୍ୟ , ମିଳିବ ଈଶ୍ୱରଙ୍କ କୃପା

0
ହିନ୍ଦୀ ପଞ୍ଚାଙ୍ଗ ଅନୁସାରେ ଆଶ୍ୱିନ ମାସ ସପ୍ତମ ମାସ, ଯାହା ଇଂରାଜୀ କ୍ୟାଲେଣ୍ଡର ରେ ସେପ୍ଟେମ୍ବର ରୁ ଅକ୍ଟୋବର ମାସର ମଧ୍ୟ ଭାଗରେ ପଡ଼ିଥାଏ , ଏହି ସମୟରେ ପାଣିପାଗ ସାମାନ୍ୟ ହାଲକା ଥଣ୍ଡା ରହିଥାଏ l ଆଶ୍ୱିନ ମାସର ପ୍ରଥମ ପକ୍ଷ କୃଷ୍ଣପକ୍ଷ, ଏବଂ ଏହି ପକ୍ଷର ୧୫ ଦିନ ପର୍ଯ୍ୟନ୍ତ ପିତୃପକ୍ଷ ଙ୍କୁ ସମର୍ପିତ ହୋଇଥାଏ l

ଆଶ୍ୱିନ ମାସରେ ମା ଦୁର୍ଗତିନାଶିନୀ ଧରାପୃଷ୍ଠ କୁ ଅବତରଣ କରିଥାଆନ୍ତି, ଏବଂ ଆଶ୍ୱିନ ମାସ ଶୁକ୍ଲପକ୍ଷ ରେ ମାଙ୍କର ମହାପର୍ବ ନବରାତ୍ରି ଉତ୍ସବ ପାଳିତ ହୋଇଥାଏ l ଚଳିତ ବର୍ଷ ଆଶ୍ୱିନ ମାସ ସେପ୍ଟେମ୍ବର ୮ତାରିଖ ରୁ ଆରମ୍ଭ ହେଉଛି ଏବଂ ଅକ୍ଟୋବର ମାସ ୭ତାରିଖ କୁମାରପୂର୍ଣ୍ଣିମା ଦିନ ସମାପ୍ତି ହେଉଛି l

* ହିନ୍ଦୁ ଶାସ୍ତ୍ରରେ ଆଶ୍ୱିନ ମାସ ର ପ୍ରଥମ ସୋମବାର ରେ ଶିବ ପୂଜନ ର ଅନେକ ମହତ୍ୱ ରହିଛି, କାହିଁକିନା ଏହାର ପୂର୍ବଦିନ ଗ୍ରହଣ ଲାଗିଥିବାରୁ ଏହିଦିନଟି ରେ ଶିବ ମନ୍ଦିର ରେ ପୂଜନ ଏବଂ ଜଳାଭିଷେକ ର ଅନେକ ମହତ୍ୱ ରହିଛି l

* ଆଶ୍ୱିନ ମାସରେ ୧୬ ସୋମବାର ବ୍ରତ ଆରମ୍ଭ କରିବା ଶୁଭ ହୋଇଥାଏ, ଏବଂ ମହାଦେବଙ୍କ ନିକଟରେସଂକଳ୍ପ କରି ଗୁଆ ନଡ଼ିଆ ମଧ୍ୟ ବସେଇବା ଶୁଭ ଅଟେ l  ଏହାଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ଏବଂ ଜୀବନ ରୁ ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ l

* ଆଶ୍ୱିନ ଷୋମବାର ବ୍ରତ କରିବା ଦ୍ୱାରା ଆୟୁ ବୃଦ୍ଧି କାରି, ସ୍ୱାସ୍ଥ୍ୟ ଏବଂ ମାନସିକତା ଶାନ୍ତି ଦେଇଥାଏ, ଶତ୍ରୁ ମାନଙ୍କର ବିନାଶକାରୀ ଅଟେ, ଐଶ୍ୱର୍ଯ୍ୟ ବୃଧିକାରୀ ହୋଇଥାଏ, ସନ୍ତାନ ମାନଙ୍କର ଦୁଃଖ ର ସମାପ୍ତି କରିଥାଏ l

* ଗ୍ରହଣ ଛାଡିବା ପରେ ମନ୍ଦିରରେ କରନ୍ତୁ ଏହି କାର୍ଯ୍ୟ –
– ଭାଦ୍ରବ ପୁର୍ଣିମା ଦିନ ଗ୍ରହଣ ଲାଗୁଥିବା ରୁ ଏହାର ପରଦିନ ଟିର ଅନେକ ଗୁରୁତ୍ୱ ରହିଛି l ଏବଂ ଏହା ଆଶ୍ୱିନ ମାସର ପ୍ରଥମ ଷୋମବାର ଅଟେ l ତେଣୁ ଆଜିର ଦିନରେ ଶିବ ମନ୍ଦିର କୁ ଯାଇ ବିଶେଷ ପୂଜାର୍ଚନା କରିବାର ମହତ୍ୱ ରହିଛି l

– ଶିବ ମନ୍ଦିରରେ ଚନ୍ଦ୍ର ଦାନ କରନ୍ତୁ l ଏହାଦ୍ୱାରା ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ l
– ଗ୍ରହଣ ପରେ ଦାନର ଅନେକ ମହତ୍ୱ ରହିଛି,  ଦାନ ଦ୍ୱାରା ରିଷ୍ଟ ଖଣ୍ଡନ ହୋଇଥାଏ l
– ଗ୍ରହଣ ଛାଡିବା ପରେ ପବିତ୍ର ନଦୀରେ ସ୍ନାନ କରିବା ସହିତ ସୂର୍ଯ୍ୟ ପୂଜନ କରନ୍ତୁ, ରୋଗରୁ ମୁକ୍ତି ମିଳିବ, ଆୟୁ ବୃଦ୍ଧି ହେବ l
– ଗ୍ରହଣ ଛାଡିବା ପରେ ମହାଦେବଙ୍କୁ ଜଳାଭିଷେକ କରିବା ଜରୁରୀ ହୋଇଥାଏ , ଏମିତି କଲେ ଗ୍ରହଣ ପ୍ରଭାବ କମ ରହିଥାଏ l
– ଜୀବନ ରେ ସକାରାତ୍ମକ ଚିନ୍ତନ ପାଇଁ ଗ୍ରହଣ ଛାଡିବା ପରେ ଘରେ ହୋମ ଯଜ୍ଞାଦି କରିବା ଶୁଭ ହୋଇଥାଏ l

Leave A Reply