Odisha news

ବିଜ୍ଞାନ ଆଧୁନିକ ସମାଜ ପାଇଁ ଅତ୍ୟନ୍ତ ଉପଯୋଗୀ : ବଦ୍ରି ପାତ୍ର

0
ଆନନ୍ଦପୁର :  ଘସିପୁରା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା ବ୍ଲକ ସ୍ତରୀୟ ବିଜ୍ଞାନମେଳା । ଏଥିରେ‌ ବ୍ଲକ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଜ୍ଞାନ ଓ କାରିଗରୀ କୈାଶଳ, ସହନଶୀଳ କୃଷିର ବିକାଶ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ସମ୍ବଳ ସୁପରିଚାଳନା, ଶିଳ୍ପାୟନ ଓ ଭବିଷ୍ୟତ ଗମନାଗମନର ବିକାଶ, ଶିକ୍ଷଣ ସାମଗ୍ରୀ ଓ ଗାଣିତିକ ପ୍ରତିରୂପାୟନ ଆଦି ସମ୍ପୂର୍ଣ୍ଣ ସୃଜନଶୀଳ ବିଷୟବସ୍ତୁ ଉପରେ ଆଧାରିତ ସମୁଦାୟ ୯୨ ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ ।  ସମୁଦାୟ ୯ ଟି ଶ୍ରେଷ୍ଠ ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ କରାଯାଇଛି। ଏହି ବ୍ଲକ ସ୍ତରୀୟ ବିଜ୍ଞାନମେଳାର ଉଦଘାଟନୀ  ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶତୃଘ୍ନ ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଘସିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଯୋଗଦେଇ କହିଥିଲେ ଯେ ବିଜ୍ଞାନ ବିନା ସମାଜ ଶକ୍ତିହୀନ, ବିଜ୍ଞାନ ହିଁ ଆଧୁନିକ ମଣିଷ ପାଇଁ ସୁଖ ସମୃଦ୍ଧି ର ପଥ ସୁଗମ କରେ, ମୁଖ୍ୟ ବକ୍ତା ବିଡ଼ିଓ ମାନସ ରଞ୍ଜନ ସାମଲ, ସମ୍ମାନିତ ଅତିଥି ରୂପେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ତପୋଧନ ସ୍ୱାଇଁ,  ଅବସରପ୍ରାପ୍ତ ଆନନ୍ଦପୁର ବିଇଓ ଶରତ ରାଉତ, ରାମଚନ୍ଦ୍ରପୁର ସରପଞ୍ଚ ପ୍ରଦିପ ସାହୁ, ସମିତି ସଭ୍ୟ  ମନ୍ମଥ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହେମନ୍ତ ଜେନା, ରାମଚନ୍ଦ୍ର ପୁର ସିଆରସିସି ହିମାଂଶୁ ଭୁଷଣ ଜେନା  ଯୋଗଦାନ କରିଥିଲେ।  ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ  ତପୋସ୍ୱୀନି ସ୍ୱାଇଁ ମଞ୍ଚ ପରିଚାଳନା କରିଥିବା ବେଳେ ଅତିଥି ପରିଚୟ ଅନୁପମା ସାହୁ ପ୍ରଦାନ କରିଥିଲେ ।  କଳ୍ପତରୁ  ନାଥ ଧନ୍ୟବାଦ ଅର୍ପଣ କରିଥିଲେ । ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଙ୍କ ସହ
ବ୍ଲକ ଅଞ୍ଚଳର ସମସ୍ତ ବିଦ୍ୟାଳୟର  ଶିକ୍ଷକ ଶିକ୍ଷୟିତ୍ରୀ  ପରିଚାଳନା ରେ ସହଯୋଗ କରିଥିଲେ

Leave A Reply