ମହାକାଳପଡ଼ା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ତନ୍ତିଆପାଳ ସାମୁଦ୍ରିକ ଥାନାଞ୍ଚଳ ଖରିଅଣ୍ଟା ଗ୍ରାମର ସୁରେନ୍ଦ୍ର ମଳିକ ନିଜ ପରିବାର ଲୋକଙ୍କ ଜୀବନ ସୁରକ୍ଷା ନେଇ ଗୁରୁବାର ଥାନାରେ ଅଭିଯୋଗ କରିଛନ୍ତି l ପ୍ରକାଶ ଥାଉକି ସୁରେନ୍ଦ୍ରଙ୍କର ଏକମାତ୍ର ପୁଅ ଜୀବିକା ନିର୍ବାହ ନେଇ ଅଧିକାଂଶ ସମୟରେ ବାହାରେ ରହୁଥିବାର ସୁଯୋଗ ନେଇ ପଡୋଶୀ ଲୋକେ ତାଙ୍କୁ ଅନେକଥର ହଇରାଣ ହରକତ କରିଆସୁଛନ୍ତି l ଗତକାଲି ରାତ୍ରି ୧୦ଟା ପରେ ଗ୍ରାମସ୍ଥ କେଦାର ମଳିକ, ବିକାଶ ମଳିକ, ବିଦେଶୀ ମଳିକ, ଶ୍ରୀଧର ମଳିକ, ନୃସିଂହ ମଳିକ, ଚୁଇଁ ମଳିକ ଓ ସାଗର ମଳିକ ଆଦି ସଙ୍ଘ ବଦ୍ଧ ଭାବେ ସୁରେନ୍ଦ୍ର ଙ୍କ ପରିବାର କୁ ଆକ୍ରମଣ କରିଥିବାର ଏଫଆଇଆର ରେ ଉଲ୍ଲେଖ କରିଛନ୍ତି l ସମ୍ପୃକ୍ତ ବ୍ୟକ୍ତିମାନେ ମିଳିତ ଭାବେ, କଟୁରୀ,ଲୁହlରଡ଼ ଠେଙ୍ଗା ଓ ବାଡ଼ି ଧରି ସୁରେନ୍ଦ୍ର ଙ୍କ ଘର ନିକଟକୁ ଆସି ବାଡ଼ ଉପାଡ଼ିଦେବା ସହିତ କବାଟ ବାଡେଇ ବୃଦ୍ଧ ସୁରେନ୍ଦ୍ର, ବୃଦ୍ଧା ପତ୍ନୀ ଓ ଗର୍ଭବତୀ ପୁତ୍ର ବଧୂ ଙ୍କୁ ବହୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଆହୁରି ମଧ୍ୟ ସମସ୍ତ ପରିବାର ଲୋକଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବାର ଅଭିଯୋଗ ରେ ଉଲ୍ଲେଖ ରହିଅଛି l ଅଭିଯୋଗ କାରି ପରିବାର ଲୋକଙ୍କୁ ଏକାଧିକବାର ଗ୍ରାମସ୍ଥ ଉପର ଉଲ୍ଲୀଖିତ ଲୋକେ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ସାମାଜିକ ବାଛନ୍ଦ କରି ନିଆଁ, ପାଣି ଓ ନଳକୂପ ବନ୍ଦ କରି ବହୁ ହଇରାଣ ହରକତ କରୁଛନ୍ତି l ଏପରିକି ବୃଦ୍ଧାବସ୍ଥାରେ ପରିବାର ବୋଝ ସମ୍ଭାଳିବl କଷ୍ଟ ସାପେକ୍ଷ ହେଉଥିବାସ୍ଥଳେ ପାଖ ପଡୋଶୀ ଙ୍କ ଏତାଦୃଶ୍ୟ ବ୍ୟବହାର ପରିବାର ଲୋକଙ୍କୁ ଅତିଷ୍ଠ କରୁଛି ବୋଲି ଥାନା ଅଧିକାରୀଙ୍କୁ ଜଣାଇଛନ୍ତି l ବିଶେଷ କରି ନିୟମିତ ନିଃସହାୟ ପରିବାର କୁ ଅସୁବିଧାରେ ପକାଉଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ ରେ ପ୍ରାର୍ଥନା କରିଛନ୍ତି l(ମହାକାଳପଡ଼ା ରୁ ଅରକ୍ଷିତ ନାଥ )