ପ୍ରତ୍ୱେକଟି ମଣିଷ ନିଜ ଜୀବନରେ ସଫଳତାର ପାହାଚ ଚଢ଼ିବାକୁ ଚାହିଁଥାଏ l ସେଥିପାଇଁ ସେ ଯଥା ସମ୍ଭବ ଚେଷ୍ଟା ମଧ୍ୟ କରିଥାଏ l କିନ୍ତୁ ବେଳେ ବେଳେ ଯେତେ ଚେଷ୍ଟା କାଳ;ଏ ମଧ୍ୟ ଭାଗ୍ୟର ସହଯୋଗ ମିଳି ନଥାଏ ଓ ସଫଳତାର ସ୍ୱାଦ ଚାଖୁ ଚାଖୁ ରହି ଯାଇଥାଏ l କଠିନ ପରିଶ୍ରମ କଲାପରେ ମଧ୍ୟ ବେଳେବେଳେ ଆଶା ଅନୁରୂପ ଫଳ ମିଳେ ନାହିଁ l ତେଣୁ ଘରୁ ବାହାରିଲା ବେଳକୁ କିଛିଟା ଉପାୟ ଅବଲମ୍ବନ କରନ୍ତୁ ଯାହା ଆପଣଙ୍କୁ ଜୀବନରେ ସଫଳତା ଦେବ l
* ଗଣେଶଙ୍କୁ ଧ୍ୟାନ କରନ୍ତୁ -ଯେତେବେଳେ ଆପଣ ଘରୁ କୌଣସି ଜରୁରୀ କାମରେ ବାହାରକୁ ଯାଉଛନ୍ତି ତେବେ ଶ୍ରୀ ଗଣେଶାୟ ନମଃ କହି ଯେଉଁ ଦିଗରେ ଯିବାକୁ ଚାହୁଁଛନ୍ତି ସେହି ଦିଗରେ ଆଗକୁ ମୁହଁ କରି ପଳାନ୍ତୁ l ଏପରି କରିବା ଦ୍ୱାରା ଆପଣ ନିଜ କାମରେ ସଫଳତା ପାଇବେ l
* ବଡ ମାନଙ୍କର ଆଶୀର୍ବାଦ -ଯେତେବେଳେ ବି ଘରୁ ବାହାରକୁ ଯେକୌଣସି କାମରେ ଯାଉଛନ୍ତି ବଡ଼ ମାନଙ୍କର ଆଶୀର୍ବାଦ ନେଇ ଜନ୍ତୁ l କୁହାଯାଏ ଯେ ବଦମାନଙ୍କ ଆଶୀର୍ବାଦରେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ଓ କାର୍ଯ୍ୟରେ ସଫଳତା ମିଳେ l
* ଦହି ଚିନି ଖାଇକି ଯାଆନ୍ତୁ -ଯେକୌଣସି ଶୁଭ କାର୍ଯ୍ୟରେ ବାହାରକୁ ଗଲା ବେଳେ ଦହି ଚିନି ଖାଇକି ଯିବା ଶୁଭ ହୋଇଥାଏ ଓ ସମସ୍ତ ଅସୁବିଧା ଦୁରେଇ ଥାଏ l ଦହି ଚିନି ଖାଇବା କାରଣରୁ ଶୁଭଫଳ ପ୍ରାପ୍ତ ହୋଇଥାଏ l
* ଡାହାଣ ପାଦ ପ୍ରଥମେ ଘର ବାହାରେ ରଖନ୍ତୁ -ସାଧାରଣତଃ ମାନ୍ୟତା ରହିଛି ଯେ ଯେତେବେଳେ ବି କୌଣସି କାମରେ ଯାଉଛନ୍ତି ସର୍ବ ପ୍ରଥମେ ଘର ବାହାରେ ଡାହାଣ ପଦାକୁ ପ୍ରଥମେ ରଖନ୍ତୁ ଓ ତାପରେ ବାମ ପାଦ ରଖନ୍ତୁ l ଏପରି କରିବା ଦ୍ୱାରା ଶୁଭ ହୋଇଥାଏ l
* ଜଳ ପୂର୍ଣ୍ଣ କଳସ -ଧାର୍ମିକ ମାନ୍ୟତା ଅନୁସାରେ ଯଦି କେବେ କୌଣସି କାମରେ ବାହାରକୁ ଯାଉଛନ୍ତି ତେବେ ଜଳ ପୂର୍ଣ୍ଣ କଳସ ଦେଖିବା ଦ୍ୱାରା ଶୁଭ ହୋଇଥାଏ ଓ ସମସ୍ତ କାମ ହୋଇଯାଇଥାଏ l କିନ୍ତୁ ଏହା ବାମ ପଟରେ ଦେଖିକି ଯିବା ଶୁଭ ଅଟେ l ତେଣୁ ଘରୁ ବାହାରିଲା ବେଳକୁ ବାମ ପଟରେ କଳସ ଦେଖିଯିବା ଉଚିତ l