୨୦୦୨ ରେ ରିଲିଜ ହୋଇଥିବା ମ୍ୟୁଜିକ ଭିଡିଓ କାଂଟା ଲଗା ଦର୍ଶକଙ୍କ ମନକୁ ବେଶ ଛୁଇଁ ଥିଲା, ଏହି ଆଲବମ ରେ ଶେଫାଳି ଜରିୱାଲ ଙ୍କ ଅଭିନୟ ଓ ନୃତ୍ୟ ଦର୍ଶକଙ୍କୁ ଅକ୍ରୁସ୍ତ କରିଥିଲା l ଜୁନ ୨୭ ରେ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି, ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା, ପ୍ରାରମ୍ଭିକ ରିପୋର୍ଟ ରେ ତାଙ୍କର କାର୍ଡିଆକ ଆରେଷ୍ଟ ହୋଇଥିବାର ସୂଚନା ମିଳିଥିଲା l କିନ୍ତୁ ପୋଲିସ ନିଜର ଯାଞ୍ଚ ଜାରି ରଖିଛି ଏବଂ ଅନେକ ତଥ୍ୟ ସାମ୍ନା କୁ ଆସିଛି l
ଆସନ୍ତୁ ଜାଣିବା କଣ ରହିଛି ଡାକ୍ତରଙ୍କ ମତ –
ଆଣ୍ଟି ଏଜିଙ୍ଗ ଔଷଧ କଣ ?
ଆଣ୍ଟି ଏଜିଙ୍ଗ ଔଷଧ ଓ ଇଞ୍ଜେକ୍ସନ ଓ ଟ୍ରିଟମେଣ୍ଟ ବୟସ ବୃଦ୍ଧି କୁ ଧୀର କରିଥାଏ, ସ୍କିନ କୁ ରିଂକିଲ ଫ୍ରି କରିଥାଏ, ତ୍ୱଚା ରେ ଚମକ ଆଣିଥାଏ, ଏହିସବୁ ଔଷଧ ରେ ଗ୍ଲୁଟାଥିୟମ, ଭିଟାମିନ ସି, ରେଟିନାଲ, ପେପଟାଇଡ୍ସ ଓ ହର୍ମୋନଲ ଥେରାପି ଭଳି ଟ୍ରିଟମେଣ୍ଟ ସାମିଲ ରହିଥାଏ l
ଗ୍ଲୁଟା ଥୀଆନ ଗୋଟିଏ ପାୱାରଫୁଲ ଆଣ୍ଟିଅକ୍ସିଡାଣ୍ଟ ଅଟେ, ଯାହା କି ତ୍ୱଚା କୁ ଗୋରା କରିଥାଏ, କଳା ଦାଗ କମ କରିଥାଏ, ଓ ଡିଟକ୍ସିଫିକେସନ ପାଇଁ ଅଟେ , ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଡାକ୍ତରଙ୍କ ବିନା ପରାମର୍ଶ ରେ ବ୍ୟବହାର କରିବା ବିପଦ ପୁର୍ଣ ଅଟେ l
ଡାକ୍ତରଙ୍କ ମତରେ ଆଣ୍ଟି-ଏଜିଙ୍ଗ ପାଇଁ ବ୍ୟବହୃତ ହେଉଥିବା ଔଷଧ ଗୁଡିକ ସ୍ୱାସ୍ଥ୍ୟ ପାଇଁ ଖୁବ ବିପଦପୂର୍ଣ୍ଣ ଅଟେ, ଏହିସବୁ ଔଷଧ ଗୁଡିକୁ ସେବନ କରିବା ଦ୍ୱାରା ଧମନୀ ଗୁଡିକ ପାଇଁ ବିପଦ ପୁର୍ଣ ସ୍ଥିତି ହୋଇପାରେ, ଏବଂ କୋଲେଷ୍ଟ୍ରଲ ସ୍ତର ବିଗିଡି ପାରେ l ଏହିସବୁ ଔଷଧ ଗୁଡିକ ହୃଦଘାତ ର କାରଣ ହୋଇପାରେ l
ଡାକ୍ତରଙ୍କ ସୂଚନା ଅନୁସାରେ ୧୫ ବର୍ଷ ଆୟୁ ରେ ବାତ ରୋଗ ଦେଖା ଦେଇଥିଲା, କିନ୍ତୁ ଏହା ସହିତ ସମ୍ବନ୍ଧିତ ଔଷଧ ହୃଦ ଘାତ ର କାରଣ ହୋଇନପାରେ l କିନ୍ତୁ ଆଣ୍ଟି-ଏଜିଙ୍ଗ ଔଷଧ ହୃଦଘାତ ର କାରଣ ହୋଇପାରେ , ଯେପରିକି ବିନା ଖାଦ୍ୟ ରେ ଏହି ଔଷଧ ସେବନ କରିବା ଉଚିତ ନୁହେଁ l ଏହି ଔଷଧ କୁ ଅଧିକ ସେବନ କରିବା ଦ୍ୱାରା ହର୍ମୋନଲ ଡ଼ିସ ବାଲାନ୍ସ , କିଡ୍ନୀ ଓ ଲିଭର ପ୍ରଭାବିତ ହୋଇପାରେ, ତେଣୁ କୌଣସି ଆଣ୍ଟି-ଏଜିଙ୍ଗ ଔଷଧ ବ୍ୟବହାର କରିବା ପୂର୍ବରୁ ହାର୍ଟ ଡାକ୍ତର ଙ୍କୁ ନିହାତି ଦେଖାଇବା ଜରୁରୀ l