ଆଜି ହେଉଛି ବୈଶାଖ ମାସ ପ୍ରଥମ ସୋମବାର : ଜାଣନ୍ତୁ ଏହି ମାସରେ ଶିବ ପୂଜାର ମହତ୍ୱ , ସମସ୍ତ କଷ୍ଟରୁ ମୁକ୍ତି ଦେବେ ମହାଦେବ
ହିନ୍ଦୁ କ୍ୟାଲେଣ୍ଡର ର ଦ୍ଵିତୀୟ ମାସ ଟି ହେଉଛି ବୈଶାଖ ମାସ । ଏହି ମାସଟି ହେଉଛି ଧର୍ମର ମାସ । ଲୋକମାନେ ବୈଶାଖ ମାସରେ ବିଭିନ୍ନ ପ୍ରକାରର ଧର୍ମ କାର୍ଯ୍ୟ କରି ଥାଆନ୍ତି। ମାନ୍ୟତା ରହିଛି ଯେ ଏହି ମାସରେ ମହାଦେବ ଙ୍କୁ ଭକ୍ତି ସହକାରେ ପୂଜା କରିବା ଦ୍ୱାରା ରୋଗ ବୈରାଗ ଦୂର ହୋଇଥାଏ ଓ ଅର୍ଥ ଲାଭ ହୋଇଥାଏ । ଏହି ମାସ ଟିରେ ଦାନ ଧର୍ମର ବିଶେଷ ମହତ୍ତ୍ଵ ରହିଥାଏ ।
୧) ବୈଶାଖ ମାସ ସୋମବାର ଦିନ ମହାଦେବ ଙ୍କୁ ଅଭିଷେକ କରିବା ସମୟ ରେ ଦୁଗ୍ଧ ରେ କଳା ରାଶି ମିଶାଇ ଶିବ ଲିଙ୍ଗ ରେ ଅର୍ପଣ କରିବା ଦ୍ୱାରା ରୋଗ ବୈରାଗ ଠାରୁ ଦୂରେଇ ରହିବେ ।
୨) ଯଦି ଜୀବନ ରେ କୌଣସି ବଡ଼ ବିପଦ କିମ୍ବା ସଙ୍କଟ ରହିଛି ତେବେ ବେଲ ପତ୍ରରେ ଚନ୍ଦନ ଦ୍ଵାରା ଓମ୍ ନମଃ ଶିବାୟ ଲେଖି ମହାଦେବ ଙ୍କୁ ଅର୍ପଣ କରନ୍ତୁ ।
୩) କୌଣସି ବିଶେଷ ମନୋସ୍କାମନା ପୂର୍ଣ୍ଣ ହେବା ପାଇଁ ବୈଶାଖ ମାସ ସୋମବାର ଦିନ ଅରଖ ଫୁଲରେ ହାର କରି ମହାଦେବ ଙ୍କୁ ଅର୍ପଣ କରନ୍ତୁ ଓ ୧୦୮ ଥର ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ ।
୪) ଘରେ ସୁଖ ସମୃଦ୍ଧି ଲାଭ କରିବା ପାଇଁ ଶିବ ଙ୍କ ନିକଟ ରେ ପ୍ରତିଦିନ କିଛିଟା ଗୋଟା ଚାଉଳ ଅର୍ପଣ କରନ୍ତୁ ଏହାଦ୍ବାରା ସମସ୍ତ ରିଷ୍ଟ ଖଣ୍ଡନ ହେବ ।
୫) ବିବାହ ସମ୍ବନ୍ଧୀୟ ଅସୁବିଧା ପାଇଁ ଜଳ ରେ କେଶର ମିଶାଇ ମହାଦେବ ଙ୍କୁ ଅର୍ପଣ କରନ୍ତୁ ଓ କୌଣସି ବିବାହିତ ସଧବା ନାରୀ ଙ୍କୁ ଶଙ୍ଖା ସିନ୍ଦୁର ଦାନ କରନ୍ତୁ ।
୬) ଯଦି ଆପଣଙ୍କ ଜୀବନ ରେ ବିଭିନ୍ନ ଅସୁବିଧା ଦେଖା ଦେଉଛି ତେବେ ବୈଶାଖ ମାସ ସୋମବାର ଦିନ ମହାଦେବ ଙ୍କୁ ଜଳାଭିଷେକ କରାନ୍ତୁ ।
୭) ବୈଶାଖ ମାସ ରେ ପ୍ରତିଦିନ ଶିବଲିଙ୍ଗ ଓ ଗଣପତି ଙ୍କୁ ଦୁବ ଘାସ ଅର୍ପଣ କରନ୍ତୁ । ଏହାଦ୍ବାରା ଜୀବନ ର ସମସ୍ତ ସଙ୍କଟ ଦୂର ହୋଇଯିବ ।
୮) ବୈଶାଖ ମାସରେ ବେଲ ବୃକ୍ଷ ପୂଜା କରିବା ର ମଧ୍ୟ ଅନେକ ମହତ୍ତ୍ଵ ରହିଛି । ବେଲ ବୃକ୍ଷ କୁ ପୂଜା କରିବା ସମୟ ରେ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରିବା କୁ ଭୁଲିବେ ନାହିଁ । ଏହା ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ, ଶତ୍ରୁ ନାଶ ହୋଇଥାଏ , ଗୃହ ରୁ କଳହ ଦୂର ହୋଇଥାଏ, ଧନ ପ୍ରାପ୍ତି ହୋଇଥାଏ ।
