Odisha news

ସୃଷ୍ଟିର ରଚନା ଓ ସମୁଦ୍ର ମନ୍ଥନର ରହସ୍ୟ

ପୌରାଣିକ କଥା ଅନୁସାରେ ସମୁଦ୍ର ମନ୍ଥନ କୁ ଖୁବ ଗୁରୁତ୍ୱ ଦିଆଯାଇଥିଲା l କୁହାଯାଏ ଯେ ସମୁଦ୍ର ମନ୍ଥନର ସମ୍ପୂର୍ଣ ପ୍ରକ୍ରିୟା ସୃଷ୍ଟିର ରଚନାକୁ ଆରମ୍ଭ କରିବା ପାଇଁ କରା ଯାଇଥିଲା l ସେଥିପାଇଁ ସୃଷ୍ଟିର ରଚନାରେ ସମୁଦ୍ର ମନ୍ଥନର ବିଶେଷ ଯୋଗଦାନ ବୋଲି କୁହାଯାଇଛି l

ସମୁଦ୍ର ମନ୍ଥନ କଥା –
ବାଳି ନାମକ ଗୋଟିଏ ଦୈତ୍ୟ ଥିଲା , ଯାହାର ଖୁବ ଅହଂକାର ହୋଇ ଯାଇଥିଲା l ସେ ଖୁବ ଶକ୍ତିଶାଳୀ ଥିଲା ,ଯେଉଁ କାରଣରୁ ଦୈତ୍ୟ ମାନଙ୍କର ରାଜା ବୋଲି ତାକୁ କୁହାଯାଉଥିଲା l ସେ ନିଜର ଶକ୍ତି ଦ୍ୱାରା ତିନି ଲୋକକୁ ଅକ୍ତିଆର କରିନେଲା l ଯେଉଁ କାରଣରୁ ଦେବତା ମାନଙ୍କ ମଧ୍ୟରେ ଭୟ ଦେଖାଦେଲା l ଏହି ସମୟରେ ଦେବରାଜ ଇନ୍ଦ୍ର ଦୁର୍ବାସା ଋଷିଙ୍କ ଅଭିଶାପ ରେ କଷ୍ଟ ପାଉଥିଲେ l ଇଆଡ଼େ ବାଳି ର ଅତ୍ୟାଚାର ବଢ଼ିବାରେ ଲାଗିଥିଲା l

ଏହି ସମୟରେ ଦେବତା ମାନଙ୍କର ଚିନ୍ତା ଦେଖାଦେଲା l ଏହି ସମସ୍ୟାର ନିରାକରଣ ପାଇଁ ସମସ୍ତ ଦେବତା ଭଗବାନ ବିଷ୍ଣୁଙ୍କ ସରଣ ନେଲେ l ଦେବତା ମାନଙ୍କର କଥା ଶୁଣିବା ପରେ ବିଷ୍ଣୁ ଦେବତା ଓ ଅସୁର ମାନଙ୍କୁ ସମୁଦ୍ର ମନ୍ଥନ ପାଇଁ କହିଥିଲେ l ସମୁଦ୍ର ମନ୍ଥନ ପାଇଁ ଅସୁରମାନେ ତୁରନ୍ତ ପ୍ରସ୍ତୁତ ହୋଇଗଲେ l

ଭଗବାନ ବିଷ୍ଣୁ କଛପ ଅବତାର ନେଲେ l ଏହି ଅବତାର ନେଇ ଭଗବାନ ବିଷ୍ଣୁ କ୍ଷୀର ସାଗରରେ ର ସମୁଦ୍ର ମନ୍ଥନ ସମୟରେ ମନ୍ଦାର ପର୍ବତକୁ ନିଜ ପିଠି ଉପରେ ସମ୍ଭାଳି ରଖିଲେ l ମନ୍ଦର ପର୍ବତ ଓ ନାଗରାଜ ବାସୁକୀ ଙ୍କ ସହାୟତା ରେ ମନ୍ଥନରୁ ୧୪ ଟି ରତ୍ନ ମିଳିଥିଲା l ଏହି ରତ୍ନ ଗୁଡିକ ହେଲା – ବିଷ , ଘୋଡା , ଐରାବତ ହସ୍ତୀ , କୌସ୍ତୁଭ ମଣି  , କାମଧେନୁ ଗାଈ , ପାରିଜାତ ପୁଷ୍ପ , ମାତା ଲକ୍ଷ୍ମୀ , ଅପସରା ରମ୍ଭା , କଳ୍ପତରୁ ବୃକ୍ଷ , ବାରୁଣୀ ଦେବୀ , ପଞ୍ଚଜନ୍ୟ ଶଙ୍ଖ , ଚନ୍ଦ୍ରମା , ଭଗବାନ ଧନ୍ଵନ୍ତରୀ , ଅମୃତ l

Comments are closed.